ପ୍ରମୂଖ ଖବର
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ରାଜ୍ୟରେ ବଢ଼ୁଛି ତାତି, ଫାଲଗୁନରୁ ଗରମ ପାଇଁ ସଜବାଜ ହେଲେଣି ଲୋକେ...

Published By : Prameya | March 1, 2025 3:03 PM

ଭୁବନେଶ୍ୱର,୦୧/୦୩: ବୈଶାଖରେ ଖରା ଫ୍ୟାସନ୍‌କୁ ଆପଣାଉଥିବା ମହିଳା ଏ  ବର୍ଷ ଫାଲଗୁନରୁ ଗରମ ପାଇଁ ସଜବାଜ ଆରମ୍ଭ କରିଦେଲେଣି । କିଏ ବଜାରକୁ ଯାଇ ହାଲୁକା ସୁତା ବସ୍ତ୍ର  କିଣିବାରେ ଲାଗିପଡ଼ିଲେଣି ତ ଆଉ କିଏ ତ୍ୱଚା ପାଇଁ  ସନ୍‌ସ୍କ୍ରିନ୍‌ ଲୋସନ୍‌ ଅର୍ଡର କଲେଣି । ଗ୍ରାହକଙ୍କ  ଚାହିଦାକୁ ଦେଖି ଦୋକାନୀ ମଧ୍ୟ ଭଳିକି ଭଳି ଖରା  ସାମଗ୍ରୀର ପସରା ମେଲାଇଲେଣି ।   

ଆଖିରେ ଚଷମା, ହାତରେ ଗ୍ଲୋଭ୍‌ସ

ଆଖିର ସୁରକ୍ଷା ପାଇଁ ମହିଳା ୟୁଭି ପ୍ରୋଟେକ୍ସନ  ଚଷମା କିଣିବା ଆରମ୍ଭ କରିଦେଲେଣି । ଏହାଦେଖି  ସୋ’ ରୁମଠାରୁ ଆରମ୍ଭ କରି ବିଭିନ୍ନ ଚଷମା  ଦୋକାନ ପର୍ଯ୍ୟନ୍ତ ସବୁଠି ଭଳିକି ଭଳି ଚଷମା ବିକ୍ରି  ହେଲାଣି । ପିଲାଙ୍କ ପାଇଁ ମଧ୍ୟ ଛୋଟ ଛୋଟ ଚଷମା  ବିକ୍ରି ହେଉଛି ଯାହାକୁ ଅଭିଭାବକ କିଣୁଛନ୍ତି । ଏହି  ଚଷମା ୧୫୦ ଟଙ୍କାରୁ ଆରମ୍ଭ ହେଉଥିବାବେଳେ  ବଡ଼ଙ୍କ ଚଷମା ୨୫୦ ଟଙ୍କାରୁ ଆରମ୍ଭ  ହେଉଛି । ତା’ ସାଙ୍ଗକୁ ହାତ  ପାଇଁ ହ୍ୟାଣ୍ଡ୍‌ଗ୍ଲୋଭ୍‌ସ ।  ହାତକୁ ସୂର୍ଯ୍ୟଙ୍କ  ପ୍ରଖର କିରଣରୁ  ରକ୍ଷା କରିବା  ପାଇଁ ମହିଳା  ଏହାକୁ ବ୍ୟବହାର  କରୁଛନ୍ତି । ବିଶେଷ  କରି କର୍ମଜୀବୀ  ମହିଳାମାନେ ଗାଡ଼ି ଚଲାଇବା  ବେଳେ ଏହାକୁ ପିନ୍ଧିବାକୁ  ଅଧିକ ପସନ୍ଦ କରୁଛନ୍ତି ଯାହାର  ମୂଲ୍ୟ ୫୦ ଟଙ୍କାରୁ ଆରମ୍ଭ ହେଉଛି ।   

ଟ୍ରେଣ୍ଡ୍‌ରେ ଫ୍ଲାୱାର ପ୍ରିଣ୍ଟ୍‌ ପୋଷାକ

ମହିଳାଙ୍କ ଟ୍ରେଣ୍ଡ ତାଲିକାରେ ଯୋଡ଼ିହୋଇଯାଇଛି  ହାଲୁକା ଫ୍ଲାୱାର ପ୍ରିଣ୍ଟ୍‌ ପୋଷାକ । ଏହାର କପଡା଼  ପ୍ରାୟ ସୁତା ରହୁଛି । ମହିଳାମାନେ ଏହାକୁ ଢିଲା  ପିନ୍ଧିବାକୁ ପସନ୍ଦ କରୁଛନ୍ତି । ଏହାବାଦ୍‌ ଧଳା ରଙ୍ଗର  ସୁତା ଓଢ଼ଣୀ କିଣିବା ପାଇଁ ମହିଳା ଇଛା କରୁଛନ୍ତି ।  ମୁଖ୍ୟତଃ କର୍ମଜୀବୀ ଏବଂ କଲେଜ ପଢୁଆ  ଝିଅମାନେ ଏହାକୁ ପରିଧାନ କରୁଛନ୍ତି । ଏହାବାଦ୍‌  ପୁରୁଷ ଲୋକମାନେ ଟାଇଁଟାଇଁ ଖରାରୁ ମୁକ୍ତି ପାଇବା  ପାଇଁ ଟୋପି ପିନ୍ଧୁଛନ୍ତି ।   

କିଣା ସରିଲାଣି ସନ୍‌ସ୍କ୍ରିନ୍‌

ସୂର୍ଯ୍ୟଙ୍କର ପ୍ରଖର କିରଣରୁ ତ୍ୱଚାକୁ ରକ୍ଷା କରିବା  ପାଇଁ ମହିଳାମାନେ କିଣିସାରିଲେଣି ସନ୍‌ସ୍କ୍ରିନ ।  ଏଥିପାଇଁ କିଏ ଅନ୍‌ଲାଇନ୍‌ରେ ଅର୍ଡର କରୁଛନ୍ତି ତ  ଆଉ କିଏ ନିଜ ପ୍ରିୟ ପ୍ରସାଧନ ଦୋକାନରୁ କିଣୁଛନ୍ତି ।  ମୁଖ୍ୟତଃ ଅଧିକ ଏସ୍‌ପିଏଫ୍‌ (ସନ୍‌ ପ୍ରୋଟେକ୍‌ସନ୍‌  ଫ୍ୟାକ୍ଟର) ଥିବା ସନ୍‌ସ୍କ୍ରିନ୍‌ କିଣିବାକୁ ମହିଳା ପସନ୍ଦ  କରୁଛନ୍ତି । ଏଥିସହିତ ଅଧିକାଂଶ ମହିଳା ଅର୍ଗାନିକ୍‌  ସନ୍‌ସ୍କ୍ରିନ୍‌ ମଧ୍ୟ କିଣୁଛନ୍ତି ।   

ସୁରକ୍ଷା ଦେଉଛି ଛତା

ଟାଇଁ ଟାଇଁ ଖରାରେ ସୁରକ୍ଷା ଦେଉଛି ଛତା ।  ବିଶେଷକରି ବାଟୋଇ ଏବଂ ଶିକ୍ଷାର୍ଥୀମାନେ ଏହାକୁ  ଅଧିକ ବ୍ୟବହାର କରୁଛନ୍ତି । ଏମାନଙ୍କ ପାଇଁ ଛତା  ପାଲଟିଛି ସୁରକ୍ଷା କବଚ । ଖରାକୁ ଦେଖି ଅଧିକାଂଶ  ଲୋକ କଳା ରଙ୍ଗର ଛତା କିଣିବାକୁ ଆଗ୍ରହ ପ୍ରକାଶ  କରୁଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.