ପ୍ରମୂଖ ଖବର
  • ରାୟଗଡ଼ା : ଲାଞ୍ଚ ନେବା ବେଳ ଭିଜିଲାନ୍ସ ହାତରେ ଧରାପଡିଲେ ସିଡିପିଓ, କିରାଣୀ
  • ||
  • ବାଲେଶ୍ୱର : ସାପ କାମୁଡ଼ାରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ମୃତ
  • ||
  • ଖୋର୍ଦ୍ଧା : ବାଇକ୍‌ ପଛରେ ପିଟିହେଲା ମାଲବାହୀ ଟ୍ରକ୍‌; ମହିଳା ମୃତ, ଜଣେ ଆହତ
  • ||
  • ରଥ ଖଳା ହାଲ୍‌ଚାଲ୍... ରଥତ୍ରୟରେ ଲାଗିଲା ୧୨ ଦୁଆରଘଡ଼ା, କଳସ ଉଠି ଓଲଟ ଶୁଆ ସ୍ଥାପନ
  • ||
  • ୩ ବିଧାୟକଙ୍କୁ ବହିଷ୍କାର କଲା ସମାଜବାଦୀ ପାର୍ଟି, ଦଳ ବିରୋଧୀ କାର୍ଯ୍ୟ ପାଇଁ ଆକ୍ସନ
  • ||
  • ସୁନ୍ଦରଗଡ଼ : ବାଇକ୍‌କୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ଜଣେ ଗୁରୁତର
  • ||
  • ଅନବସର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କୁ ଘଣା ଓ ଖଳି ପ୍ରସାଦ ଲାଗି ହେବ
  • ||
  • ସିରିଆର ଏକ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ, ୨୦ ମୃତ
  • ||
  • ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଯୁବ ଶକ୍ତି ସମାବେଶରେ ଦେବେ ଯୋଗ
  • ||
  • ୨୫ରେ ଆଉ ଏକ ଘୂର୍ଣ୍ଣିବଳୟ, ୨୭ଯାଏ ବର୍ଷା ସମ୍ଭାବନା: ଆଜି ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||

ଖରା ଛୁଟିରେ ମଜା ମସ୍ତିରେ ଚାଲିଛି ପାଠପଢ଼ା ; ଭିଡ଼ିଓ ମାଧ୍ୟମରେ ଘରେ ଶିକ୍ଷା ଗ୍ରହଣ କରୁଛନ୍ତି ଛାତ୍ରଛାତ୍ରୀ

Published By : Gurupada Nath | May 16, 2025 10:37 PM

ଭୁବନେଶ୍ବର, ୧୬/୫ :  ଖରା ଛୁଟିରେ ମଜା ମସ୍ତିରେ ଘରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।  ଅକ୍ଷର ଶିଖିବାଠୁ ଅଙ୍କ କଷା, ଅବା ବିଭିନ୍ନ ଉପକରଣ ମାଧ୍ୟମରେ ଶିକ୍ଷଣୀୟ ସାମଗ୍ରୀ ତିଆରି କରି ବିଷୟବସ୍ତୁକୁ ଜାଣୁଛନ୍ତି ଛାତ୍ରଛାତ୍ରୀ । ଭଳିକି ଭଳି ଶିକ୍ଷଣାୟ ପଦ୍ଧତି ମାଧ୍ୟମରେ ବିଭିନ୍ନ ସହଜିଆ ପଦ୍ଧତିରେ ଶିକ୍ଷାଗ୍ରହଣ କରୁଛନ୍ତି । ଏମିତି ମଜାଳିଆ ଢ଼ଙ୍ଗରେ ସାରା ରାଜ୍ୟରେ ଖରାଛୁଟିରେ ଚାଲିଛି ‘ଓଡ଼ିଶା ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ (Odisha Summer Learning Programme). 

ରାଜ୍ୟର ସମସ୍ତ ବିଦ୍ୟାଳୟରେ ଖରାଛୁଟି ଚାଲିଛି । ଖରାଛୁଟିରେ ସରକାରୀ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନେ ଯେପରି ପାଠ ସହ ଯୋଡ଼ି ହୋଇ ରହିବେ, ସେହି ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି “ଓଡ଼ିଶା ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ” । ଏଥିପାଇଁ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ତିଆରି ହୋଇଛି ହ୍ଵାଟ୍ସ୍‌ଆପ୍ ଗ୍ରୁପ୍ । ବର୍ତ୍ତମାନ ସୁଦ୍ଧା ଏହି କାର୍ଯ୍ୟକ୍ରମ ଅଧିନରେ ରାଜ୍ୟରେ ୧ ଲକ୍ଷ ୭୦ ହଜାଇ ୯୩୨ଟି ହ୍ଵାଟ୍ସଆପ୍ ଗ୍ରୁପ୍ ତିଆରି ହୋଇଛି । ଏହି ଗ୍ରୁପ୍‌ରେ ସାରା ରାଜ୍ୟରୁ ପ୍ରାୟ ୧୧ ଲକ୍ଷ ୮ ହଜାର ୮୪୩ରୁ ଅଧିକ ଅଭିଭାବକ ଯୋଡ଼ି ହୋଇଛନ୍ତି । ଶିକ୍ଷକମାନେ ସମୟ ବ୍ୟବଧାନରେ ଶ୍ରେଣୀ ଅନୁସାରେ ବିଭିନ୍ନ ଭିଡିଓ ଓ ଶିକ୍ଷଣୀୟ ବିଷୟ ସବୁକୁ ଗ୍ରୁପରେ ପଠାଉଛନ୍ତି । ଘରେ ଅଭିଭାବକମାନେ ଏସବୁକୁ ଆଧାର କରି ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଛନ୍ତି । ଛାତ୍ରଛାତ୍ରୀ ଯେଭଳି ଖରାଛୁଟିରେ ପାଠକୁ ସମ୍ପୂର୍ଣ୍ଣ ଭୁଲି ଯିବେନି ଓ ମଜାଳିଆ ଢ଼ଙ୍ଗରେ ନିଜ ପାଠକୁ ଜାଣିବେ ସେହି ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । 

ଏ ନେଇ ବାଲିପଦାର ତୁଳସୀଚଉରାସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଜଣେ ଅଭିଭାବକ ରଶ୍ମିତା ପାତ୍ର କହିଛନ୍ତି, ଖରାଛୁଟିରେ ପିଲାଙ୍କୁ ପାଠସହ ଯୋଡ଼ିରଖିବା ପାଇଁ ଏହା ଏକ ଉତ୍ତମ ମାଧ୍ୟମ । ହ୍ଵାଟ୍ସଆପ୍ ଗ୍ରୁପ୍ ମାଧ୍ୟମରେ ଆମେ ଶିକ୍ଷଣୀୟ ଭିଡିଓ ପାଇପାରୁଛୁ, ଯାହାଦ୍ବାରା ପିଲାଙ୍କୁ ପାଠ ପଢାଇବା ଆମ ପାଇଁ ସହଜ ହୋଇପାରୁଛି । ଗୀତ, ଗପ ଓ ଚିତ୍ର କରିବାକୁ ଦିଆଯାଉଛି । ପିଲାମାନେ ମଧ୍ୟ ଆଗ୍ରହର ସହ ଏସବୁକୁ କରୁଛନ୍ତି, ସବୁ ପ୍ରଶ୍ନର ଉତ୍ତର ଲେଖୁଛନ୍ତି । କାର୍ଯ୍ୟକ୍ରମକୁ ନେଇ ଅନ୍ୟ ଜଣେ ଅଭିଭାବକ ଶ୍ରୀମତୀ ମମତା ବିଶ୍ଵାଳ କହିଛନ୍ତି, ପିଲାମାନେ ଖରାଛୁଟିକୁ ଛୁଟି ଭାବରେ ନେଇ କିଛି ପାଠ ପଢୁନଥିଲେ । ଏବେ କିନ୍ତୁ ଏମିତି ଆଉ ହେଉନାହିଁ ମୋ ଝିଅ ଅଷ୍ଟମ ଶ୍ରେଣୀରେ ପଢୁଛି । ଗ୍ରୀଷ୍ମକାଳୀନ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହେବା ଦିନଠୁ ଶିକ୍ଷକ ଆମକୁ ମୋବାଇଲ୍‌ରେ ବିଭିନ୍ନ ପାଠ ପାଇଁ ଭିଡିଓ ଏବଂ ୟୁଟ୍ୟୁବ୍ ଲିଙ୍କ୍ ଆଦି ଦେଉଛନ୍ତି । ସେହି ଭିଡିଓକୁ ଦେଖି ଆମେ ଶିକ୍ଷକଙ୍କ ସହ ଯୋଡି ହୋଇ ଛୁଆକୁ ପାଠ ପଢ଼ାଉଛୁ । 

କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଉଛି । ପ୍ରଥମରୁ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ସପ୍ତାହକୁ ଦୁଇଥର ଏବଂ ପଞ୍ଚମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସପ୍ତାହକୁ ତିନିଥର ଶିକ୍ଷଣୀୟ ବିଷୟ ସବୁ ପଠାଯାଉଛି । ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀର ପିଲାଙ୍କ ପାଇଁ ଓଡ଼ିଆ, ଗଣିତ ଓ ପରିବେଶ ବିଜ୍ଞାନ ଉପରେ ବିଭିନ୍ନ ଭିଡ଼ିଓ ପଠାଯାଉଛି । ସେହିପରି ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ପିଲାଙ୍କ ପାଇଁ ଓଡ଼ିଆ, ଗଣିତ, ପରିବେଶ ବିଜ୍ଞାନ ଓ ଇଂରାଜୀ ପାଠ ଭିଡ଼ିଓ ଦିଆଯାଉଛି । ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀର ପିଲାଙ୍କ ଓଡ଼ିଆ, ଗଣିତ, ପରିବେଶବିଜ୍ଞାନ, ସାମାଜିକ ବିଜ୍ଞାନ ଓ ଇଂରାଜୀ ପାଠ ଭିଡ଼ିଓ ପଠାଯାଉଛି। ଏହାପରେ ଘରେ ଅଭିଭାବକମାନେ ଏହି ଭିଡ଼ିଓ କ୍ଲିପ୍ ଓ ବିଷୟବସ୍ତୁ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଉଛନ୍ତି । ସେମାନେ ଯାହା ବି ପଢୁଛନ୍ତି ଓ ଲେଖୁଛନ୍ତି ସେସବୁକୁ ଅଭିଭାବକମାନେ ଫଟୋ ଉଠାଇ ପୁଣିଥରେ ଗ୍ରୁପ୍‌ରେ ପଠାଉଛନ୍ତି । ଫଳରେ ପିଲାମାନେ କେତେଦୂର ଏସବୁକୁ ଜାଣିପାରିଲେ, ସେନେଇ ଶିକ୍ଷକମାନେ ସମୀକ୍ଷା କରିପାରୁଛନ୍ତି । ସ୍କୁଲରୁ ଖରାଛୁଟି ପାଇଁ ଦିଆଯାଇଥିବା ଘରପାଠକୁ ମଧ୍ୟ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମ ଅଧୀନରେ ଶିକ୍ଷକଙ୍କଠୁ ବୁଝି କରୁଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.