ନୂଆଦିଲ୍ଲୀ,୨୫/୦୧: ଆପଣ ଥରେ ଭାବନ୍ତୁ, ସକାଳୁ ଅଫିସ୍ ପାଇଁ ରେଡ୍ଡୀ ହୋଇ ବାହାରିଛନ୍ତି । ହେଲେ ବାହାରେ କିଟକିଟ୍ ଅନ୍ଧାର । ଲଞ୍ଚ ବ୍ରେକ୍ରେ ବାହାରକୁ ଆସୁଛନ୍ତି ତଥାପି ଘୋର ଅନ୍ଧାର । ଆକାଶରେ ତାରା ଦେଖାଯାଉଛନ୍ତି । ଆଉ ଅଫିସରୁ ଘରକୁ ଫେରିବା ପରେ ବି ରାସ୍ତାଘାଟ ଶୂନଶାନ ସମାନ ନୀରବତା । ଏମିତି ଦିନ କି ଦୁଇ ଦିନ ମେଘୁଆ ପାଗରେ ଏମିତି ଆକାଶ ଅନ୍ଧାର ଦେଖାଯାଇପାରେ । ଏମିତି ଏକ ସ୍ଥାନ ରହିଛି ଯେଉଁଠି ସୂର୍ଯ୍ୟ ଛୁଟିରେ ଯାଆନ୍ତି । ଡିସେମ୍ବରରେ ରାତି ଆରମ୍ଭ ହୋଇ ଫେବୃଆରୀରେ ସକାଳ ହୁଏ । ସେଠାକାର ଲୋକ ନାଇଟ୍ ଲାଇଫକୁ ଉପଭୋଗ କରନ୍ତି । ଯେଉଁଠି ସକାଳ ୧୦ଟା ହୁଏ ସେଠି ରାତି ୨ଟା ହୋଇଥାଏ । ଆକାଶରେ ତାରା ଚମକିଥାଏ । ଲୋକ ଘନ ଅନ୍ଧାରରେ ରାଇଫଳ ନେଇ ଯାତାୟତ କରନ୍ତି । ୪ ମାସର ସେ କଳାଅନ୍ଧାରରେ ଲୋକ କିପରି ରହୁନ୍ତି ତାହା ସମସ୍ତଙ୍କ ମନରେ ପ୍ରଶ୍ନ । ସୂର୍ଯ୍ୟ କିରଣ ବିନା ୩୦୦୦ ଘଣ୍ଟା ବିତାନ୍ତି । କିନ୍ତୁ ନରୱେର ଲଙ୍ଗଇୟରବ୍ୟେନରେ ପ୍ରାୟ ୨,୫୦୦ ଲୋକ ବର୍ଷର ୪ ମାସ ଅର୍ଥାନ ନଭେମ୍ବରରୁ ଫେବୃଆରୀ ଯାଏ ଘନ ଅନ୍ଧାରରେ ବିତାଇଥାନ୍ତି । ବୈଜ୍ଞାନିକଙ୍କ ଭାଷାରେ ଏହାରୁ 'ପୋଲର୍ ରାତି' ବୋଲି କୁହାଯାଏ ।

ସୂର୍ଯ୍ୟ ଲୁଚି ଯାଇଥାନ୍ତି, ଯାହା ବିଶ୍ୱକୁ ସମ୍ପୂର୍ଣ୍ଣ ଭାବେ କୃତ୍ରିମ ଆଲୋକ ଉପରେ ନିର୍ଭର କରିବାକୁ ପଡ଼ିଥାଏ । ଆମର ଦୈନନ୍ଦିନ କାର୍ଯ୍ୟ ସୂର୍ଯ୍ୟର ପ୍ରଥମ କିରଣ ଦ୍ୱାରା ନିର୍ଣ୍ଣୟ କରାଯାଏ । ହେଲେ ଏଠାରେ ଲୋକଙ୍କ ଘଣ୍ଟାରେ ଦିନର ଅନୁମାନ କରାଯାଏ । ସୂର୍ଯ୍ୟ କିରଣ ପ୍ରଫୁଲ୍ଲତା ଆଣିଥାଏ । କିନ୍ତୁ ଏଠାରେ ସକାଳ ଏବଂ ରାତିରେ କୌଣସି ପାର୍ଥକ୍ୟ ନାହିଁ । ଆମ ଦେଶରେ ରବିବାର ମାନେ ମଜାମସ୍ତ ପିକନିକ୍ । କିନ୍ତୁ ଏଠାରେ ରବିବାର ତୁଷାରପାତ ସମୟରେ ଘର ଭିତରେ ରହିବା । ଏପରି ଅନ୍ଧାରରେ ରହିବା ଦ୍ୱାରା ଚିଡିଚିଡ଼ା ଏବଂ ଅବସାଦର ଆଶଙ୍କା ବଢିଯାଏ । ଏହାର ମୁକାବିଲା କରିବା ପାଇଁ ସ୍ଥାନୀୟ ଲୋକମାନେ କୋସେଲିଗ୍ ନାମକ ଏକ ଅନନ୍ୟ ଦର୍ଶନ ଗ୍ରହଣ କରନ୍ତି ।

​​​​​​​

ଏହା ବି ପଢନ୍ତୁ..ହିମାଚଳ ପ୍ରଦେଶରେ ପ୍ରବଳ ତୁଷାରପାତ; ୬୦୦ ରାସ୍ତା ବନ୍ଦ, ଜମ୍ମୁରେ ଫସି ରହିଛନ୍ତି ଲୋକେ

ଅନ୍ଧାରକୁ ସେଠାକାର ଲୋକ ଉପଭୋଗ କରନ୍ତି । ଅନ୍ଧାରକୁ ଅଭିଶାପ ଦେବା ବଦଳରେ ଘରକୁ ଆଲୋକରେ ସଜ୍ଜାନ୍ତି । ଏହାକୁ ପର୍ବ ପରି ପାଳନ କରନ୍ତି । କାହା ଘରେ ସଙ୍ଗୀତ ବାଜୁଥାଏ ତ କାହା ଘରେ ଗପ-ଖେଳର ଆସର ଜମିଥାଏ ।  ପ୍ରାୟ ୫୦ ଦେଶର ଲୋକ ଏହି ଦ୍ୱୀପରେ ରୁହନ୍ତି । ଗବେଷଣା ଏବଂ ଖଣି ପାଇଁ ଲୋକ ଏଠାରେ ରହିଥାନ୍ତି ।