ନୂଆଦିଲ୍ଲୀ,୩୧।୧୨: ପୁରା ବିଶ୍ବ ୨୦୨୫ ଆଗମନର ପ୍ରସ୍ତୁତି କରୁଛି। ଲୋକମାନେ ଉତ୍ସବ ପାଳନ କରିବାର ଯୋଜନା କରୁଛନ୍ତି। ଏହା ଭିତରେ ଦୁନିଆର ପ୍ରସିଦ୍ଧ ଟେକ୍ କମ୍ପାନୀ ଗୁଗୁଲର ସିଇଓ ସୁନ୍ଦର ପିଚାଇ କର୍ମଚାରୀଙ୍କୁ ଚେତାବନୀ ଦେଇଛନ୍ତି। ସୁନ୍ଦର ପିଚାଇ ୨୦୨୪ର ଶେଷ ଦିନରେ କହିଛନ୍ତି, ନୂଆ ବର୍ଷରେ ବହୁତ କିଛି ଧାର୍ଯ୍ୟ କରିବାକୁ ହେବ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏଭଳି ସମୟରେ ଆମ ସମସ୍ତଙ୍କୁ ଏହାର ଦରକାର ହେବ ଓ ନିଜକୁ ପ୍ରସ୍ତୁତ କରିବାକୁ ହେବ।  ସେ କହିଛନ୍ତି, ଆମେ ଏକ କମ୍ପାନୀ ଭାବରେ ଦୃତ ଗତିରେ ବିକାଶ କରିବାକୁ ହେବ। 

ପିଚାଇ କହିଛନ୍ତି, ୨୦୨୪ ରେ ଏଭଳି ବହୁ ସମୟ ରହିଛି, ଯେତେବେଳେ ଟେକ୍ନାଲୋଜିର ପ୍ରଭାବ ପଡିଛି। ୨୦୨୫ ରେ ଆମକୁ ଚେଷ୍ଟା କରିବାକୁ ହେବ। ଏହି ଟେକ୍ନୋଲୋଜିର ଲାଫ ନେବାକୁ ହେବ ଓ ଏହା ଅନୁସାରେ ୟୁଜରଙ୍କ ସମସ୍ୟାର ସମାଧାନ କରିବାକୁ ହେବ। ସେ କହିଛନ୍ତି, ଆମର ମୁଖ୍ୟ ଫୋକସ୍ ଆସନ୍ତା ବର୍ଷ ଜେମିନି ଆପ୍‌ରେ ହେବ। ଆମେ ଏହା ମାଧ୍ୟମରେ ଲୋକଙ୍କୁ ସଠିକ ସୂଚନା ଦେବୁ ଓ ଜେନେରେଟିଭ୍ ଏଆଇ ଓ ଏହାର ଅନୁଭବକୁ ଭଲ କରିବୁ। ପିଚାଇ କହିଛନ୍ତି ଜେମିନିକୁ ନେଇ ଆମକୁ ପ୍ଲାନ କରିବାକୁ ହେବ। ଏହା ଉପରେ ମଧ୍ୟ ଫୋକସ୍ କରିବାକୁ ହେବ। ପିଚାଇ କର୍ମଚାରୀଙ୍କୁ ସ୍ପଷ୍ଟ ଭାବରେ କହିଛନ୍ତି, ଏଆଇ ଇଣ୍ଟଷ୍ଟ୍ରୀରେ କିଭଳି ଆମେ ନିଜର ଜେମିନି ଆପ୍‌କୁ ସ୍ଥାପିତ କରି ପାରିବୁ, ଏହାର ଆ୍ରମର ପ୍ରାଥମିକତା ନୂଆ ବର୍ଷରେ ରହିବା ଦରକାର।