ସୁନ୍ଦରଗଡ଼, ୧୭/୦୫: କୋଇଲା ବ୍ୟବସାୟୀଙ୍କ ଘର ସମ୍ମୁଖରେ ଫାଙ୍କା ଗୁଳି ଚାଳନା। ଗୁଳି ଚଳାଇ ଫେରାର ମାରିଲା ଦୁର୍ବୃତ୍ତ। ସୁନ୍ଦରଗଡ଼ ଟାଉନ ଥାନା ମିଶନ ରୋଡ ପବିତ୍ର ନଗର ଅଞ୍ଚଳର କୋଇଲା ବ୍ୟବସାୟୀ ଏବଂ ଟ୍ରାନ୍ସପୋର୍ଟର ସଞ୍ଜୟ ନନ୍ଦଙ୍କ ଘର ଆଗରେ ଗୁଳି ମାଡ଼ ହୋଇଛି ।

​​​​​​​

ଶନିବାର ବିଳମ୍ବିତ ରାତିରେ ପ୍ରଥମେ କାରରେ ଆସି ପାଟି ତୁଣ୍ଡ ଏବଂ ପରେ ଦୁଇ ଜଣ ବାଇକ୍ ରେ ଆସି ଗୁଳି ଫୁଟାଇ ଫେରାର ହୋଇଥିବା ସୂଚନା । କୋଇଲା ବ୍ୟବସାୟକୁ ନେଇ ଗୁଳି କାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଏନେଇ ଥାନାରେ ଏତଲା ପରେ ପୁଲିସ ଦୁର୍ବୃତ୍ତଙ୍କୁ ଖୋଜୁଛି ।

ଅଧିକ ପଢ଼ନ୍ତୁ- Vigilance Raid: ଭିଜିଲାନ୍ସ ଜାଲରେ ଖଣ୍ଡପଡା ଆରଡବ୍ଲୁ କନିଷ୍ଠ ଯନ୍ତ୍ରୀ ,ସରକାରୀ ବାସଭବନରେ ନେଉଥିଲେ ଲାଞ୍ଚ