ପ୍ରମୂଖ ଖବର
  • ମାଲକାନଗିରି : ଅବୁଝମାଡ଼ ଜଙ୍ଗଲରେ ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ୨ ମହିଳା ମାଓବାଦୀ ନିହତ
  • ||
  • ବାଲେଶ୍ୱର : ପାନ ଦୋକାନୀ ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ, ଧାର ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଥିଲା ବିବାଦ
  • ||
  • କଟକ: ନରସିଂହପୁର ପଞ୍ଚମୁଖୀ ଛକରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ବଦଳିବ ଓଡ଼ିଶା ପର୍ଯ୍ୟଟନର କାୟାକଳ୍ପ, କେରଳ ଏବଂ ରାଜସ୍ଥାନ ମଡେଲ୍‌କୁ କରାଯିବ ଅନୁକରଣ, ଏସିଆର ଶ୍ରେଷ୍ଠ ପାଞ୍ଚରେ ରହିବ ରାଜ୍ୟ
  • ||
  • ପୁରୀ : ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା, ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ
  • ||
  • ପୁରୀ : ୨୯ରୁ ରତ୍ନଭଣ୍ଡାର ମରାମତି, ପ୍ରତିଦିନ ଦୁଇଟି ସିଫ୍ଟରେ ହେବ କାମ
  • ||
  • ଭୁବନେଶ୍ୱର : ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ, ଜଳିଗଲା କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ
  • ||
  • ଲଘୁଚାପର ରୂପ ନେବ ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ସୁନ୍ଦରଗଡ଼ ଜିଲ୍ଲା ଭିଡ଼ ହିଂସା ମାମଲା: ଏସପିଙ୍କୁ ଜବାବ ତଲବ କଲେ ମାନବାଧିକାର କମିଶନ

Published By : Harapriya Sethi | June 26, 2025 9:18 AM

ସୁନ୍ଦରଗଡ଼, ୨୬/୦୬: ସୁନ୍ଦରଗଡ଼ ଜିଲ୍ଲାରେ ଘଟିଥିବା ଭିଡ଼ ହିଂସା ଓ ଶ୍ରମିକଙ୍କୁ ମାଡ଼ ମାରି ଅପମାନିତ କରିଥିବା ଘଟଣାରେ ଜାତୀୟ ମାନବାଧିକାର ଆୟୋଗ (NHRC) ହସ୍ତକ୍ଷେପ କରିଛନ୍ତି । ଏ ସମ୍ପର୍କରେ ଚାରି ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କମିଶନ ସୁନ୍ଦରଗଡ ଏସପିଙ୍କୁ ଆଦେଶ ଦେଇଛନ୍ତି ।

କହିରଖୁ କି, ୧୨ ଡିସେମ୍ବର ୨୦୨୪ ରେ ସୁନ୍ଦରଗଡ଼ ସହର ମିସନ୍ ରୋଡ଼ରେ କିଛି ଲୋକ କେତେକ ବାହାର ରାଜ୍ୟର ଶ୍ରମିକଙ୍କୁ ଆକ୍ରମଣ କରି ତାଙ୍କ ପୋଷାକ ଖୋଲି ସେମାନଙ୍କର ହାତ ବାନ୍ଧି ସହରରେ ବୁଲାଇଥିଲେ। ଏହି ଘଟଣାର ପୂର୍ବ ଦିନ, ଜଣେ ମହିଳା ଥାନାରେ ଅଭିଯୋଗ କରିଥିଲେ ଯେ, ଜଣେ ଶ୍ରମିକ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି । ଏହା ପରେ ଲୋକମାନେ ଶ୍ରମିକମାନଙ୍କୁ ନିର୍ଯାତନା ଦେଇଥିଲେ । ଘଟଣାସ୍ଥଳରେ ପୁଲିସର ଉପସ୍ଥିତିରେ ଏହି ଘଟଣା ଘଟିଥିଲା  । ଏହାକୁ ନେଇ ହାଇକୋର୍ଟର ଆଇନଜୀବୀ ଶ୍ରୀ ଅଖଣ୍ଡ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ ।

ଆୟୋଗ ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଏନ୍‌ଏଚ୍‌ଆର୍‌ସି ସୁନ୍ଦରଗଡ଼ ଜିଲ୍ଲାର ଏସପିଙ୍କୁ ଏକ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି । ଘଟଣାର ନିରପେକ୍ଷ ଅନୁସନ୍ଧାନ କରି ଚାରି ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ କମିଶନ କହିଛନ୍ତି । ବେଆଇନ ଭାବେ ଆଇନକୁ ହାତକୁ ନେଇଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ ପଦକ୍ଷେପ, ମାନସିକ ଓ ଶାରୀରିକ ଯନ୍ତ୍ରଣା ପାଇଁ ଶ୍ରମିକମାନଙ୍କୁ ଯଥେଷ୍ଟ କ୍ଷତିପୂରଣ ଦେବା, ସେମାନଙ୍କ ସୁରକ୍ଷା ଓ ଥଇଥାନ ନିଶ୍ଚିତ କରିବା ଏବଂ ଭବିଷ୍ୟତରେ ଏପରି ଘଟଣା ରୋକିବାକୁ ପୁଲିସ ବ୍ୟବସ୍ଥାରେ ସଂସ୍କାର ଆଣିବା ଆବଶ୍ୟକ ବୋଲି ଆବେଦନକାରୀ କମିଶନଙ୍କ ନିକଟରେ ଜଣାଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.