ପ୍ରମୂଖ ଖବର
  • ପୁରୀରେ ଗଡ଼ିଲା ମୁଣ୍ଡ: ମଶାଣି ଚଣ୍ଡୀ କମିଟି ସମ୍ପାଦକଙ୍କୁ ବିଭତ୍ସ ହତ୍ୟା, କ୍ରାଇମ୍ ସ୍ପଟ୍‌ରୁ ୩ ଚାପଡ଼ ଜବତ
  • ||

IPL କାରଣରୁ ଭାରତୀୟ କ୍ରିକେଟକୁ ହେଉଛି କ୍ଷତି : ସୁନୀଲ ଗାଭାସ୍କର

Published By : Prameya | April 26, 2025 5:40 PM

ମୁମ୍ବାଇ, ୨୬/୪ :  ଆଇପିଏଲ (IPL) ବିଶ୍ବର ସବୁଠାରୁ ବଡ଼ କ୍ରିକେଟ ଲିଗ୍ ଅଟେ । ଏହି ଲିଗରେ ଖେଳାଳୀଙ୍କ ଉପରେ ଟଙ୍କାର ବର୍ଷା ହୋଇଥାଏ । ୧୪ବର୍ଷର କ୍ରିକେଟରଙ୍କଠାରୁ ନେଇ ୪୩ବର୍ଷର କ୍ରିକେଟରଙ୍କ ପର୍ଯ୍ୟନ୍ତ ଏହି ଲିଗରେ ଖେଳୁଛନ୍ତି ଏବଂ କୋଟିକୋଟି ଟଙ୍କ ଆୟ କରୁଛନ୍ତି । ପ୍ରକାଶ ଯେ, ଆଇପିଏଲ ମାଧ୍ୟମରେ କେତେକ ଭାରତୀୟ ଘରୋଇ ଖେଳାଳୀଙ୍କୁ ଅନ୍ତର୍ଜାତୀୟ ଷ୍ଟାର୍ ଖେଳାଳୀଙ୍କ ସହ ଖେଳିବା ଏବଂ ଶିଖିବାକୁ ସୁଯୋଗ ମିଳୁଛି, ଯେଉଁଥିରେ ବିଦେଶୀ ଖେଳାଳୀ ବି ସାମିଲ ରହିଛନ୍ତି । ଖେଳାଳୀଙ୍କୁ ଯେଉଁ ଟଙ୍କା ଦିଆଯାଉଛି ତାହା କୋଟିରେ ହେଉଛି । ଏହି କାରଣରୁ ଆଇପିଏଲର ଚମକ ଦିନକୁ ଦିନ ବଢି ଚାଲିଛି । ଏଭଳି ସ୍ଥଳେ ସୁନୀଲ ଗାଭାସ୍କର ଆଇପିଏଲକୁ ନେଇ ବଡ଼ ବୟାନ ଦେଇଛନ୍ତି ଯାହା ଏବେ ଚର୍ଚ୍ଚାରେ ରହିଛି । ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ସ୍ପୋର୍ଟଷ୍ଟାର ଲାଗି ଲେଖିଥିବା ଏକ ସ୍ତମ୍ଭରେ ଆଇପିଏଲର ତାରିଫ୍ କରିଛନ୍ତି କିନ୍ତୁ ଏହାସହ ଟି-୨୦ଟୁର୍ଣ୍ଣାମେଣ୍ଟ ଏବଂ ଭାରତରେ ଘରୋଇ କ୍ରିକେଟରେ ଖେଳୁଥିବା ଖେଳାଳୀଙ୍କ ଲାଗି ଅନ୍ତର ବି କହିଛନ୍ତି ।

ଗାଭାସ୍କର ନିଜ ସ୍ତମ୍ଭରେ ଲେଖିଛନ୍ତି କି, ‘ଏହି ଆଇପିଏଲ ପୁଣି ଥରେ ଦେଖାଇଛି କି ଗୋଟିଏ ପ୍ରଦର୍ଶନ କୌଣସି ଅଜ୍ଞାତ ଖେଳାଳୀଙ୍କ ଉଚ୍ଚ ସମ୍ମାନର ଦୌଡ଼ରେ ନେଇଆସିପାରିବ । ଏହା ରାଷ୍ଟ୍ରୀୟ ଚାମ୍ପିୟନଶିପ, ରଣଜୀ ଟ୍ରଫିରେ ପ୍ରଦର୍ଶନର ସମ୍ପୂର୍ଣ୍ଣ ବିପରୀତ ଅଟେ । ଯେଉଁଠାରେ ବହୁତ ଭଲ ପ୍ରଦର୍ଶନ କରୁଥିବା ଖେଳାଳୀ ଚର୍ଚ୍ଚାରେ ଆସିପାରୁନାହାନ୍ତି’ ।  ସେ ଆହୁରି ମଧ୍ୟ ଲେଖିଛନ୍ତି କି , ଆଇପିଏଲର ଏକ ଭଲ ସିଜନ କୌଣସି ଖେଳାଳୀଙ୍କ ଲାଗି ଏତେ ଭଲ ହୋଇପାରେ ଯାହା ତା’ର ପୂରା ରଣଜୀ ଟ୍ରଫି କ୍ୟାରିୟର ବି ଦେଇପାରିବନି । 

ଗାଭାସ୍କର ନିଜ ସ୍ତମ୍ବରେ ଆହୁରି ଲେଖିଛନ୍ତି କି, ଏଭଳି କେତେକ ଉଦାହରଣ ଅଛି ଯାହାକି ଗୋଟିଏ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ ଗୋଟିଏ କିମ୍ବା ଦୁଇ ସିଜନରେ ଖେଳରୁ ବାହାରି ଯାଇଥାନ୍ତି, କିନ୍ତୁ ଆଇପିଏଲର ଗୋଟିଏ ସିଜନ ସବୁବେଳେ ତାଙ୍କୁ ରଣଜୀ ଟ୍ରଫିରେ ପୂରା କ୍ୟାରିୟରଠାରୁ ବହୁ ଅଧିକ ଦେଇଥାଏ । ଗାଭାସ୍କରଙ୍କ ଏହି ବୟାନ ପରେ ଏହି ଖବର ଏବେ ଚର୍ଚ୍ଚାରେ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.