ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ମହାକାଶରୁ ଏଲନ ମସ୍କଙ୍କୁ ଦୃଢ ଜବାବ ଦେଲେ ସୁନୀତା ୱିଲିୟମ୍ସ , କହିଲେ – ମୋତେ ଲାଗୁଛି କି ଏବେ...

Published By : Prameya | March 9, 2025 10:15 PM

ନୂଆଦିଲ୍ଲୀ : ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବେ କିଛି ଦିନ ପରେ ପୃଥିବୀକୁ ଫେରି ଆସିବେ। ୧୬ ମାର୍ଚ୍ଚରେ ସୁନୀତା ଓ ୱିଲମୋର ବୁଚ୍‌ ମହାକାଶରୁ ଫେରୁଛନ୍ତି। ଏହି ମଧ୍ୟରେ , ନିକଟରେ ସୁନୀତା ସ୍ପେସ୍‌ଏକ୍ସର ମାଲିକ ଏଲନ ମସ୍କଙ୍କୁ ଦୃଢ ଜବାବ ଦେଇଛନ୍ତି। ଉଲ୍ଲେଖନୀୟ ଯେ , ମସ୍କ କହିଥିଲେ କି, ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନ (ଆଇଏସଏସ)କୁ କକ୍ଷରୁ ହଟେଇବାର ସମୟ ଆସି ଯାଇଛି।ସେ ନିଜର ଉଦ୍ଦେଶ୍ୟ ପୂରା କରି ନେଇଛନ୍ତି ଏବଂ ଏବେ ଉପଯୋଗୀତା ଖୁବ୍‌ କମ୍‌ ରହିଛି। ସୁନୀତା କହିଛନ୍ତି କି, ମୋତେ ଲାଗୁଛି କି ଏବେ ଏହାକୁ ବନ୍ଦ କରିବାର ସଠିକ୍‌ ସମୟ ନୁହେଁ। 

ମସ୍କଙ୍କ ନାଁ ନନେଇ ସୁନୀତା ଜବାବ ଦେଇ ଆଇଏସଏସ୍‌କୁ ନେଇ କହିଛନ୍ତି ଯେ, ଷ୍ଟେସନ ଏବେ ବି ଭଲ ସ୍ଥିତିରେ ଅଛି ଏବଂ ବୈଜ୍ଞାନିକ ଅନୁସନ୍ଧାନ ପାଇଁ ମହତ୍ତ୍ୱପୂର୍ଣ୍ଣ ହୋଇ ରହିଛି। ସେ କହିଛନ୍ତି , ଏହି ସ୍ଥାନ ବହୁତ ବଢିଆ । ଏହା ବାସ୍ତବିକ ଅଦ୍ଭୁତ। ଆମ ପାଖରେ ସବୁ ବିଦ୍ୟୁତ୍‌ ଅଛି, ସବୁ ସୁବିଧା ଚାଲୁ ଅଛି ଏବଂ ଏହା ଭଲରେ କାମ କରୁଛି। ଏଥିପାଇଁ ମୋତେ ଲାଗୁନି କି, ଏବେ ଏହାକୁ ବନ୍ଦ କରିବାର ସଠିକ୍‌ ସମୟ ଆସିଛି।  ସୁନୀତା ଓ ୱିଲମୋରଙ୍କୁ ଫେରେଇ ଆଣିବାର ଦାୟିତ୍ୱ ନାସା ସହ ଏଲନ ମସ୍କଙ୍କର ମଧ୍ୟ ରହିଛି,କାରଣ ମସ୍କଙ୍କ ସ୍ପେସ୍‌ଏକ୍ସ ମାଧ୍ୟମରେ ଉଭୟ ପୃଥିବୀକୁ ଫେରୁଛନ୍ତି।

ସୁନୀତା ୱିଲିୟମ୍ସ ଅତି କମ୍‌ରେ ୨୦୨୩୦ ଯାଏ ସ୍ପେସ୍‌ ଷ୍ଟେସନକୁ ଚାଲୁ ରଖିବା ପାଇଁ ନାସାର ପ୍ରତିବନ୍ଧତାର ସ୍ପଷ୍ଟ କରିଛନ୍ତି। ସେ ଚିକିତ୍ସା ଅନୁସନ୍ଧାନ , ସାମଗ୍ରୀ ବିଜ୍ଞାନ ଓ ମହାକାଶ ଟେକ୍ନୋଲଜିରେ ଆଇଏସଏସର ଲଗାତାର ଦିଆଯାଉ ଥିବା ଯୋଗଦାନ ଉପରେ ଜୋର ଦେଇଛନ୍ତି ଏବଂ କହିଛନ୍ତି ଯେ, ଏହା ମହାକାଶ ମିଶନ ଓ ପୃଥିବୀରେ ଜୀବନ , ଉଭୟ ପାଇଁ ଫାଇଦା ହେବ।

ସୁନୀତା କହିଛନ୍ତି ,ଆମର ଚୁକ୍ତି ଅନୁସାରେ ,୨୦୩୦ ପର୍ଯ୍ୟନ୍ତ ସମୟ ଅଛି। ମୋତେ ଲାଗୁଛି କି, ଏହା ସମ୍ଭବତଃ ବାସ୍ତବିକ୍‌ ସଠିକ। ଆମକୁ ସବୁ ଅନ୍ତରାଷ୍ଟ୍ରୀୟ ପାର୍ଟନରଙ୍କ ପାଇଁ ଏହି ମହାକାଶ ଷ୍ଟେସନର ସର୍ବାଧିକ ଲାଭ ଉଠାଇବା ଉଚିତ୍। ସୁନୀତା ୱିଲିୟମ୍ସଙ୍କର ଏହି ଜବାବ ସେତେବେଳେ ଆସିଛି , ଯେବେ ମସ୍କ ନିକଟରେ କହିଥିଲେ କି ସ୍ପେସ୍‌ ଷ୍ଟେସନକୁ ଦୁଇ ବର୍ଷ ଭିତରେ ହିଁ କକ୍ଷ କ୍ଷେତ୍ରରୁ ହଟାଇ ଦିଆଯିବା ଉଚିତ୍‌।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.