ନୂଆଦିଲ୍ଲୀ,୨୭।୧୧: ଇଣ୍ଟର ନ୍ୟାସନାଲ ସ୍ପେସ୍ ଷ୍ଟେସନ୍କୁ ୧୯ ଓ ୨୫ ନଭେମ୍ବର ମଧ୍ୟରେ ଦୁଇ ଥର ପୋଜିସନ ବଦଳାଇବାକୁ ପଡିଛି।  ଯଦି ଏଭଳି ନହୋଇଥାନ୍ତା ତେବେ ସ୍ପେସ୍ ଷ୍ଟେସନ୍‌ ଉପରେ ଥିବା ୬ ଜଣ ଆଷ୍ଟେ୍ରାନଟ୍‌ଙ୍କ ଜୀବନ ବିପଦରେ ପଡିଯାଇଥାନ୍ତା। ଏଥର ଚାରି ଆମେରିକୀୟ ଓ ତିନି ଋଷ ଆଷ୍ଟେ୍ରାନଙ୍କ ଜୀବନ ବଞ୍ଚାଇବ ପାଇଁ ଋଷ ଆଗକୁ ଆସିଥିଲା।

ଋଷର ରୋବୋଟିକ୍‌ କାର୍ଗୋ ଶିପ୍ ପ୍ରୋଗେସ୍‌ ୮୯ ଫାଇଟର, ଯାହାକି ବର୍ତ୍ତମାନ ସମୟରେ ସ୍ପେସ୍‌ ଷ୍ଟେସନ୍ ସହ ଜଡିତ। ସ୍ପେସ୍‌ ଷ୍ଟେସନ୍‌କୁ ବଞ୍ଚାଇବା ପାଇଁ ନିଜ ଇଞ୍ଜିନ ୩.୫ ମିନିଟ୍‌ ପାଇଁ ଅନ୍‌ କରିଥିଲା। ଏହା ହେଉଛି ୨୫ ନଭେମ୍ବରର କଥା।  ଫଳରେ ସ୍ପେସ୍‌   ଷ୍ଟେନ୍‌ ଆଡକୁ ଦ୍ରୁତଗତିରେ ଆସୁଥିବା ଆବର୍ଜନାଠାରୁ ରକ୍ଷା କରିବା ସମ୍ଭବ ହୋଇଥିଲା।

ନାସା କହିଛି ସ୍ପେସ୍‌ ଷ୍ଟେସନ୍‌ ଯେଉଁ ରାସ୍ତା ଆଡକୁ ଯାଉଥିଲା, ସେଥିରେ ମହାକାଶର ଆବର୍ଜନା ଦେଖିବାକୁ ମିଳିଥିଲା। ସେତେବେଳେ ଋଷର କାର୍ଗୋ ସିପ୍‌ ପୋଗ୍ରେସ୍ ୮୯ ଥ୍ୟଷ୍ଟର୍ସ ଅନ୍ କରାଯାଇଥିଲା। ଏହା ପ୍ରାୟ ସାଡେ ୩ ମିନିଟ୍‌ ଅନ୍ ଥିଲା। ସ୍ପେସ୍‌ ଷ୍ଟେସନ୍‌ର ପୋଜିଶନ୍ ବଦଳା ଯାଇଥିଲା, ଫଳରେ ଆବର୍ଜନାଠାରୁ ସ୍ପେସ୍ ଷ୍ଟେସନ୍‌ ଓ ଏଥିରେ ଥବା ଆଷ୍ଟେ୍ରାନ୍‌ଟଙ୍କୁ ବଞ୍ଚାଇବା ସମ୍ଭବପର ହୋଇଥିଲା। ଫଳରେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ଓ୍ବିଲିୟମ୍ସଙ୍କ ସହ ଅନ୍ୟ ୫ ଜଣ ଆଷ୍ଟେ୍ରାନଟ୍‌ ସୁରକ୍ଷିତ ରହିପାରିଥିଲେ।