ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ମହାକାଶରେ ଫସିଥିବା ସୁନୀତା ୱିଲିୟମ୍ସଙ୍କୁ ଦେଖି ସମସ୍ତେ ହୋଇଥିଲେ ଆଶ୍ଚର୍ଯ୍ୟ, ମହାକାଶଚାରୀ କହିଲେ ...

Published By : Prameya | November 29, 2024 4:35 PM

ୱାଶିଂଟନ : ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଆସନ୍ତା ବର୍ଷ ଫେବ୍ରୁଆରୀରେ ଫେରିବେ। କିଛି ଦିନ ପୂର୍ବେ ତାଙ୍କର ଏକ ଫଟୋ ସାରା ବିଶ୍ୱରେ ଆଶ୍ଚର୍ଯ୍ୟ କରାଇ ଦେଇଥିଲା। ମହାକାଶରେ ସୁନୀତା ୱିଲିୟମ୍ସ ଖୁବ୍‌ ଦୁର୍ବଳ ଥିବା ଦେଖା ଯାଉଥିଲେ। ଏଥିରେ ତାଙ୍କର ଗାଲ ବହୁତ ପଶି ଯାଇଥିଲା ଏବଂ ଓଜନ ମଧ୍ୟ କମ୍‌ ଲାଗୁଥିଲା। ଏହାପରେ ସୁନୀତା କହିଥିଲେ କି , ସ୍ୱାସ୍ଥ୍ୟ ଖରାପ କଥା କେବଳ ଗୁଜବ ଏବଂ ସେ ସଂପୂର୍ଣ୍ଣ ରୂପେ ସୁସ୍ଥ ଅଛନ୍ତି। ଏବେ ଏକ ତାଜା ଇଣ୍ଟରଭ୍ୟୁରେ ସୁନୀତା ନିଜର ସ୍ୱାସ୍ଥ୍ୟକୁ ନେଇ ବିସ୍ତାର ଭାବେ କହିଛନ୍ତି। 

ଏନବିସି ନ୍ୟୁଜକୁ ଦେଇଥିବା ଇଣ୍ଟରଭ୍ୟୁରେ ସୁନୀତା ୱିଲିୟମ୍ସ କହିଛନ୍ତି ଯେ ସେ ଭଲରେ ଖାଇପିଇ ପାରୁଛନ୍ତି ଏବଂ ନିଜର ଫିଟନେସ୍‌ ରୁଟିନ୍‌ ମେନଟେନ କରୁଛନ୍ତି। ଇଣ୍ଟରଭ୍ୟୁରେ ତାଙ୍କୁ ପଚରା ଯାଇ ଥିଲା କି  ସେ ଓ ୱିଲମୋରଙ୍କ ମଧ୍ୟରେ ମହାକାଶରେ ନିଜକୁ କେମିତି ମ୍ୟାନେଜ କରୁଛନ୍ତି। ଏହା ଉପରେ ସୁନୀତା କହୁଛନ୍ତି,ମହାକାଶରେ ଏକ ଭାଗରେ ୱାର୍କ ଆଉଟ୍‌ କରିବାକୁ ଅଛି। ଆମେ ଦିନରେ ଦୁଇ ଘଣ୍ଟା ୱାର୍କ ଆଉଟ୍‌ କରିଥାଉ। ଆମ ଶରୀରରେ କିଛି ପରିବର୍ତ୍ତନ ଆସିଛି ଏବଂ ସେଥିପାଇଁ ଆମକୁ ସେତିକି ବ୍ୟାୟାମ କରିବାକୁ ପଡ଼ିଥାଏ , କିଛି ଲୋକ ଏହାକୁ ସ୍ପେସ୍‌ ବଫ୍‌ କୁହନ୍ତି।

ୱିଲିୟମ୍ସ ନିଜର ସ୍ୱାସ୍ଥ୍ୟ ଓ ଓଜନ ବିଷୟରେ ସୋସିଆଲ ମିଡ଼ିଆରେ ହେଉଥିବା ଆଲୋଚନାର ଜବାବ ଦେଇଛନ୍ତି। କହିଛନ୍ତି, ସେ ଓ ତାଙ୍କ ସାଥି ମହାକାଶ ଯାତ୍ରୀ ବୁଚ ଭଲ ଅନୁଭବ କରୁଛନ୍ତି। ସେ କହିଛନ୍ତି –ଆମେ ଭଲ ଅନୁଭବ କରୁଛୁ ,ବ୍ୟାୟାମ କରୁଛୁ। ଠିକ୍‌ରେ ଖାଉଛୁ। ଆମେ ଏଠାରେ ମଧ୍ୟ ବହୁତ ମଜା କରୁଛୁ। ଆମ ବିଷୟରେ ଚିନ୍ତା କରନ୍ତୁ ନାହିଁ। ଆମେ ସଂପୂର୍ଣ୍ଣ ଭଲରେ ଅଛୁ।

ନିଜର ଧନ୍ୟବାଦ ବାର୍ତ୍ତାରେ, ୱିଲିୟମ୍ସ କହିଛନ୍ତି, ଏଠାରେ ଆମର ଦଳ ଆମର ସବୁ ବନ୍ଧୁ ଓ ପରିବାରକୁ ହ୍ୟାପି ଥାଙ୍କସ ଗିଭିଂ କହିବାକୁ ଚାହୁଁ ଥିଲେ, ଯିଏ ପୃଥିବୀରେ ଅଛନ୍ତି ଏବଂ ସେମାନ ସମସ୍ତେ , ଯେଉଁମାନେ ଆମର ସମର୍ଥନ କରୁଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.