ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

୭ ମାସ ପରେ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ ବାହାରେ ପାଦ ରଖିଲେ ସୁନୀତା,୮ଥର ସ୍ପେଶୱାକ୍‌ କରି କଲେ ରେକର୍ଡ଼

Published By : Anindita Ratha | January 18, 2025 1:58 PM

ନୂଆଦିଲ୍ଲୀ, ୧୮/୦୧: ପୁଣି ଥରେ ଆଉ ଏକ ରେକର୍ଡ଼ କରିଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ । ମହାକାଶରେ ୮ଥର ସ୍ପେଶୱାକ୍‌ କରି ସୁନୀତା ଏହି ରେକର୍ଡ କରିଛନ୍ତି ।  ଦୀର୍ଘ ୭ ମାସ ପରେ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରୁ ବାହାରି ସ୍ପେଶୱାକ୍‌ କରିଛନ୍ତି ସୁନୀତା । ତେବେ ତାଙ୍କ ସହ ନାସାର ଆଉ ଜଣେ ମହାକାଶଚାରୀ ନିକ୍‌ ହଗ୍‌ ମହାକାଶରେ ଚାଲିଥିବା ଜଣାପଡ଼ିଛି ।

ତେବେ ଗତ ବର୍ଷ ଜୁନ ମାସରେ ୮ ଦିନ ପାଇଁ ମହାକାଶକୁ ଯାଇଥିଲେ ସୁନୀତା । ହେଲେ ୭ମାସରୁ ଅଧିକ ସମୟ ଧରି ସେଠାରେ ଫସି ରହିଛନ୍ତି । ପ୍ରାୟ ୭ ମାସ ପରେ ସେ ସ୍ପେଶ ଷ୍ଟେସନରୁ ବାହାରି ସେ ସ୍ପେଶଓ୍ବାକ କରିଛନ୍ତି। ନାସାର ସୂଚନା ଅନୁସାରେ ସ୍ପେଶ ଷ୍ଟେସନରେ କିଛି ଜରୁରୀ ମରାମତି କରିବା ଲାଗି ସେ ସ୍ପେଶ ଷ୍ଟେସନରୁ ବାହାରିଛନ୍ତି। ଗତବର୍ଷ ତାପମାତ୍ରା ବୃଦ୍ଧି ପାଇବା ଯୋଗୁଁ ନାସା ମହାକାଶଚାରୀଙ୍କ ସ୍ପେଶୱାକ୍‌କୁ ରୋକାଯିବା ପରେ ଏହା କୌଣସି ମହାକାଶଚାରୀଙ୍କ ପ୍ରଥମ ସ୍ପେଶୱାକ୍‌ ଥିଲା । ମହାକାଶ ଯାତ୍ରୀଙ୍କ ସୁଟ୍‌ର କୁଲିଂ ଲୁପ୍‌ରୁ ପାଣି ଲିକ୍‌ ହୋଇ ଏୟାରଲକ୍‌ କୁ ଆସିଯାଇଥିବାରୁ ସ୍ପେଶୱାକ୍‌କୁ ରୋକାଯାଇଥିଲା । ହେଲେ ଏବେ ନାସା ସେହି ସମସ୍ୟାର ସମାଧାନ କରିଛି । ଏହା ସୁନୀତା ୱିଲିୟମ୍ସଙ୍କ ଲାଗି ୮ ନମ୍ବର ସ୍ପେଶୱାକ୍‌ ଥିବା ବେଳେ ସେ ଏହା ପୂର୍ବରୁ ଅନେକ ଥର ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ରହି ସ୍ପେଶୱାକ୍‌ କରିସାରିଛନ୍ତି । 

ଏହା ମଧ୍ୟ ପଢନ୍ତୁ- ଇଣ୍ଟର ନ୍ୟାସନାଲ ସ୍ପେସ୍ ଷ୍ଟେସନ୍‌ରେ ଫାଟ, ୫୦ ସ୍ଥାନରେ ଲିକେଜ୍: ସଙ୍କଟରେ ସୁନୀତା ଓ୍ବିଲିୟମ୍ସଙ୍କ ଜୀବନ

ସେହିପରି ମହାକାଶଚାରୀ ସୁନୀତା ଜାନୁଆରୀ ୨୩ରେ ସହଯୋଗୀ ୱିଲମୋରଙ୍କ ସହ ଦ୍ବିତୀୟ ସ୍ପେଶୱାକ୍‌ କରିବାକୁ ଯାଉଛନ୍ତି । ପ୍ରକାଶ ଥାଉକି, ସୁନୀତା ଓ ସହଯୋଗୀ ୱିଲମୋର ଗତବର୍ଷ ଜୁନରେ ବୋଇଙ୍ଗ ଷ୍ଟାରଲାଇନର କ୍ୟାପସୁଲ୍‌ରେ ମହାକାଶକୁ ଯାତ୍ରା କରିଥିଲେ । ଏହା ମାତ୍ର ଗୋଟିଏ ସପ୍ତାହର ପରୀକ୍ଷା ଥିଲା । କିନ୍ତୁ ବୋଇଙ୍ଗ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେମାନେ ପୃଥିବୀ ଫେରିପାରିନଥିଲେ । ଏହାପରେ ନାସା କ୍ୟାପସୁଲ୍‌କୁ ଖାଲି କରି ଏହାକୁ ପୃଥିବୀ ପଠାଇବାକୁ କହିଥିଲା । ଏହାପରେ ସୁନୀତା ଓ ସହଯୋଗୀ ୱିଲମୋର, ସ୍ପେଶଏକ୍ସ ମହାକାଶ ଯାନରେ ଫେରିବାର ଥିଲା । କିନ୍ତୁ ଏହି ଯାନ ଲଞ୍ଚରେ ବିଳମ୍ବ ଯୋଗୁଁ ଉଭୟ ମହାକାଶଚାରୀ ଚଳିତ ବର୍ଷ ମାର୍ଚ୍ଚ ଶେଷରେ କିମ୍ବା ଏପ୍ରିଲ ଆରମ୍ଭରୁ ଘରକୁ ଫେରିପାରନ୍ତି ବୋଲି ନାସା ପକ୍ଷରୁ ସୂଚନା ମିଳିଛି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.