ମୁମ୍ବାଇ ୧୩/୧୧: ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଡିସଚାର୍ଜ ହୋଇ ଘରକୁ ଫେରିଛନ୍ତି। ଘରେ ତାଙ୍କର ଚିକିତ୍ସା ଚାଲିଛି। ଏହି ସମୟରେ ଆଜି ସକାଳେ, ଧର୍ମେନ୍ଦ୍ରଙ୍କ ପୁଅ ତଥା ଅଭିନେତା ସନି ଦେଓଲଙ୍କୁ ଦେଖିବାକୁ ମିଳିଥିଲା। ସନ୍ନି ଦେଓଲ ତାଙ୍କ ଘର ବାହାରେ ପାପାରାଜିଙ୍କୁ ଠିଆ ହୋଇଥିବା ଦେଖି ଖୁବ୍ ରାଗିଗଲେ। ସେ ସେମାନଙ୍କ ଉପରେ ପ୍ରବଳ ବର୍ଷିଲେ। ଯାହାର ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ସନି ଦେଓଲ କହୁଛନ୍ତି, "ଆପଣମାନଙ୍କୁ ଖରାପ ଲାଗିବା କଥା। ଆପଣଙ୍କ ଘରେ ବାପାମା ଅଛନ୍ତି। ଆପଣଙ୍କର ପିଲା ଅଛନ୍ତି। ଆଉ ଆପଣ ଏଠାରେ ଭିଡିଓ ନେଉଛନ୍ତି। ଆପଣଙ୍କୁ ଲଜ୍ଜା ଲାଗୁନାହିଁ?" ତେବେ ଏହି ସମୟରେ ସନି ଦେଓଲ ନୀଳ ସାର୍ଟ ଏବଂ ଧୂସର ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଥିଲେ। ସେ ଏକ କଳା କ୍ୟାପ୍ ମଧ୍ୟ ପିନ୍ଧିଥିଲେ।
मुंबई, महाराष्ट्र: अभिनेता सनी देओल अपने बंगले से बाहर निकलकर पत्रकारों से हाथ जोड़कर अपनी नाराजगी जाहिर की। pic.twitter.com/YurtyQGFL1
— IANS Hindi (@IANSKhabar) November 13, 2025
ଅଭିନେତା ଧର୍ମେନ୍ଦ୍ର ଗତ କିଛି ଦିନ ଧରି ଅସୁସ୍ଥ ଅଛନ୍ତି। ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଏବେ ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି। ତଥାପି ଅଭିନେତା ଏବେ ଘରୁ ଚିକିତ୍ସା ନେଉଛନ୍ତି। ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି।