ପ୍ରମୂଖ ଖବର
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କାହିଁକି ଶାହାରୁଖଙ୍କ ସହ ୧୬ ବର୍ଷ କଥା ହୋଇନଥିଲେ ଆଙ୍ଗ୍ରି ମ୍ୟାନ୍‌, ଏକାଠି କାମ ନକରିବାକୁ ନେଇଥିଲେ ଶପଥ

Published By : Krishna Priya | October 19, 2024 2:03 PM

ମୁମ୍ବାଇ ୧୯/୧୦: ବଲିଉଡର 'ଆଙ୍ଗ୍ରି ମ୍ୟାନ୍‌' ସନ୍ନି ଦେଓଲ ଆଜି ତାଙ୍କର ୬୮ ତମ ଜନ୍ମଦିନ ପାଳନ କରୁଛନ୍ତି। ଅକ୍ଟୋବର ୧୯, ୧୯୫୭ ରେ ଜନ୍ମ ହୋଇଥିବା ସନ୍ନି ତାଙ୍କ କ୍ୟାରିୟରରେ ଅନେକ ସ୍ମରଣୀୟ ଚରିତ୍ରରେ ଅଭିନୟ କରିଛନ୍ତି। କିନ୍ତୁ ଏପରି କିଛି ଘଟଣା ତାଙ୍କ ଜୀବନରେ ମଧ୍ୟ ଘଟିଥିଲା, ଯାହା ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି କରିଥିଲା । ଏପରି ଏକ ଘଟଣା ହେଉଛି ଶାହାରୁଖ ଖାନଙ୍କ ସହିତ ତାଙ୍କର ୧୬ ବର୍ଷର ନୀରବତା, ଯାହାକୁ କେହି ଭୁଲି ପାରିବେ ନାହିଁ। ତେବେ କାହିଁକି ସନ୍ନି, ଶାହାରୁଖଙ୍କ ସହ କଥା ହୋଇନଥିଲେ ଏବଂ ତାଙ୍କ ସହ କେବେବି କାମ ନକରିବାକୁ ଶପଥ ନେଇଥିଲେ ଆସନ୍ତୁ ଜାଣିବା ସେ ବିଷୟରେ...

୧୯୯୩ ମସିହା, ଯେତେବେଳେ ୟଶ ଚୋପ୍ରା ତାଙ୍କ ସୁପରହିଟ୍ ଫିଲ୍ମ ‘ଡର’ରେ ମୁଖ୍ୟ ହିରୋ ଭାବରେ ସନ୍ନି ଦେଓଲଙ୍କୁ କରିଥିଲେ କାଷ୍ଟ । ଫିଲ୍ମରେ ଶାହାରୁଖ ଖାନ ଭିଲେନ ଭୂମିକାରେ ଥିଲେ, ସେହି ସମୟରେ ଶାହରୁଖ ଇଣ୍ଡଷ୍ଟ୍ରିରେ ନୂଆ ଥିଲେ। ସନ୍ନି ସେତେବେଳେ ଜଣେ ପ୍ରତିଷ୍ଠିତ ଅଭିନେତା ଥିଲେ ଏବଂ ତାଙ୍କ ନାଁରେ ହିଁ ଫିଲ୍ମ ହିଟ୍ ହେଉଥିଲା । କିନ୍ତୁ ସୁଟିଂ ସମୟରେ ଧିରେ ଧିରେ ସନ୍ନି ଅନୁଭବ କରିବାକୁ ଲାଗିଲେ ଯେ ଏହି ଫିଲ୍ମରେ ଭିଲେନଙ୍କ ଭୂମିକାକୁ ହିରୋଙ୍କ ଅପେକ୍ଷା ଅଧିକ ଗୁରୁତ୍ୱ ଦିଆଯାଉଛି। ହିରୋ ହୋଇଥିଲେ ମଧ୍ୟ ତାଙ୍କୁ ଫିଲ୍ମରେ କମ୍ ଗୁରୁତ୍ୱ ଦିଆଯାଉଛି। ଏହି କାରଣରୁ ସୁଟିଂ ସେଟରେ ଉଭୟଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ମଧ୍ୟ ହୋଇଥିଲା।

ଏହାବ୍ୟତୀତ ଫିଲ୍ମ ‘ଡର୍’ ରିଲିଜ୍ ହେବା ପରେ ଶାହାରୁଖ ଭିଲେନ୍ ହୋଇଥିଲେ ମଧ୍ୟ ତାଙ୍କୁ ଅଧିକ ଲୋକପ୍ରିୟତା ମିଳିଥିଲା। ଏହା ସନ୍ନିଙ୍କୁ ବହୁତ ଖରାପ ଲାଗିଥିଲା । ଏହାପରେ ସେ ସ୍ଥିର କଲେ ଯେ ସେ ୟଶ ଚୋପ୍ରା କିମ୍ବା ଶାହାରୁଖ ଖାନଙ୍କ ସହ ଆଉ କାମ କରିବେ ନାହିଁ। ଏହି କ୍ରୋଧ ହେତୁ ସନ୍ନି ୧୬ ବର୍ଷ ଧରି ଶାହାରୁଖ ଖାନଙ୍କ ସହ କଥା ହୋଇନଥିଲେ।  ତେବେ ଅନେକ ବର୍ଷ ପରେ, ଫିଲ୍ମଫେୟାର ସାକ୍ଷାତକାରରେ ସନ୍ନି ନିଜର ନୀରବତା ଭାଙ୍ଗିଥିଲେ। ତାଙ୍କୁ ପୁଣିଥରେ ଶାହାରୁଖ ଏବଂ ଅନିଲ କପୁରଙ୍କ ସହ କାମ କରିବେ କି ନାହିଁ ବୋଲି ପଚରାଯାଇଥିଲା। ଏହା ଉପରେ ସନ୍ନି କହିଥିଲେ ଯେ ସେ ପୂର୍ବରୁ ଉଭୟଙ୍କ ସହ କାମ କରିଛନ୍ତି ଏବଂ ସେମାନେ କେତେ ଦକ୍ଷ ତାହା ଜାଣନ୍ତି। ତେବେ ସେ ଏହା ବି କହଥିଲେ ଯେ ଆହୁରି ଅଧିକ ସତର୍କ ରହିବେ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.