ମୁମ୍ବାଇ,୧୫/୦୮: ସ୍ୱାଧୀନତା ଦିବସରେ ଫ୍ୟାନ୍ସଙ୍କୁ ଭେଟି । ସନ୍ନି ଦେଓଲଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ବର୍ଡର ୨'ର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଯାଇଛି । ନିର୍ମାତାମାନେ ପିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ କରିବା ସହ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ପ୍ରକାଶ କରିଛନ୍ତି । ତେବେ 'ବର୍ଡର ୨'ର ପୋଷ୍ଟରରେ, ସନ୍ନି ଦେଓଲଙ୍କୁ ସୈନିକ ଅବତାରରେ ଦେଖିବାକୁ ମିଳିଛି।
ନିର୍ମାତାମାନେ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ପୋଷ୍ଟର ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ଭାରତ ପାଇଁ ପୁଣିଥରେ ଲଢିବା ' । ତେବେ 'ବର୍ଡର ୨' ଆସନ୍ତା ବର୍ଷ ଜାନୁଆରୀ ୨୨ରେ ରିଲିଜ୍ ହେବ । ସ୍ୱାଧୀନତା ଦିବସର ଶୁଭେଚ୍ଛା ।' ସେହିପରି ନିର୍ଦ୍ଦେଶକ ଅନୁରାଗ ସିଂ କହିଛନ୍ତି, 'ସ୍ୱାଧୀନତା ଦିବସରେ ଫିଲ୍ମର ମୁକ୍ତିଲାଭ ତାରିଖ ଘୋଷଣା କରିବା ପ୍ରତୀକାତ୍ମକ । ଏହି ଦିନ ଆମକୁ ଭାରତର ସ୍ୱାଧୀନତା ପାଇଁ ଆମର ସୈନିକମାନଙ୍କ ଦ୍ୱାରା ଦିଆଯାଇଥିବା ବଳିଦାନକୁ ମନେ ପକାଇ ଦିଏ । ଏହି କାହାଣୀ ମାଧ୍ୟମରେ ସେମାନଙ୍କ ଅମର ଆତ୍ମାକୁ ସମ୍ମାନ କରିବା ଏକ ସୌଭାଗ୍ୟର କଥା ।'ତେବେ ଫିଲ୍ମ 'ବର୍ଡର ୨'ରେ ଭୂଷଣ କୁମାର, କ୍ରିଷନ କୁମାର, ଜେ.ପି. ଦତ୍ତା ଏବଂ ନିଧି ଦତ୍ତାଙ୍କ ଦ୍ୱାରା ପ୍ରଯୋଜିତ ଏବଂ ଅନୁରାଗ ସିଂଙ୍କ ଦ୍ୱାରା ନିର୍ଦ୍ଦେଶିତ । ଏଥିରେ ସନ୍ନି ଦେଓଲ, ଦିଲଜିତ ଦୋସାଞ୍ଜ ଏବଂ ଆହାନ ସେଟ୍ଟିଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।