ଭୁବନେଶ୍ୱର,୨୦/୦୫:  ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଯୋଗାଣ ସଚିବ ସଞ୍ଜୟ ସିଂହଙ୍କ କଡ଼ା ତାଗିଦ । ସ୍ଵଚ୍ଛତା ନ ରଖିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ନିୟମ ପାଳନ ନକଲେ ନିଲମ୍ବିତ ହେବେ କିମ୍ବା ଚାକିରି ଯିବ।  ଅତ୍ୟାବଶ୍ୟକ ଦରଦାମ ବୃଦ୍ଧି ସମୟରେ ଅଧିକାରୀ ରିଆକ୍ଟିଭ ନ ହୋଇ ପ୍ରୋଆକ୍ଟିଭ ହେବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲାସ୍ତରରେ ଚଢାଉ କରି  କଳାବଜାରୀଙ୍କ ଉପରେ ଆକ୍ସନ୍ ନେବାକୁ ପରାମର୍ଶ ଦେଇଛନ୍ତି ଯୋଗାଣ ସଚିବ। 

ଯୋଗାଣ ସଚିବ ସଞ୍ଜୟ ସିଂହ କହିଛନ୍ତି ଯେ କଣ୍ଡକ୍ଟ ରୁଲ୍  ପାଳନ କରନ୍ତୁ।  ନହେଲେ ଆକ୍ସନ୍ ହେବ। ଏଥିପାଇଁ ଯୋଗାଣ ଅଧିକାରୀ ନିଲମ୍ବିତ କିମ୍ବା ବହିଷ୍କୃତ ହେବେ। ଏଲପିଜି, ଡିଜେଲ, ପେଟ୍ରୋଲ ଦରଦାମ ବୃଦ୍ଧି ରେ କାହିଁକି ପ୍ରୋ ଆକ୍ଟିଭ୍ ହୋଇ କାମ କରିବାକୁ ନିର୍ଦ୍ଦେଶ ନିର୍ଦ୍ଦେଶକୁ  ଅପେକ୍ଷା କରିବାକୁ ପଡୁଛି। କିଛି ଅସୁବିଧା ଅଛି ତୁରନ୍ତ ଜଣାଅ। ଜିଲ୍ଲାସ୍ତରରେ ଚଢାଉ କର। କଳାବଜାରୀଙ୍କ ଉପରେ ଆକ୍ସନ୍ ନିଅ।  କେଉଁଠି ଅସୁବିଧା ରହୁଛି  ଜଣାଅ । ଏହି ଅବସରରେ ଯୋଗାଣ ଅଧିକାରୀମାନଙ୍କୁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ପାଳନ ପାଇଁ ଯୋଗାଣ ଅଧିକାରୀ ମାନଙ୍କୁ ଶପଥ କରାଇଛନ୍ତି। 

ଆହୁରି ପଢନ୍ତୁ- Plus Two Result: ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏକାସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ରେଜଲ୍ଟ ପ୍ରକାଶିତ

ଧାନ କିଣା ବେଳେ ଅବହେଳା କରିଥିବା କିଛି ଯୋଗାଣ ଅଧିକାରୀଙ୍କୁ ସିଧା ସିଧା ତାଗିଦ କଲେ ସଚିବ ସଞ୍ଜୟ ସିଂ।  ଧାନ କିଣାରେ SHG ନିୟୋଜିତ କରିବା କାରଣରୁ ଭଦ୍ରକ CSO ଙ୍କୁ ପ୍ରଶ୍ନ କରିଥିଲେ ସଚିବ। କହିଲେ SHG ଙ୍କୁ ନିୟୋଜିତ କରାଯିବାର କୌଣସି ବ୍ୟବସ୍ଥା ନାହିଁ। ନିଜ ଦରମାରୁ ପଇସା କଟିବ। ଚିଠିର ଉତ୍ତର ଦେଉନଥିବାରୁ ବି ଅସନ୍ତୋଷ ଝାଡ଼ିଲେ।  ସେହିପରି ଜଗତସିଂହପୁର CSO ଙ୍କୁ କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ସଚିବ। ଚାଉଳ ଡେଲିଭରୀ ବିଳମ୍ବ କୁ ନେଇ ତାଗିଦ କଲେ। ବଲାଙ୍ଗିର ଓ ଢେଙ୍କାନାଳ CSO ଙ୍କୁ ବି ତାଗିଦ କଲେ।  କୋରାପୁଟ ଚାଷୀ ଙ୍କ ଯାଞ୍ଚ ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ଅସନ୍ତୋଷ ଝାଡିଲେ।