ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

କର୍ଲାମୁଣ୍ଡା ବ୍ଲକରେ ଓଡ଼ିଶା ବନ୍ଦକୁ ସମର୍ଥନ; ଦୋକାନ ବଜାର ବନ୍ଦ, ଯାନବାହନ ଚଳଚଳ ଠପ୍‌

Published By : Harapriya Sethi | July 17, 2025 11:28 AM

କର୍ଲାମୁଣ୍ଡା,୧୭/୭: ଏଫଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ଆଜି କଂଗ୍ରେସ ସମେତ ବାମ ପନ୍ଥୀ ଦଳମାନେ ଦେଇଥିବା ୧୨ ଘଣ୍ଟିଆ ଓଡିଶା ବନ୍ଦକୁ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକରେ ମଧ୍ୟ ସମର୍ଥନ ମିଳିଛି । ବ୍ଲକ ସ୍ତରରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସ୍କୁଲ କଲେଜ, ଦୋକାନ ବଜାର ବନ୍ଦ ରହିବା ସହ ଯାନବାହନ ଯାତାୟାତ ଠପ୍ ହୋଇଛି । ବ୍ଲକ କଂଗ୍ରେସ ସଭାପତି ସୁରେଶ ଚୌଧୁରୀଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ରାଜ୍ କିଶୋର ମିଶ୍ର, ରାଜ କିଶୋର ଜୈନ, ଦୟା ମାଝୀ, କଂଗ୍ରେସ କର୍ମୀ ଚୈତନ୍ୟ ସାହୁ, ଗୋବର୍ଦ୍ଧନ କୁମାର, ମାର୍କଣ୍ଡ ସାହୁ, ବବୃ ବାହନ ଭୋଇ, ମହେଶ୍ୱର ଗହୀର, ରଶ୍ମିରଞ୍ଜନ ରଣା, ଲାଭି ରଣା, ରମେଶ ପଟେଲ ପ୍ରମୁଖ ସାମିଲ ହୋଇ ବ୍ଲକ ସଦର, ରିଷିଡା, ଜୋରାଡ଼ବରା ଛକରେ ଶାନ୍ତି ପୂର୍ଣ୍ଣ ଭାବେ ବନ୍ଦ ଡାକରା ଦେଇଥିବାରୁ ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.