ପ୍ରମୂଖ ଖବର
  • ଗଲଓ୍ବାନ ସଂଘର୍ଷ ପରେ ପ୍ରଥମ ଥର ଚୀନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଏସସିଓ ସମ୍ମିଳନୀରେ ହେବେ ସାମିଲ
  • ||
  • ପଟ୍ଟାମୁଣ୍ଡାଇ: ଘରେ ଭିତରେ ଜିଅନ୍ତା ଜଳିଗଲେ ଯୁବତୀ, ପ୍ରେମିକ ବ୍ଲାକମେଲ୍ କରୁଥିବା ଅଭିଯୋଗ
  • ||
  • କେନ୍ଦୁଝର: ୩୦୦୦ ଟଙ୍କା ଲାଞ୍ଚ ନେବା ଆସିଷ୍ଟାଣ୍ଟ ରେକର୍ଡ କିପର୍ ହାଡିବନ୍ଧୁ ବେହେରାଙ୍କୁ ବେଳେ ମାଡ଼ି ବସିଲା ଭିଜିଲାନ୍ସ; ୨ଟି ସ୍ଥାନରେ ଏକକାଳୀନ ଚଢ଼ାଉ
  • ||
  • ବିଶ୍ଵ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ମହିଳାଙ୍କ ପାଇଁ ବଡ଼ ଘୋଷଣା : ସବୁଠି ଖୋଲିବ ବ୍ରେଷ୍ଟ ଫିଡିଂ ସେଣ୍ଟର୍
  • ||
  • ଭୁବନେଶ୍ଵର : ଖୁବଶୀଘ୍ର ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା ପରିବର୍ତ୍ତନ, ରାଜସ୍ବ ବିଭାଗ ପକ୍ଷରୁ SOP ଜାରି
  • ||
  • ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ଟି ସ୍ଥାନରେ ଚଢାଉ
  • ||
  • ରୋପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI, ୫.୫ ପ୍ରତିଶତରେ ସ୍ଥିର ସୁଧ ହାର
  • ||
  • ଖାଦ୍ୟ ପାର୍ସଲ ଦେବାକୁ କହି ମହିଳାଙ୍କୁ ଡାକିଲେ, ଆସିବାରୁ ହତ୍ୟା ଧମକ ଡେଲିଭରି ବୟ
  • ||
  • ଓଟିଇଟି ପ୍ରଶ୍ନ ଲିକ୍‌ କେଳେଙ୍କାରୀ: ମହିଳା ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ମାରାଥନ୍ ଜେରା, ଏବେ କ୍ରାଇମ୍‌ବ୍ରାଞ୍ଚ୍‌ ସ୍କାନର୍‌ରେ ସଭାପତି
  • ||
  • ତେଲକୋଇ : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ
  • ||
  • ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା, ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ, ଝାଡ଼ସୁଗୁଡ଼ା ଏଡିଜେଏ କୋର୍ଟରେ ହେବ ଶୁଣାଣି
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା; ଉପସଭାପତି ନିହାର ମହାନ୍ତି ସସ୍‌ପେଣ୍ଡ୍, ଏବେ କ୍ରାଇମ୍‌ବ୍ରାଞ୍ଚ ସ୍କାନ୍‌ରେ ସଭାପତି
  • ||
  • ବୁଧବାର ଏବଂ ଗୁରୁବାର ପ୍ରବଳ ବର୍ଷା ସମ୍ଭାବନା, ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||

ବିଜୁଳି ବିଲ୍ ବୃଦ୍ଧି ପାଇଁ ଗ୍ରୀନ ସିଗନାଲ୍, ଦିଲ୍ଲୀ ସମେତ ଦେଶରେ ପଡ଼ିବ ପ୍ରଭାବ

Published By : Anindita Ratha | August 6, 2025 2:48 PM

ନୂଆଦିଲ୍ଲୀ,୦୬/୦୮: ବିଜୁଳି ଜାଳିବା ହେବ ମହଙ୍ଗା। ଉପଭୋକ୍ତାଙ୍କୁ ଲାଗିବ ୪୪୦ ଭୋଲ୍ଟର ଝଟକା। ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ଦର ବଢ଼ିବ । ସୁପ୍ରିମକୋର୍ଟ ଏକ ମାମଲାର ଶୁଣାଣି ସମୟରେ ଦିଲ୍ଲୀରେ ବିଦ୍ୟୁତ୍ ଦର ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି। ବିଜୁଳି ଦର ବୃଦ୍ଧିକୁ ଅନୁମତି ଦେବା ଉପରେ କୋର୍ଟ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି । 

ସୁପ୍ରିମକୋର୍ଟ କହିଛନ୍ତି, ବିଜୁଳି ଦରରେ ବୃଦ୍ଧି ସଠିକ୍‌ ଭାବେ ହେବା ଉଚିିତ୍‌ । ନ୍ୟାୟାଳୟ ବିଜୁଳି ବିଲ୍‌ ଦର ବଢାଇବା ପାଇଁ ଅନୁମତି ଦେବା ସହ କିଛି ସର୍ତ୍ତ ରଖିଛନ୍ତି । କୋର୍ଟ କହିଛନ୍ତି ଯେ, ଦର ବୃଦ୍ଧି ଲାଭଦାୟକ ହେବା ଆବଶ୍ୟକ ଓ ଦିଲ୍ଲୀ ନିୟାମକ ଆୟୋଗ ପକ୍ଷରୁ ସ୍ଥିର କରାଯାଇଥିବା ସୀମାରୁ ଅଧିକ ହେବା ଉଚିିତ୍‌ ନୁହେଁ । ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀରେ ବିଜୁଳି ଦର ବଢା ଯାଇପାରିବ, ମାତ୍ର ତାହା ପକେଟ୍‌କୁ ସୁହାଇବା ଭଳି ହେବା ଆବଶ୍ୟକ । ତେବେ ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିର ପ୍ରଭାବ ଦିଲ୍ଲୀ ସମେତ ଦେଶର ଅନ୍ୟ ରାଜ୍ୟ ଉପରେ ମଧ୍ୟ ପଡିପାରେ ।

ଏହି ମାମଲା ବିଜୁଳି ବିତରଣ କମ୍ପାନୀର ଅଟକିଥିବା ଟଙ୍କାକୁ ନେଇ ବର୍ଷ ବର୍ଷ ଧରି ଚାଲିଥିବା ମକଦ୍ଦମା ଉପରେ ହୋଇଛି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଦିଲ୍ଲୀ ବିଜୁଳି ନିୟାମକ ଆୟୋଗ (ଡିଇଆରସି) ରୋଡ୍‌ମ୍ୟାପ୍‌ ତିଆରି କରିବା ଆବଶ୍ୟକ ଯେ ବିଜୁଳି ବିଲ୍‌ କେବେ ଓ କେତେ ବଢାଇବା ଉଚିିତ୍‌। ରିପୋର୍ଟ ଅନୁଯାୟୀ, ବୃଦ୍ଧି ବିଜୁଳି ଦର ଯେପରି ସମସ୍ତ ପ୍ରକାର ଉପଭୋକ୍ତାଙ୍କ ଉପରେ ଲାଗୁ କରାଯାଇପାରିବ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.