ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

୫୦ ଦିନ ପରେ ସ୍ବାଭାବିକ ହେବ ଦିଲ୍ଲୀ, ଗ୍ରାପ୍‌-୪ କଟକଣା କୋହଳ ଲାଗି ଅନୁମତି ଦେଲେ ସୁପ୍ରିମକୋର୍ଟ

Published By : Tapas Panda | December 5, 2024 6:41 PM

Image Courtesy: indiatvnews

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା କମିଛି । ଫଳରେ ଗ୍ରାପ୍‌-୪ କଟକଣା କୋହଳ କରିବା ଲାଗି ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି । ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ସବୁ ସୀମା ଟପିଯିବା ପରେ ଗ୍ରାପ-୪ କଟକଣା ଲାଗୁ ହୋଇଥିଲା । ଏଥିରେ କୋହଳ କରିବା ଲାଗି ବାରମ୍ବାର ଅପିଲ୍‌ ହୋଇଥିଲେ ହେଁ ସୁପ୍ରିମକୋର୍ଟ ରାଜି ହୋଇନଥିଲେ । କିନ୍ତୁ ଗୁରୁବାର କଟକଣା କୋହଳ କରିବାକୁ ଅନୁମତି ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । 

 ଦିଲ୍ଲୀରେ ଏୟାର କ୍ବାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ)ରେ ସୁଧାର ଆସିଥିବା ଜଣାପଡ଼ିଛି । କଟକଣା କୋହଳ ହେବା ପରେ ରାଜ୍ୟରେ ବନ୍ଦ ପଡ଼ିଥିବା ନିର୍ମାଣ କାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇପାରେ । ଏହା ସହ ରାଜ୍ୟକୁ ଟ୍ରକ୍‌ ପ୍ରବେଶ ଉପରେ ଥିବା ବ୍ୟାନକୁ ସରକାର ହଟାଇପାରନ୍ତି । ସେପଟେ ଛାତ୍ରଛାତ୍ରୀ ସ୍କୁଲ୍‌ ଓ କଲେଜ୍‌କୁ ଯାଇ ପଢ଼ିପାରିବେ । 

 ଦୀର୍ଘ ୫୦ ଦିନ ପରେ ଗ୍ରାପ୍-୪ ପ୍ରତ୍ୟାହାର ହେବାକୁ ଯାଉଛି।  ଅନେକ ଦିନ ପରେ ବୁଧବାର ଦିଲ୍ଲୀବାସୀ ଶ୍ବାସକ୍ରିୟାରେ ସ୍ବଚ୍ଛ ବାୟୁ ଗ୍ରହଣ କରିଛନ୍ତି । ୨୪ ଘଣ୍ଟା ହେଲା ଦିଲ୍ଲୀରେ ଏକ୍ୟୁଆଇ ୧୭୮ ରହିଛି । ଏହା ପୂର୍ବରୁ ଅକ୍ଟୋବର ୧୫ରେ ବାୟୁର ମାନ ଭଲ ସ୍ତରକୁ ଆସିଥିଲା କିନ୍ତୁ ତାପରଦିନ ପୁଣି ଜହର ପାଲଟିଯାଇଥିଲା ଦିଲ୍ଲୀର ବାୟୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.