ନୂଆଦିଲ୍ଲୀ ୧୫/୦୮: ରେଣୁକାସ୍ୱାମୀ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ଲୋକଙ୍କୁ ଦିଆଯାଇଥିବା ଜାମିନକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ଜେବି ପାରଦିୱାଲା ଓ ଜଷ୍ଟିସ ଆର ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଆଦେଶକୁ ଖାରଜ କରିବା ସହ ଏଥିରେ ବହୁତ ତ୍ରୁଟି ରହିଛି ବୋଲି କହିଛନ୍ତି। ଅଭିଯୁକ୍ତ ଯେତେ ବଡ ହୁଅନ୍ତୁ ନା କାହିଁକି, ତାଙ୍କ ଲୋକପ୍ରିୟତା ଯେତେ ହେଉ ନା କାହିଁକି ସେ ଆଇନର ଉର୍ଦ୍ଧ୍ୱରେ ନୁହନ୍ତି ବୋଲି ସୁପ୍ରିମ କୋର୍ଟ ସ୍ଫଷ୍ଟ କରିଦେଇଛନ୍ତି। ଏହାଦ୍ୱାରା ପୂରା ସମାଜକୁ ଏକ ଗଠନମୂଳକ ବାର୍ତ୍ତା ଯିବ। ତେଣୁ ଯଥାଶୀଘ୍ର ଅଭିଯୁକ୍ତ ଆତ୍ମସମର୍ପଣ କରନ୍ତୁ ବୋଲି କୋର୍ଟ କହିଛନ୍ତି।
କୋର୍ଟ ଦର୍ଶନଙ୍କ ସମେତ ସବୁ ଅଭିଯୁକ୍ତମାନଙ୍କୁ ବିଶେଷ ସୁବିଧା ସୁଯୋଗ ନ ଦେବାକୁ ତାଗିଦ କରିଛନ୍ତି। କର୍ଣ୍ଣାଟକ ହାଇକୋର୍ଟ ଦର୍ଶନ ଓ ତାଙ୍କ ସହଯୋଗୀଙ୍କୁ ଜାମିନ ପ୍ରଦାନ କରିଥିଲେ। ଏହାକୁ ବିରୋଧ କରି କର୍ଣ୍ଣାଟକ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଦର୍ଶନ ଓ ଅନ୍ୟ ଅଭିଯୁକ୍ତମାନଙ୍କୁ ହାଇକୋର୍ଟ ୨୦୨୪ ଡିସେମ୍ବର ୧୩ରେ ଜାମିନ ପ୍ରଦାନ କରିଥିଲେ। ଏବେ ବଲ୍ଲାରୀ ଜେଲରେ ଦର୍ଶନ ଓ ଅନ୍ୟମାନଙ୍କୁ ରଖାଯିବ ଓ ଏଥିପାଇଁ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।