ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କେଜ୍ରିଓ୍ବାଲଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ, ମାନହାନୀ ମକଦ୍ଦମା ଲଢ଼ିବାକୁ ବାଧ୍ୟ

Published By : Tapas Panda | October 21, 2024 5:36 PM

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ । ଗୁଜରାଟ ବିଶ୍ବବିଦ୍ୟାଳ (ଜିୟୁ) ପକ୍ଷରୁ ହୋଇଥିବା ମାମଲା ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଏବେ କେଜ୍ରିଓ୍ବାଲ ଗୁଜରାଟର ତଳକୋର୍ଟରେ ହାଜର ହେବେ ଏବଂ ମକଦ୍ଦମା ଲଢ଼ିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଡିଗ୍ରିକୁ ନେଇ ଆପ୍ ନେତା ସଂଜୟ ସିଂହ ଏବଂ ଅରବିନ୍ଦ କେଜ୍ରିଓ୍ବାଲ ଗୁଜରାଟ ବିଶ୍ବବିଦ୍ୟାଳୟ ସଂକର୍କରେ ବିବାଦୀୟ ଟିପ୍ପଣୀ ଦେଇଥିଲେ । ଏହା ପରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଦୁଇ ନେତାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରାଯାଇଥିଲା । 

କେଜ୍ରିଓ୍ବାଲଙ୍କ ପୂର୍ବରୁ ଏପ୍ରିଲରେ ମକଦ୍ଦମା ରଦ୍ଦ କରିବା ନେଇ ସଂଜୟ ସିଂହଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ ।  ସେପଟେ ତଳକୋର୍ଟଙ୍କ ସମନ ରଦ୍ଦ କରିବାକୁ କେଜ୍ରିଓ୍ବାଲ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ । କିନ୍ତୁ ଉଚ୍ଚ ନ୍ୟାୟାଳୟ କେଜ୍ରିଓ୍ବାଲଙ୍କ ଆବେଦନ ଖାରଜ କରିଦେଇଥିଲେ । ଗୁଜରାଟ ବିଶ୍ବବିଦ୍ୟାଳୟର ରେଜିଷ୍ଟ୍ରାର ମକଦ୍ଦମା କରିଥିବାରୁ ଏଥିରେ ସେ ଜଣେ ପୀଡ଼ିତ ନୁହଁନ୍ତି ବୋଲି କେଜ୍ରିଓ୍ବାଲଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଥିଲା । କିନ୍ତୁ ଜଷ୍ଟିସ୍‌ ଋଷିକେଶ ରାୟ ଏବଂ ଏସଭିଏନ୍‌ ଭଟ୍ଟିଙ୍କ ଖଣ୍ଡପୀଠ କେଜ୍ରିଓ୍ବାଲଙ୍କ ଦାବିକୁ ସ୍ବୀକାର କରିନାହାନ୍ତି ।  

ଆଜି (ସୋମବାର) କେଜ୍ରିଓ୍ବାଲଙ୍କ ଓକିଲ ଅଭିଷେକ ମନୁ ସିଂଘଭୀ ସୁପ୍ରିମକୋର୍ଟରେ କ୍ଷମା ପ୍ରାର୍ଥନା କରିବା ସହ ମାମଲାକୁ ରଦ୍ଦ କରିବାକୁ ଆବେଦନ କରିଥିଲେ । ସେପଟେ ବିଶ୍ବବିଦ୍ୟାଳୟ ପକ୍ଷର ଓକିଲ ତୁଷାର ମେହେଟା ମାମଲା ରଦ୍ଦ ଆବେଦନକୁ ବିରୋଧ କରିଥିଲେ । କୌଣସି ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଲଗାଇବା ପରେ କୋର୍ଟରେ କ୍ଷମା ମାଗିବା କେଜ୍ରିଓ୍ବାଲଙ୍କ ଏକ ନିତିଗତ ଅଭ୍ୟାସ ବୋଲି କହିଥିଲେ ତୁଷାର ମେହେଟା । ଏମିତି ସେ ଅନେକ ଥର କରିଛନ୍ତି । ତେଣୁ ଏଥର ତାଙ୍କ ଆବେଦନକୁ ମଞ୍ଜୁରି ନମିଳିବା ଦରକାର ବୋଲି ତୁଷାର ମେହେଟା ସୁପ୍ରିମକୋର୍ଟରେ କହିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.