ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ସୁପ୍ରିମକୋର୍ଟରେ ପ୍ରଥମ ଥର ପାଇଁ ଲାଗୁ ହେଲା SC-ST ସଂରକ୍ଷଣ ନୀତି, କର୍ମଚାରୀଙ୍କୁ ପଦୋନ୍ନତି ଏବଂ ସିଧାସଳଖ ନିଯୁକ୍ତିରେ ମିଳିବ କୋଟା

Published By : Harapriya Biswal | July 2, 2025 2:59 PM

ନୂଆଦିଲ୍ଲୀ,୨।୭: ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ।  ୭୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଅନୁସୂଚିତ ଜାତି (SC) ଏବଂ ଜନଜାତି (ST) ବର୍ଗ ପାଇଁ କର୍ମଚାରୀଙ୍କ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ପଦୋନ୍ନତିରେ ସଂରକ୍ଷଣର ଏକ ଆନୁଷ୍ଠାନିକ ନୀତି କାର୍ଯ୍ୟକାରୀ କରିଛନ୍ତି। ଏହି ନୀତି ୨୩ ଜୁନ୍ ୨୦୨୫ ରୁ କାର୍ଯ୍ୟକାରୀ ହୋଇଛି। ଏହାକୁ ସୁପ୍ରିମକୋର୍ଟଙ୍କ ଅନ୍ତରୀଣ ପ୍ରଶାସନରେ ସାମାଜିକ ଅନ୍ତର୍ଭୁକ୍ତିକରଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ବିବେଚନା କରାଯାଉଛି।

ଏହି ସଂରକ୍ଷଣ ନୀତି ବିଚାରପତିଙ୍କ ଉପରେ ଲାଗୁ ହେବନି। କେବଳ ରେଜିଷ୍ଟାର, ବରିଷ୍ଠ ବ୍ୟକ୍ତିଗତ ସହାୟକ, ସହକାରୀ ଲାଇବ୍ରେରିଆନ୍, ଜୁନିଅର କୋର୍ଟ ଆସିଷ୍ଟାଣ୍ଟ, ଚାମ୍ବର ଆଟେଣ୍ଡାଣ୍ଟ ସହ ଅନ୍ୟ କର୍ମଚାରୀଙ୍କ ପଦରେ ଲାଗୁ ହେବ। ନୂଆ ମଡେଲ ରେଷ୍ଟର ଅନୁସାରେ କର୍ମଚାରୀଙ୍କୁ ତିନୋଟି ଶ୍ରେଣୀ-ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଅଣସଂରକ୍ଷିତ ରେ ବର୍ଗୀକୃତ କରାଯାଇଛି।

୨୪ ଜୁନ୍‌ରେ ଜାରି କରାଯାଇଥିବା ସର୍କୁଲାରରେ ପଦରେ ସଂରକ୍ଷଣ ନେଇ ସୂଚନା ଦିଆଯାଇଛି। ସୁପ୍ରିମକୋର୍ଟ ପ୍ରତିବର୍ଷ ୨୦୦ ପଦରେ ନିଯୁକ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଏଭଳି ଭାବରେ ପ୍ରତିବର୍ଷ ହେବାକୁ ଥିବା ଭର୍ତ୍ତିରେ ୧୫% ଏସ୍‌ସି ଓ ୭.୫% ଏସ୍‌ଟି ସଂରକ୍ଷଣ ଲାଗୁ ରହିବ। ଏଭଳି ସ୍ଥିତିରେ ମୋଟ ପଦକୁ ଏସ୍‌ସି ସଂରକ୍ଷିତ କରାଯିବ। ଏହାଛଡା ୧୫ ପଦ ଏସ୍‌ଟି ବର୍ଗ ପାଇଁ ପ୍ରସ୍ତୁତ କରାଯିବ। ସୁପ୍ରିମକୋର୍ଟଙ୍କ ଏହି ରାୟ ସାମାଜିକ ନ୍ୟାୟର ଦାବିକୁ ଦେଖି ଖୁବ୍ ଗୁରୁତ୍ବପୂର୍ଣ୍ଣ।  

କୋର୍ଟଙ୍କ ପକ୍ଷରୁ ଦିଆଯାଇଥିବା ନିଯୁକ୍ତି ଡିଟେଲରେ କୁହାଯାଇଛି ସିନିୟର ପର୍ସନାଲ ଆସିଷ୍ଟାଣ୍ଟର ୯୪ ପଦ ନିଯୁକ୍ତିରେ ୧୪ ଏସ୍‌ସି କୋଟା ପାଇଁ ରହିବ। ଏହାଛଡା ୬ଟି ପଦ ଏସ୍‌ଟି କୋଟା ପାଇଁ ସଂରକ୍ଷିତ ରହିବ। ୭୪ ପଦକୁ ଅଣସଂରକ୍ଷିତ କରାଯିବ। ଏଭଳି ଭାବରେ ଆସିଷ୍ଟାଣ୍ଟ ଲାଇବ୍ରେରିଆନ୍‌ ୨୦ ପଦରେ ୩ ଜଣଙ୍କୁ ଏସ୍‌ସି ଓ ଜଣକୁ ଏସ୍‌ଟି କୋଟାରେ ରଖାଯିବ। ଜୁନିଅର କୋର୍ଟ ଆସିଷ୍ଟାଣ୍ଟର କଥା ଯଦି ହେବା ତେବେ ୪୩୭ ପଦ ରହିଛି, ଯାହା ଭିତରେ ୬୫ ପଦ ଏସ୍‌ସି ପାଇଁ ସଂରକ୍ଷିତ ହେବ। ଏହାଛଡା ୩୨ ପୋଷ୍ଟ ଏସ୍‌ଟି ପାଇଁ ହେବ। ୩୪୦ ପଦ ଅଣସଂରକ୍ଷିତ ରହିବ। କେବଳ ସେତିକି ନୁହେଁ ଜୁନିଅର କୋର୍ଟ ଆସିଷ୍ଟାଣ୍ଟର ୨୦ ପଦ ଉପରେ ମଧ୍ୟ କୋଟା ଲାଗୁ ରହିବ। ଜୁନିଅର କୋର୍ଟ ଆଟେଣ୍ଡାଣ୍ଟକୁ ମଧ୍ୟ ୬୦୦ ପଦରେ ସଂରକ୍ଷଣ ଲାଗୁ ହେବ। କେବଳ ସେତିକି ନୁହେଁ ଚାମ୍ବର ଆଟେଣ୍ଡାଣ୍ଟ ପଦରେ ମଧ୍ୟ କୋଟା ଲାଗୁ ହେବ। ସର୍କୁଲାରରେ କୁହାଯାଇଛି, ଯଦି ସଂରକ୍ଷଣ ନିୟମକୁ ଲାଗୁ କରାଯିବନି ତେବେ ଏହାର ଅଭିଯୋଗ ରେଜିଷ୍ଟାରଙ୍କୁ କରାଯାଉ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.