ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇ ଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

'ଗଛ କାଟିବା ମଣିଷ ମାରିବାଠୁ ବି ଜଘନ୍ୟ'; ସୁପ୍ରିମକୋର୍ଟଙ୍କ ଉଦବେଗ୍

Published By : Ankita S | March 27, 2025 9:43 AM

ନୂଆଦିଲ୍ଲୀ,୨୭/୦୩ : ରାସ୍ତା, କୋଠା ତିଆରି କରିବାକୁ ଜଙ୍ଗଲ ନଷ୍ଟ କରାଯାଉଛି । ଶହ ଶହ ଗଛ କାଟି ଦିଆଯାଉଛି । ଫଳରେ ପରିବେଶ ସନ୍ତୁଳନ ହରାଉଛି । ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଗଛ କାଟିବା ମଣିଷ ମାରିବାଠୁ ବି ଜଘନ୍ୟ । ପରିବେଶକୁ କ୍ଷତି ପହଞ୍ଚାଉଥିବା ଲୋକଙ୍କୁ କୌଣସି ପ୍ରକାର ଦୟା ଦେଖାଇବା ଉଚିତ୍ ନୁହେଁ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହା ସହିତ ତାଜମହଲ ନିକଟରୁ କଟାଯାଇଥିବା ପ୍ରତି ଗଛ ବାବଦକୁ ୧ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ ଜଣେ ବ୍ୟକ୍ତିଙ୍କୁ ଆଦେଶ ଦେଇଛନ୍ତି ।

ଜଷ୍ଟିସ୍ ଅଭୟ ଏସ୍ ଓକା ଓ ଉଜ୍ଜାଲା ଭୂୟାଁଙ୍କ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ, ''ସମ୍ପୃକ୍ତ କର୍ତ୍ତୃପକ୍ଷ ଓ ଅନୁଷ୍ଠାନର ଅନୁମତି ବିନା କୌଣସି ବ୍ୟକ୍ତି ଗଛ କାଟି ପାରିବେ ନାହିଁ । ଗଛ କାଟିବା ମଣିଷ ମାରିବାଠୁ ବି ଜଘନ୍ୟ । ପରିବେଶକୁ କ୍ଷତି ପହଞ୍ଚାଉଥିବା ଲୋକଙ୍କୁ କୌଣସି ପ୍ରକାର ଦୟା ଦେଖାଇବା ଉଚିତ୍ ନୁହେଁ ।'' ଆଗ୍ରାର ତାଜମହଲ ପାଖାପାଖି ଅଞ୍ଚଳରୁ ବେଆଇନ ଭାବେ ପ୍ରାୟ ୪୫୪ ଗଛ କଟାଯାଇଛି । ପ୍ରତ୍ୟେକ ଗଛ ପାଇଁ ୧ ଲକ୍ଷ ଟଙ୍କା ହିସାବରେ ମୋଟ୍ ୪.୪୫ କୋଟି ଜରିମାନା ଦେବାକୁ ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ସହିତ ଜରିମାନା ବିରୋଧରେ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି । 

ଗଛ କାଟିବାକୁ ନେଇ ଜଣେ ବ୍ୟକ୍ତିଙ୍କୁ ହୋଇଥିବା ଜରିମାନା ବିରୋଧରେ କରିଥିବା ଆବେଦନର ଶୁଣାଣି କରିଥିଲେ ସୁପ୍ରିମକୋର୍ଟ । ବରିଷ୍ଠ ଆଇନଜୀବୀ ଏଡିଏମ ରାଓଙ୍କ ପରାମର୍ଶକୁ ଖଣ୍ଡପୀଠ ଗ୍ରହଣ କରିଥିଲେ । ଆଇନ ଓ ଗଛ କାଟିବାକୁ ହାଲୁକା ଭାବେ ନିଆଯାଇ ପାରିବ ନାହିଁ ବୋଲି କହିଥିଲେ । ଏ ମାମଲାରେ କେତେ ଜରିମାନା ଆଦାୟ କରାଯିବ ସେ ନେଇ ଅଦାଲତ ଏକ ମାନଦଣ୍ଡ ସ୍ଥିର କରିବା ଆବଶ୍ୟକ ।

ଅଧିକ ପଢନ୍ତୁ...ଦୁଷ୍କର୍ମ ପ୍ରୟାସ ଭଳି ମାମଲାରେ ଆଲହାବାଦ ହାଇକୋର୍ଟଙ୍କ ରାୟକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ; କହିଲା,'ଅସମ୍ବେଦନଶୀଳ ଏବଂ ଅମାନବୀୟ'

ଗତବର୍ଷ ତାଜମହଲ ଆଖପାଖ ଅଞ୍ଚଳରେ ୪୫୪ଟି ଗଛ କାଟିବା ପାଇଁ ଶିବ ଶଙ୍କର ଅଗ୍ରୱାଲଙ୍କୁ ଫାଇନ୍ ହୋଇଥିଲା । ପ୍ରତ୍ୟେକ ଗଛ ବାବଦରେ ୧ ଲକ୍ଷ ଟଙ୍କା ହିସାବରେ ମୋଟ ୪.୪୫ କୋଟି ଜରିମାନା ଦେବାକୁ କେନ୍ଦ୍ରୀୟ କ୍ଷମତାପ୍ରାପ୍ତ କମିଟି (ସିଇସି)ର ଆଦେଶକୁ କୋର୍ଟ ଗ୍ରହଣ କରିଛନ୍ତି । ଆବେଦନକାରୀ ଶଙ୍କର ଅଗ୍ରୱାଲଙ୍କ ପକ୍ଷରୁ ଆଇନଜୀବୀ ମୁକୁଲ ରୋହତଗୀ ଖଣ୍ଡପୀଠଙ୍କୁ କହିଥିଲେ କ୍ଲାଏଣ୍ଟ ଦୋଷ ସ୍ବୀକାର କରିଛନ୍ତି କ୍ଷମା ମାଗିଛନ୍ତି । ତାଙ୍କ ଜରିମାନା ରାଶି କମ୍ କରାଯାଉ ବୋଲି ଅନୁରୋଧ କରିଛନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.