ନୂଆଦିଲ୍ଲୀ,୨୪/୧୦: ଏଡୁଟେକ କମ୍ପାନି ବାଇଜୁସ ଏବଂ ବିସିଆଇ ମଧ୍ୟରେ ୧୫୮ କୋଟି ଟଙ୍କାର  ଚୁକ୍ତିକୁ ନ୍ୟାସ୍‌ନାଲ କମ୍ପାନି ଲ’ ଆପିଲେଟ ଟ୍ରିବ୍ୟୁନାଲ  (ଏନ୍‌ସିଏଲ୍‌ଏଟି) ମଞ୍ଜୁରି ଦେଇଥିଲେ । ତେବେ ସୁପ୍ରିମକୋର୍ଟ  ଏନ୍‌ସିଏଲ୍‌ଏଟିଙ୍କ ଏହି ରିପୋର୍ଟକୁ ଓଲଟାଇ ଦେଇଛନ୍ତି ।  

ବୁଧବାର କୋର୍ଟ ଚୁକ୍ତି ପାଇଁ ଦିଆଯିବାକୁ ଥିବା ୧୫୮ କୋଟି  ଟଙ୍କାର ରାଶିକୁ ବୋର୍ଡ ଅଫ୍‌ କ୍ରେଡିଟର୍ସଙ୍କ ନିକଟରେ ଜମା  କରିବା ଲାଗି ଆଦେଶ ଦେଇଥିଲେ । ଏହି ମାମଲାର ଶୁଣାଣି  ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ  କରୁଥିଲେ । ସର୍ବୋଚ୍ଚ କୋର୍ଟଙ୍କ ଏଭଳି ନିଷ୍ପତ୍ତି ପରେ ପୁଣି  ଥରେ ବାଇଜୁସ ବିରୋଧରେ ଦେବାଳିଆ କାର୍ଯ୍ୟାନୁଷ୍ଠାନ  ହୋଇପାରେ । ବାଇଜୁ ରବିନ୍ଦ୍ରନଙ୍କ ହାତରୁ ଫାର୍ମର ନିୟନ୍ତ୍ରଶ  ଯାଇପାରେ ବୋଲି ଆଶଙ୍କା କରାଯାଉଛି ।