ପ୍ରମୂଖ ଖବର
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଏନଡିଏ ସରକାର ଗଢ଼ିବ, ମୋ ବାପା ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ…ନୀତୀଶ କୁମାରଙ୍କ ପୁଅ ନିଶାନ୍ତଙ୍କ ବଡ଼ ଦାବି
  • ||
  • ଇଣ୍ଡୋନେସିଆରେ ମଝି ସମୁଦ୍ରରେ ହୁତୁ ହତୁ ହୋଇ ଜଳିଗଲା ଜାହାଜ, ଜୀବନ ବିକଳରେ ପାଣିକୁ ଡେଇଁପଡ଼ିଲେ ଯାତ୍ରୀ
  • ||
  • ବ୍ରିଟେନ ଓ ମାଳଦ୍ୱୀପ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି,ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||
  • ଭବାନୀପାଟଣା, ସ୍ୱାମୀର ପରକୀୟା ପ୍ରୀତି ଯୋଗୁଁ ସ୍ତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍‌ ନୋଟ୍‌ ଦୁଇ ଜଣଙ୍କ ନାମ
  • ||
  • ଏଫ୍ଏମ୍‌ ଛାତ୍ରୀ ଆତ୍ମାହୁତି ଘଟଣାର ତଦନ୍ତ ପାଇଁ ପହଞ୍ଚଲେ କ୍ରାଇମବ୍ରାଞ୍ଚ ଡିଜି, ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ
  • ||
  • ଏୟାର ଲିଫ୍ଟ ହେଲେ ବଳଙ୍ଗା ପୀଡିତା, ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର
  • ||
  • ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ପୀଡିତାଙ୍କ ପିଉସୀଙ୍କୁ ଉଠାଇନେଲା ପୋଲିସ
  • ||
  • ପଦ୍ମନାଭପୁର ଟୋଲଗେଟରେ ଭାରସାମ୍ୟ ହରାଇ ବୁଥ ଉପରକୁ ମାଡିଗଲା ଦ୍ରୁତଗାମୀ କାର, ଚାଳକ ଗୁରୁତର
  • ||
  • AIIMSରେ ଚିକିତ୍ସାଧୀନ ବଳଙ୍ଗା ପୀଡ଼ିତାଙ୍କ ହେବ ଏୟାରଲିଫ୍ଟ, ସୂଚନା ଦେଲେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ
  • ||
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ବୁଲଡୋଜର ଆକ୍ସନ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କହିଲେ ଦୋଷୀର ଘର ଭାଙ୍ଗିବା ଭୁଲ

Published By : Ankita S | November 13, 2024 11:29 AM

ନୂଆଦିଲ୍ଲୀ ,୧୩/୧୧: ବୁଲଡୋଜର ଆକ୍ସନ ଗ୍ରହଣୀୟ ନୁହେଁ । ଅଭିଯୁକ୍ତ କିମ୍ବା ଦୋଷୀର ଘର ଭାଙ୍ଗିବା ଭୁଲ । ବୁଲଡୋଜର ଆକ୍ସନ ବେଆଇନ । ଜଣେ ଅପରାଧୀ ପାଇଁ ପୁରା ଘର ଭାଙ୍ଗି ପାରିବ ନାହିଁ । ପ୍ରଶାସନ ଜଜ୍ ନୁହଁନ୍ତି । ଶାସନର ଅପବ୍ୟବହାର ଗ୍ରହଣୀୟ ନୁହେଁ । ବୁଲଡୋଜର ଆକ୍ସନର ଶୁଣାଣି ପ୍ରଶାସନ ଉପରେ ବର୍ଷିବା ସହିତ ଏହାକୁ ନିନ୍ଦା କରିଛନ୍ତି ସୁପ୍ରିମକୋର୍ଟ । ବୁଲଡୋଜର ଆକ୍ସନ ଉପରେ ସୁପ୍ରିମ ବ୍ରେକ୍ ଲଗାଇଛନ୍ତି । ୩ମାସରେ 

ସୁପ୍ରିମକୋର୍ଟ ଆଜି ବୁଲଡୋଜର ଆକ୍ସନ ଉପରେ ଶୁଣାଣି କରିଥିଲେ । ବୁଲଡୋଜର ଆକ୍ସନକୁ ନେଇ ପ୍ରଶାସନ ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ବୁଲଡୋଜର ଆକ୍ସନକୁ ନିନ୍ଦା କରିଛନ୍ତି । ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି, ''ବୁଲଡୋଜର ଆକ୍ସନ ବେଆଇନ । ଏହା ଆଇନର ଉଲଘଂନ। କୌଣସି ମାମଲାରେ ଦୋଷୀ କିମ୍ବା ଅଭିଯୁକ୍ତର ପୁରା ଘର ଭଙ୍ଗା ଯାଇପାରିବ ନାହିଁ । ଆଇନରେ ରାଜ୍ ହେବା ଦରକାର । ପଦକ୍ଷେପ ପୂର୍ବରୁ ନିରପେକ୍ଷ ବିଚାର ଜରୁରୀ । ବୁଲଡୋଜର ଆକ୍ସନ ପକ୍ଷପାତ ହୋଇଥାଏ । ବେଆଇନ କାର୍ଯ୍ୟ ନେଇ ଅଧିକାରୀ ଦୋଷୀ ହେବେ । ଦୋଷୀ ଅଧିକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ । ଜଣେ ଦୋଷୀ ପାଇଁ ପୁରା ପରିବାରକୁ ଦଣ୍ଡ କାହିଁକି ।''

ସୁପ୍ରିମକୋର୍ଟ ଆହୁରି କହିଛନ୍ତି, ''ଘର ଏକ ସ୍ବପ୍ନ ପରି ହୋଇଥାଏ। ଜଣଙ୍କର ଘର ତାଙ୍କର ଶେଷ ସୁରକ୍ଷାା ସ୍ଥାନ ହୋଇଥାଏ । ସରକାରୀ ଶକ୍ତିର ଦୂରପଯୋଗ କରି ସେମାନଙ୍କ ସ୍ବପ୍ନକୁ ଭାଙ୍ଗିବା ଭୁଲ । ଅପରାଧୀକୁ ଦଣ୍ଡ ଦେବା ଘର ଭାଙ୍ଗିବା ନୁହେଁ । ଭୁଲ ପକ୍ରିୟାରେ ଘର ଭାଙ୍ଗିବା ନେଇ କ୍ଷତିପୂରଣ ମିଳିବା ଦରକାର । ପ୍ରଶାସନ ତାର ମନମୁଖୀ କାର୍ଯ୍ୟ କରିପାରିବ ନାହିଁ । ଯଦି ଗୋଟିଏ ମାମଲାରେ ଜଣେ ଦୋଷୀ ତେବେ ଘର ଭାଙ୍ଗି ପୁରା ପରିବାରକୁ ଦଣ୍ଡ କାହିଁକି ଦିଆଯିବ। ପରିବାରଠୁ ତାଙ୍କ ଘର ଛଡାଇ ନେବା ଉଚିତ୍ ନୁହେଁ । ବୁଲଡୋଜର ଆକ୍ସନ ଆଇନ ନହେବାର ଭୟ ସୃଷ୍ଟି କରୁଛି ।  ନୋଟିସରେ ଉଚ୍ଛେଦର ପ୍ରକୃତ କାରଣ ରହିବା ଦରକାର । ଉଚ୍ଛେଦର ୧୫ଦିନ ପୂର୍ବରୁ ନୋଟିସ ପଠାଇବା ଆବଶ୍ୟକ ।''

ବୁଲଡୋଜରକୁ ନେଇ ସୁପ୍ରିମକୋର୍ଟଙ୍କ ଗାଇଡଲାଇନ

. ଉଚ୍ଛେଦର ୧୫ଦିନ ପୂର୍ବରୁ ନୋଟିସ କରିବା ଦରକାର

.ନୋଟିସରେ ଉଚ୍ଛେଦର ପ୍ରକୃତ କାରଣ ରହିବା ଦରକାର

. କେବଳ ବେଆଇନ ଘର ଭଙ୍ଗିବାକୁ ଅନୁମତି

.ନୋଟିସକୁ ଡିଜିଟାଲ ପୋର୍ଟାଲରେ ପକାଇବା ଜରୁରୀ

.୩ ମାସ ମଧ୍ୟରେ ପୋର୍ଟାଲ ଗଠନ ନେଇ ନିର୍ଦ୍ଦେଶ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.