ପ୍ରମୂଖ ଖବର
  • କାମାକ୍ଷାନଗର : ଟାଙ୍ଗିଆରେ ସ୍ତ୍ରୀକୁ ହାଣି ଦେଲା ପାଗଳ ସ୍ୱାମୀ, କାରଣ ଅସ୍ପଷ୍ଟ
  • ||
  • ସୁନ୍ଦରଗଡ଼ : ପଡିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କଟକ: ଛତ୍ରବଜାରରେ ଯୋଗାଣ ବିଭାଗର ରେଡ୍ ଦର ନିୟନ୍ତ୍ରଣ ପାଇଁ ବେପାରିଙ୍କୁ ତାଗିଦ୍
  • ||
  • ପାଟଣାରେ ପୁଣି ଶୂନ୍ୟରୁ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଥରି ଉଠିଲା ଘରଦ୍ଵାର
  • ||
  • ମାଲକାନଗିିରି: ଲାଲବାହିନୀର ବର୍ବରକାଣ୍ଡ, ମୋବାଇଲ୍ ଟାୱାର ଉଡାଇଦେଲେ ମାଓବାଦୀ
  • ||
  • କଟକ: ମହାନଦୀକୁ ଡେଇଁ ଆତ୍ମହତ୍ୟା, ମୃତଦେହ ଜବତ କରିବ ପରିଚୟ ଖୋଜୁଛି ପୋଲିସ
  • ||
  • ନଭେମ୍ବରରେ ୧.୮୨ ଲକ୍ଷ କୋଟିର ଜିଏସ୍‌ଟି ସଂଗ୍ରହ
  • ||
  • ପାଟଣା : ଶୋଇବା ଘରୁ ଇଞ୍ଜିନିୟରିଂ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଭଦ୍ରକ : ଗୋରୁ ବୋଝେଇ ଗାଡ଼ିକୁ ଗୋଡେଇ ଗୋଡେଇ ଧରିଲା ପୋଲିସ, ଡ୍ରାଇଭର ଫେରାର
  • ||
  • ବୈପାରିଗୁଡା : ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ, ୫ ଗିରଫ
  • ||
  • ଏମ୍‌କେସିଜିରେ ପୁଣି ଜୁନିୟର୍‌ଙ୍କୁ ରାଗିଂ ଅଭିଯୋଗ, ଆଜି ଆଣ୍ଟି ରାଗିଂ ସେଲ୍‌ର ବୈଠକ
  • ||
  • ଆନନ୍ଦପୁର : ଖଣି ବିଭାଗ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ଉପରେ ଆକ୍ରମଣ, ୪ ଆହତ
  • ||
  • ବଙ୍ଗୋପସାଗରରେ ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୪ ଯାଏ ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା
  • ||

ସବୁ ରୋଗୀଙ୍କୁ ଔଷଧର ପାର୍ଶ୍ବ ପ୍ରତିକ୍ରିୟା ସଂପର୍କରେ କହିବା ସମ୍ଭବ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଔଷଧର ପାର୍ଶ୍ବ ପ୍ରତିକ୍ରିୟା ସଂପର୍କରେ ଡାକ୍ତର ରୋଗୀଙ୍କୁ ଜଣାଇବା ବାଧ୍ୟତାମୂଳକ କରିବାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ଆବେଦନ ଖାରଜ ହୋଇଛି । ଜଷ୍ଟିସ ବିଆର ଗବଇ ଏବଂ କେଭି ବିଶ୍ବନାଥନଙ୍କ ଖଣ୍ଡପୀଠ ଏହି ଦାବିର ପ୍ରାସଙ୍ଗିକତା ନାହିଁ ବୋଲି କହିଛନ୍ତି । କେରଳ ଏର୍ନାକୁଲମର ଆବେଦକ ଜ୍ୟାକବ ବଡକ୍କନଚେରୀ ସୁପ୍ରିମକୋର୍ଟରେ ଏହି ଆବେଦନ କରିଥିଲେ । ତାଙ୍କ ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)ର ଏକ ରିପୋର୍ଟକୁ ଆଧାର କରି କହିଥିଲେ, ବିଶ୍ବରେ ଅନେକ ଲୋକ ଔଷଧର କୁପ୍ରଭାବର ଶିକାର ହେଉଛନ୍ତି । ତେଣୁ ରୋଗୀଙ୍କ ଲାଗି ଔଷଧ ଦେବା ବେଳେ ପ୍ରେସକ୍ରିପ୍ସନରେ ଏହାର ପାର୍ଶ୍ବ ପ୍ରତିକ୍ରିୟା ସଂପର୍କରେ ଡାକ୍ତର ଲେଖିବା ବାଧ୍ୟତାମୂଳକ କରିବାର ଆବଶ୍ୟକତା ରହିଛି । 

ଏଭଳି ଦାବି ଉପରେ ଖଣ୍ଡପୀଠ କହିଛନ୍ତି, ଯଦି ଡାକ୍ତରମାନେ ଔଷଧର ପାର୍ଶ୍ବ ପ୍ରତିକ୍ରିୟା ସଂପର୍କରେ ଲେଖିବେ ତେବେ ଜଣେ ଡାକ୍ତର ୧୦ରୁ ୧୫ ଜଣରୁ ଅଧିକ ରୋଗୀଙ୍କ ଚିକିତ୍ସା କରିପାରିବେ ନାହିଁ । ସୁପ୍ରିମକୋର୍ଟ କହିଛନ୍ତି ଯେ, ‘ପ୍ରତି ରୋଗୀଙ୍କୁ ଭିନ୍ନ ଭିନ୍ନ ଔଷଧ ଦିଆଯାଉଛି । ପୂର୍ବରୁ ଲେଖାଥିବା ଫର୍ମାଟ ଦେବା ବି ସମ୍ଭବପର ନୁହେଁ ।’ 

 ଜଷ୍ଟିସ ଗବଇ କହିଛନ୍ତି, ଭାରତର ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଭିଡ଼ ଅଧିକ ରହୁଛି । ଏଭଳି ସ୍ଥିତିରେ ପ୍ରତି ରୋଗୀଙ୍କ ପ୍ରେସକ୍ରିପ୍ସନରେ ଡାକ୍ତର ଔଷଧର ସାଇଡ୍‌ ଇଫେକ୍ଟ ବା ପାର୍ଶ୍ବ ପ୍ରତିକ୍ରିୟା ସଂପର୍କରେ କିଭଳି ଲେଖିବେ ?  ଉପଭୋକ୍ତା ସଂରକ୍ଷଣ ଆଇନ୍‌ ଅଧୀନରେ ଡାକ୍ତରଙ୍କ କାର୍ଯ୍ୟକୁ ସୀମିତ ରଖାଯିବାକୁ ନେଇ ସେମାନେ ପୂର୍ବରୁ ଅସୁବିଧାରେ ଅଛନ୍ତି ବୋଲି ସେ କହିଛନ୍ତି । 

  • Supreme Court
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.