ନୂଆଦିଲ୍ଲୀ,୦୯/୦୯: ଅନ୍ଲାଇନ ଗେମିଂ ଆଇନ ବିରୋଧରେ ଭିନ୍ନ ଭିନ୍ନ ହାଇକୋର୍ଟରେ ଦାୟର ହୋଇଥିବା ପିଟିସନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ । କେନ୍ଦ୍ର ସରକାରଙ୍କ ଦାବି ଆଧାରରେ ସୁପ୍ରିମକୋର୍ଟ ସୋମବାର ଶୁଣାଣି ସମୟରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ନୂଆ ଅନ୍ଲାଇନ ଗେମିଂ ଆଇନକୁ ଚ୍ୟାଲେଞ୍ଜ କରି ବିଭିନ୍ନ କୋର୍ଟର ହୋଇଥିବା ଆବେଦନକୁ ଏକାସହ ସୁପ୍ରିମକୋର୍ଟ ଶୁଣାଣି କରନ୍ତୁ ବୋଲି କେନ୍ଦ୍ର ସରକାର ଦାବି କରିଥିଲେ । ଏହି ଆଇନରେ ରିୟଲ ଟାଇମ ମନି ଗେମ ଉପରେ ସମ୍ପୂର୍ଣ୍ଣ ଭାବେ ପ୍ରତିବନ୍ଧକ ଲଗାଯାଇଛି ।
ଏହାକୁ ନେଇ କର୍ଣ୍ଣାଟକ, ଦିଲ୍ଲୀ ଏବଂ ମଧ୍ୟପ୍ରଦେଶ ହାଇକୋର୍ଟରେ ପିଟିଶନ ଦାଏର କରାଯାଇଛି । କୌଣସି ହାଇକୋର୍ଟରେ ଏଭଳି ମାମଲା ଗୁଡ଼ିକ ସିଧାସଳଖ ସୁପ୍ରିମକୋର୍ଟ ସ୍ଥାନାନ୍ତର ହେଲା ବୋଲି ମାନାଯିବ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ । ଜଷ୍ଟିସ ଜେବି ପରିଦିୱାଲା ଏବଂ କେବି ବିଶ୍ୱନାଥନଙ୍କ ଖଣ୍ଡପୀଠ ହାଇକୋର୍ଟଗୁଡ଼ିକୁ ନିର୍ଦ୍ଦେଶରେ କହିଛନ୍ତି ଯେ, ସପ୍ତାହ ମଧ୍ୟରେ ପିଟିଶନ ଗୁଡ଼ିକୁ ସ୍ଥାନାନ୍ତର କରାଯାଉ ।