ପ୍ରମୂଖ ଖବର
  • ଶିମିଳିପାଳରେ ହାଡଭଙ୍ଗା ଶୀତ, ଉପର ବାର୍ହାକାମୁଡ଼ାରେ ୩ ଡିଗ୍ରୀକୁ ଖସିଲା ପାରଦ
  • ||
  • ତାମିଲନାଡୁ ଘରୋଇ ଅର୍ଥୋପେଡିକ୍‌ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ: ୭ ମୃତ, ୨୮ ଆହତ
  • ||
  • ଜାଡ଼ରେ ଥରିଲା ଓଡ଼ିଶା, ୩ ଡିଗ୍ରୀ ଖସିଲା ପାରଦ: ୧୬ ତାରିଖରୁ ୧୦ ଡିଗ୍ରୀ ତଳେ ଅଧିକାଂଶ ସହର
  • ||

ବିଧାୟକଙ୍କ କ୍ଵାର୍ଟର ନିର୍ମାଣ କାର୍ଯ୍ୟ ମନ୍ଥର : ଖପ୍ପା ହେଲେ ବାଚସ୍ପତି, ୨୦୨୫ ଶେଷ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ

Published By : Prameya | November 13, 2024 2:10 PM

ଭୁବନେଶ୍ଵର, ୧୩/୧୧ : ମନ୍ଥର ଗତିରେ ଚାଲିଛି ବିଧାୟକଙ୍କ ପାଇଁ ନିର୍ମାଣ ହେଉଥିବା ବହୁତଳ ପ୍ରାସାଦ। ସମୀକ୍ଷା ପରେ ଅସନ୍ତୋଷ ଜାହିର କଲେ ବାଚସ୍ପତି ସୁରମା ପାଢ଼ୀ। ବାଚସ୍ପତି କହିଛନ୍ତି ଯେ, ସମୀକ୍ଷା କରିଛି। ଟାର୍ଗେଟ ତାରିଖ ଦିଆଯାଇଛି। କାର୍ଯ୍ୟ ଅଗ୍ରଗତିରେ ସନ୍ତୁଷ୍ଟ ନୁହେଁ। ପୂର୍ବର କିଛି ନିଷ୍ପତ୍ତି କାରଣରୁ କାର୍ଯ୍ୟରେ ମନ୍ଥରତା ଆସିଛି। ୨୦୨୫ ଶେଷ ସୁଦ୍ଧା ବିଧାୟକଙ୍କ ପାଇଁ ନିର୍ମାଣ ହେଉଥିବା ବହୁତଳ ପ୍ରାସାଦ ଶେଷ ହେବ ବୋଲି ଆଶା କରୁଛୁ।

ବାଚସ୍ପତି କହିଛନ୍ତି ଯେ, ଦୁଇ ଥର ସମୀକ୍ଷା ପରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସନ୍ତୋଷଜନକ ନୁହେଁ ବୋଲି ଜାଣିବାକୁ ପାଇଛି। ପୂର୍ବର କିଛି ନିଷ୍ପତ୍ତି କାରଣରୁ ଏହି କାର୍ଯ୍ୟରେ ମନ୍ଥର ଆସିଛି । ଆମେ ଆଶା କରୁଛୁ ୨୦୨୫ ଶେଷ ସୁଦ୍ଧା କାମ ସରିବ। ଯେଉଁମାନଙ୍କ ପାଇଁ ବର୍ତ୍ତମାନ କ୍ଵାର୍ଟରର ବ୍ୟବସ୍ଥା ନାହିଁ ବା କ୍ଵାର୍ଟର ପାଇନାହାଁନ୍ତି ସେମାନେ ମାସକୁ ୩୦ ହଜାର ଟଙ୍କା ପାଇବେ। 



  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.