ସୁରଟ,୧୦।୧୨; ସୁରଟର ରାଜ ଟେକ୍ସଟାଇଲ୍ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ । ବୁଧବାର ସକାଳ ପ୍ରାୟ ୭ଟା ସମୟରେ ଏହି ନିଆଁ ଲାଗିଥିଲା। ନିଆଁ ଲିଭାଇବା ପାଇଁ ୧୫ ରୁ ଅଧିକ ଦମକଳ ବାହିନୀ ଏବଂ ୧୦୦ ରୁ ଅଧିକ କର୍ମଚାରୀ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିଥିଲେ। ଏହି ମଲ୍ଟି ଷ୍ଟୋର ବିଲ୍ଡିଂର ତଳ ମହଲାରୁ ଆରମ୍ଭ ହୋଇଥିବା ନିଆଁ ଦ୍ରୁତ ଗତି ବ୍ୟାପି ଅଷ୍ଟମ ମହଲାକୁ ପହଞ୍ଚି ଥିଲା। ନିଆଁରେ ଅନେକ ଦୋକାନକୁ ପୋଡି ଯାଇଛି। ଅଗ୍ନିକାଣ୍ଡ ଖବର ଶୁଣି ନିକଟସ୍ଥ ବ୍ୟବସାୟ ପ୍ରତିଷ୍ଠାନ ଏବଂ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ବାହାରକୁ ପଳାଇ ଯାଇଥିଲେ।
#WATCH गुजरात: सूरत के राज टेक्सटाइल मार्केट में आग लगी। दमकल की गाड़ियां मौके पर मौजूद हैं। आग बुझाने का कार्य जारी है।
— ANI_HindiNews (@AHindinews) December 10, 2025
अधिक जानकारी की प्रतीक्षा है। pic.twitter.com/lYEYxneKnf
ବୁଧବାର ସକାଳ ସକାଳ ୭ ଟା୧୪ ମିନିଟ୍ରେ ଫାୟାର କନଟ୍ରୋଲ ରୁମ୍କୁ ଘଟଣା ବିଷୟରେ ସୂଚନା ମିଳିଥିଲା । ଅଗ୍ନିଶମ କେନ୍ଦ୍ରରୁ ଗାଡ଼ିଗୁଡ଼ିକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଥିଲା। କିନ୍ତୁ, ବଜାରର ଇଲେକ୍ଟ୍ରିକ୍ ଡକ୍ଟ ମାଧ୍ୟମରେ ଧୂଆଁ ଦ୍ରୁତ ଗତିରେ ବ୍ୟାପିବାରୁ, ତୁରନ୍ତ ବ୍ରିଗେଡ୍ କଲ ଜାରି କରାଯାଇଥିଲା। ଏହା ପରେ, ସୁରଟ ଅଗ୍ନିଶମ ବାହିନୀ ମୋଟ ୨୨ଟି ଫାୟାର ଷ୍ଟେସନ୍ ଟିମ୍ ଓ ଗାଡିକୁ ଘଟଣାସ୍ଥଳକୁ ପଠାଯାଇଥିଲା।
ସୁରଟ ମ୍ୟୁନିସିପାଲ କର୍ପୋରେସନର ମୁଖ୍ୟ ଅଗ୍ନିଶମ ଅଧିକାରୀ ବସନ୍ତ ପାରିକଙ୍କ ଅନୁଯାୟୀ, ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଥିଲା ଯେ ତୃତୀୟ, ପଞ୍ଚମ ଏବଂ ଅଷ୍ଟମ ମହଲାରେ ଧୂଆଁ ଏବଂ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ କର୍ମଚାରୀମାନଙ୍କୁ ହାଇଡ୍ରୋଲିକ୍ ପ୍ଲାଟଫର୍ମର ସାହାଯ୍ୟ ନେବାକୁ ପଡିଥିଲା। ୧୦୦ ରୁ ୧୨୫ ଜଣ ଅଗ୍ନିଶମ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ କୋଠାରେ ପ୍ରବେଶ କରିଥିଲେ। ନିଆଁକୁ ନିୟନ୍ତ୍ରଣ କରିବାକୁ ୩ରୁ ୪ ଘଣ୍ଟା ସମୟ ଲାଗିଥିଲା।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ବିଦ୍ୟୁତ ତାରରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ମୁଖ୍ୟ ବିଦ୍ୟୁତ ଯୋଗାଣ ବନ୍ଦ ହେବା ପର୍ଯ୍ୟନ୍ତ, ତାର ଦେଇ ନିଆଁ ତିନି ଓ ଚାରି ମହଲାକୁ ନିଆଁ ବ୍ୟାପି ଯାଇଥିଲା। ଦୋକାନଗୁଡ଼ିକରେ ବହୁ ପରିମାଣର କପଡା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜଳି ଯାଇଥିଲା। ଅଗ୍ନିଶମ ବିଭାଗ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କୋଠାକୁ ସୁରକ୍ଷିତ ଘୋଷଣା କରିନାହିଁ। ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନଥିବାର ସୂଚନା ମିଳିଛି। ଅଗ୍ନିଶମ ଅଧିକାରୀମାନେ କହିଛନ୍ତି ସକାଳୁ ସକାଳୁ ଅଗ୍ନିକାଣ୍ଡ ଘଟିଥିବାରୁ ବଜାରରେ ଅଧିକ ଲୋକ ଏକାଠି ହୋଇ ନଥିଲେ।