ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କୁ ଭେଟିଲେ ସୁରେଶ ପୂଜାରୀ; ୮୦୦ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ନେଇ ରଖିଲେ ଦାବି

Published By : Rasmita Pradhan | August 21, 2025 1:05 PM

ଭୁବନେଶ୍ଵର, ୨୧/୦୮ : କେନ୍ଦ୍ରଗୃହ ମନ୍ତ୍ରୀ ଅମିତ୍ ଶାହଙ୍କୁ ଭେଟିଲେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ନେଇ କରିଛନ୍ତି ଆଲୋଚନା। ପ୍ରାକୃତିକ ବିପର୍ଯ୍ୟୟଜନିତ ସମସ୍ୟାର ସମାଧାନ ପାଇଁ ରାଜସ୍ଵ ମନ୍ତ୍ରୀ କେନ୍ଦ୍ରୀୟ ସହାୟତା ଲୋଡ଼ିଛନ୍ତି। ଓଡ଼ିଶାର ବିଭିନ୍ନ ଦାବି ସମ୍ପର୍କିତ ୭ଟି ବୁକଲେଟ୍‌ ପ୍ରଦାନ କରିଛନ୍ତି ।

ଓଡ଼ିଶାରେ ବିଜେପିର ସରକାର ଗଠନ ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତ କରି ଫେରିଛନ୍ତି । ଏହି ଅବସରରେ ସେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରି ଓଡ଼ିଶାର ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି । ୭ଟି ବୁକଲେଟ୍‌ ମଧ୍ୟ ପ୍ରଦାନ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟଜନିତ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଠାରୁ ସହଯୋଗ ଲୋଡିଛନ୍ତି । ରାଜ୍ୟରେ ୮୦୦ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ଦାବି କରିଛନ୍ତି । ଆଗୁଆ ପାଣିପାଗ ସୂଚନାକୁ ଆଧୁନିକୀକରଣ ପାଇଁ ସହାୟତା ଲୋଡ଼ିଛନ୍ତି । ବାତ୍ୟା ଓ ବନ୍ୟା ସମୟରେ ଶକ୍ତି ବିଭାଗର ଅଧିକ କ୍ଷତି ହେଉଛି । ଲମ୍ବା ସମୟ ପର୍ଯ୍ୟନ୍ତ ବିଜୁଳି କାଟ୍ ହେଉଛି। ମୁଖ୍ୟତଃ ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଜୁଳି ଅଣ୍ଡର ଗ୍ରାଉଣ୍ଡ୍ କରିବା ପାଇଁ ସାଢେ ୭ ହଜାର କୋଟିର ପ୍ରାଥମିକ ସ୍ତରରେ ଖର୍ଚ୍ଚ ହେବ। ସେଥିପାଇଁ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ସୁରେଶ ପୂଜାରୀ । ଏହା ସହ ବନ୍ୟା ପ୍ରଭାବିତ ଅଞ୍ଚଳରେ ବାରମ୍ଵାର ଘର ନଷ୍ଟ ହେଉଛି। ତେଣୁ ତାର ଖର୍ଚ୍ଚ ବୃଦ୍ଧି ପାଇଁ ଯୋଜନା ହେଉଛି। ଲ୍ୟାଣ୍ଡ ସେଟଲମେଣ୍ଟକୁ ନେଇ ଏବେ ବହୁ ସମସ୍ୟା ଅଛି, ଜମିଜମା ମାମଲାର ନିଖୁଣ ସମାଧାନ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। ଏଫ୍‌ସିଆଇର ସମସ୍ୟାକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ଚର୍ଚ୍ଚା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.