ନୂଆଦିଲ୍ଲୀ ୨୦/୦୫: ବିଶ୍ୱ କ୍ରିକେଟ୍‌ରେ ବିରାଟ କୋହଲି ଜଣେ ଶ୍ରେଷ୍ଠ ଖେଳାଳି । ଭାରତରତ୍ନ ପ୍ରଦାନ କରାଯାଉ  ବୋଲି ଦାବି କରିଛନ୍ତି ପୂର୍ବତନ କ୍ରିକେଟର ସୁରେଶ ରାଇନା । 

ସେ କହିଛନ୍ତି,‘ ଭାରତୀୟ କ୍ରିକେଟ୍‌ ପ୍ରତି କୋହଲିଙ୍କ ଅବଦାନ ଅତୁଳନୀୟ ।  ତେଣୁ ମୋ ମତରେ କେନ୍ଦ୍ର ସରକାର ତାଙ୍କୁ ଭାରତରତ୍ନରେ ଭୂଷିତ କରିବା ଉଚିତ ।’ କ୍ରୀଡ଼ା କ୍ଷେତ୍ରରେ କେବଳ କିମ୍ବଦନ୍ତୀ  ବ୍ୟାଟର ସଚିନ ତେନ୍ଦୁଲକର ହିଁ ଭାରତରତ୍ନ  ପାଇଛନ୍ତି । ୨୦୧୪ରେ ମାତ୍ର ୪୦ ବର୍ଷ  ବୟସରେ ତାଙ୍କୁ ଦେଶର ଏହି ସର୍ବୋଚ୍ଚ  ସମ୍ମାନରେ ଭୂଷିତ କରାଯାଇଥିଲା । ଏହି  ପୁରସ୍କାର ପାଇବାରେ ସଚିନ ଥିଲେ ସର୍ବକନିଷ୍ଠ । 

 ରାଇନା ଆହୁରି ମଧ୍ୟ କହିଛନ୍ତି, ‘କୋହଲିଙ୍କ  ପାଇଁ ତାଙ୍କ ଘରୋଇ ଷ୍ଟାଡିୟମ ଦିଲ୍ଲୀରେ  ଏକ ବିଦାୟୀ ମ୍ୟାଚ୍‌ ଖେଳିବାର ଆୟୋଜନ  କରାଯାଉ । ଯେଉଁଠି ତାଙ୍କ ପରିବାର ସଦସ୍ୟ  ଓ କୋଚ୍‌ ଉପସ୍ଥିତ ରହି ଉତ୍ସାହିତ କରିବେ ।  ଜଣେ ଖେଳାଳି କ୍ରିକେଟ ପାଇଁ ଏତେ କଲା  ପରେ ବିଦାୟୀ ମ୍ୟାଚ୍‌ ଖେଳିବାକୁ ହକ୍‌ଦାର ।’