ପ୍ରମୂଖ ଖବର
  • ଭାରତ ଉପରେ ଟ୍ରମ୍ପଙ୍କ ଟାରିଫ୍ ବମ୍ : ୨୫% ଶୁଳ୍କ ସହ ଜରିମାନା ଲଗାଇଲା ଆମେରିକା, ୧ ଅଗଷ୍ଟରୁ ହେବ ଲାଗୁ
  • ||
  • ଗଲୱାନର ଚାରବାଗ ଅଞ୍ଚଳରେ ସେନା ଗାଡ଼ି ଉପରେ ଖସିଲା ପଥର; ୨ ଅଧିକାରୀ ସହିଦ, ୩ ଗୁରୁତର
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣାରେ ୬ ଜଣ ଗିରଫ
  • ||
  • ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର
  • ||
  • ନଦୀରେ ଖସିଲା ଆଇଟିବିପି ଯବାନଙ୍କୁ ନେଇ ଯାଉଥିବା ବସ୍‌, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କନ୍ଧମାଳ : ସାପ କାମୁଡ଼ାରେ ଚାଲିଗଲା ୨ ଜଣଙ୍କ ଜୀବନ
  • ||
  • ଇସ୍ରୋ-ନାସାର ମିଶନ୍ 'ନିସାର'; ଅପରାହ୍ନ ୫ଟା ୪୦ରେ ଶ୍ରୀହରିକୋଟ୍ଟାରୁ ଲଞ୍ଚ, ୧୨ ଦିନରେ ପୃଥିବୀକୁ କରିବ ସ୍କାନ
  • ||
  • ଖୋର୍ଦ୍ଧାରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ଚିଲିକା ଓ ନନ୍ଦନକାନନକୁ ସତର୍କତା ଜାରି
  • ||
  • ଆହୁରି କଲବଲ କରିବ ବର୍ଷା, ଆଜି ୧୫ ଜିଲ୍ଲାକୁ ଘଡ଼ଘଡ଼ି ସହ ବର୍ଷା ଆଲର୍ଟ
  • ||
  • ଶୁକ୍ରବାର ଭୁବନେଶ୍ୱରରେ ସମ୍ପୂର୍ଣ୍ଣ ବନ୍ଦ ରହିବ ଜଳ ଯୋଗାଣ,ଆଗୁଆ ସଂରକ୍ଷିତ କରି ରଖନ୍ତୁ ପାଣି
  • ||
  • ଜମ୍ମୁ-କାଶ୍ମୀର ପୁଞ୍ଚରେ ଏନ୍‌କାଉଣ୍ଟର, ୨ ଆତଙ୍କୀ ନିହତ, ସର୍ଚ୍ଚ ଅପରେସନ୍ ଜାରି
  • ||
  • 'ନିସାର' କାଉଣ୍ଟଡାଉନ୍‌, ଇସ୍ରୋ-ନାସାର ମିଳିତ ମହାମିଶନ୍, ଅପରାହ୍ନ ୫ଟା୪୦ର ଲଞ୍ଚ ହେବ ମହଙ୍ଗା ସାଟେଲାଇଟ୍‌ ନିସାର
  • ||
  • ଭୂକମ୍ପ ଝଟକାରେ ଥରିଲା ଋଷ, ୮.୭ ତୀବ୍ରତା ରେକର୍ଡ, ଜାପାନରୁ ଆମେରିକା ଯାଏ ପ୍ରଭାବ, ସୁନାମୀ ଆଲର୍ଟ
  • ||
  • ଗାଜାରେ ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ, ୬୨ ମୃତ,ଶତାଧିକ ଆହତ,
  • ||

ଶିଶୁ ବିକାଶ ଓ ସମାଜ ଉନ୍ନୟନ କେନ୍ଦ୍ର ପକ୍ଷରୁ ସର୍ଭେ, ରାଜ୍ୟରେ ଏକାକୀ ରହୁଛନ୍ତି ୪୨.୪ ପ୍ରତିଶତ ମହିଳା

Published By : Harapriya Sethi | July 30, 2025 9:14 AM

ଭୁବନେଶ୍ୱର,୩୦/୦୭: ଶିଶୁ ବିକାଶ ଓ ସମାଜ ଉନ୍ନୟନ କେନ୍ଦ୍ର ପକ୍ଷରୁ ଭୁବନେଶ୍ୱରର ୭ ବସ୍ତିରେ ଏକ ଗବେଷଣା କରାଯାଇଛି । ଏହି ଗବେଷଣାର ରିପୋର୍ଟରେ ଦର୍ଶାଯାଇଛି ଯେ, ରାଜ୍ୟରେ ୪୨.୪ ପ୍ରତିଶତ ମହିଳା ଏକାକୀ ରହୁଛନ୍ତି । ଦିନକୁ ଦିନ ଏହି ସଂଖ୍ୟା ବଢ଼ୁଥିବା ବେଳେ ଅର୍ଦ୍ଧାଧିକ ମହିଳା ସରକାରଙ୍କ ବିଭିନ୍ନ ଯୋଜନା ଓ ଅଧିକାରରୁ ବଞ୍ଚିତ ଅଛନ୍ତି । ଏକାକୀ ମହିଳାମାନଙ୍କ ସାମାଜିକ ତଥା ଆର୍ଥିକ ସ୍ଥିତିର ପରୀକ୍ଷା କରିବା ପାଇଁ କେନ୍ଦ୍ରର ମହିଳା ସେଲ୍‌ ପ୍ରକଳ୍ପ ନିର୍ଦ୍ଦେଶିକା ରାଜଦର୍ଶନୀ ପାତ୍ରଙ୍କ ତତ୍ତ୍ୱାବଧାନରେ ଏହି ଅଧ୍ୟୟନ କରାଯାଇଥିଲା । 

ସୋମବାର ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ “ଏକାକୀ ମହିଳାଙ୍କ ସମସ୍ୟା ଓ ଆହ୍ୱାନ’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ରରେ ଏହି ରିପୋର୍ଟ ଉନ୍ମୋଚିତ ହୋଇଥିଲା । ଶିଶୁ ବିକାଶ ଓ ସମାଜ ଉନ୍ନୟନ କେନ୍ଦ୍ର ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ରର ସଭାପତି ସୁଧାନିଧି ରାଉତ ଅଧ୍ୟକ୍ଷତା କରିଥିଲେ । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଅତିରିକ୍ତ ସଚିବ ବିବେକାନନ୍ଦ ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରୁଷ କୈନ୍ଦ୍ରିକ ସମାଜରେ ମହିଳାଙ୍କୁ ଆତ୍ମନିର୍ଭର କରିବାକୁ ହେଲେ ସଚେତନତା ଏକାନ୍ତ ଆବଶ୍ୟକ ବୋଲି ମତ ଦେଇଥିଲେ । ମୁଖ୍ୟବକ୍ତା ବିଜେପି ଶିକ୍ଷା ପ୍ରକୋଷ୍ଠ ଆବାହକ ଲକ୍ଷ୍ମୀକାନ୍ତ ମିଶ୍ର କହିଲେ, ନାରୀ କେବେ ପୁରୁଷ ସହ ସମାନ ହୋଇପାରିବ ନାହିଁ । ନାରୀ ସର୍ବଦା ପୁରୁଷଙ୍କଠାରୁ ଅଧିକ । ସେମାନଙ୍କ ବିନା ସମାଜ ବା ସଂସାର ସୃଷ୍ଟି ଅସମ୍ଭବ । ଆମ ସଂସ୍କୃତିକୁ ଅଣଦେଖା ସମାଜରେ ଏକାକୀ ରହୁଥିବା ମହିଳାଙ୍କ ସଂଖ୍ୟା ବୃଦ୍ଧିର ଏକ ବଡ଼ କାରଣ । ଏହି ସମସ୍ୟାର ସମାଧାନ ପାଇଁ ଆମ ମାନସିକତାରେ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ସେ ମତଦେଇଥିଲେ । 

ଦ୍ୱିତୀୟ ଅଧିବେଶନରେ ପରିବାର ଅଦାଲତ କାଉନସିଲ ଅଧ୍ୟକ୍ଷା ଝରଣା ସ୍ୱାଇଁ, ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରି ଲିମିଟେଡ୍‌ ସହାୟକ ଉପାଧ୍ୟକ୍ଷା ଲୋପାମୁଦ୍ରା ପ୍ରିୟଦର୍ଶିନୀ, ଅନୁଷ୍ଠାନର ଯୋଜନା ନିର୍ଦ୍ଦେଶିକା ଜ୍ୟୋତ୍ସ୍ନା ରାଉତ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସମ୍ପାଦକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଆଗାମୀ ପ୍ରୟାସ ସମ୍ପର୍କରେ କହିଥିଲେ । ସୁନନ୍ଦା ଚୌଧୁରୀ ଧନ୍ୟବାଦ ଦେଇଥିଲେ । ଏହି ଆଲାଚନାଚକ୍ରରେ ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ସାମାଜିକ ସଂଗଠନର କର୍ମକର୍ତ୍ତା ଯୋଗଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.