ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଗ୍ରହରାଜ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ, ଏହି ଚାରି ରାଶି ବ୍ୟକ୍ତି ଅଧିକ ଲାଭବାନ୍ ହେବେ...

Published By : Prameya | November 18, 2024 11:38 AM

ଭୁବନେଶ୍ୱର ୧୮/୧୧: ଗ୍ରହରାଜ ସୂର୍ଯ୍ୟ  ପ୍ରତ୍ୟେକ ମାସରେ ନିଜର ରାଶି ପରିବର୍ତ୍ତନ କରିଥାନ୍ତି । ଏଥର ସୂର୍ଯ୍ୟ ମାର୍ଗଶୀର ଆରମ୍ଭ ନଭେମ୍ବର ୧୬ତାରିଖ ସକାଳ ୭ଟା  ୧୬ମିନିଟ୍‌ରେ ତୁଳା ରାଶିରୁ ଯାଇ ବିଛା ରାଶିରେ ପ୍ରବେଶ କରିବେ । ଏହି ରାଶିରେ  ଡିସେମ୍ବର ମଧ୍ୟ ଭାଗ ପର୍ଯ୍ୟନ୍ତ ସୂର୍ଯ୍ୟ ଅବସ୍ଥାନ କରିବେ । ବିଛା ରାଶିକୁ ସୂର୍ଯ୍ୟଙ୍କ ଏହି  ଗୋଚର କେତେକ ରାଶି ପାଇଁ ଶୁଭ ପ୍ରଭାବ ପକାଇବ । ଜ୍ୟୋତିଷ ବିଦ୍ୟା ଅନୁଯାୟୀ କେଉଁ  କେଉଁ ରାଶି ଲାଭବାନ୍‌ ହେବେ ଜାଣନ୍ତୁ - 

କର୍କଟ: ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭଦାୟକ ହେବ । ଏହି ସମୟ  ମଧ୍ୟରେ ଏମାନେ ପେସାଗତ କ୍ଷେତ୍ରରେ ଉନ୍ନତି କରିବେ । ଆତ୍ମବିଶ୍ୱାସ ବଢ଼ିବ । ଧନ ଅର୍ଜନର  ମାର୍ଗ ପ୍ରଶସ୍ତ ହେବା ସହିତ ବିଦ୍ୟାର୍ଥୀଙ୍କ ଲାଗି ମଧ୍ୟ ସମୟ ଭଲ ରହିବ । କାହାଠାରୁ ଉଧାର ନେଇଥିଲେ ତାହା  ପରିଶୋଧ କରିବାକୁ ସକ୍ଷମ ହେବେ ।

କନ୍ୟା: କନ୍ୟାରାଶିର ବ୍ୟକ୍ତିମାନଙ୍କ ମଧ୍ୟରେ ନୂତନ ଉର୍ଜା ଭରିଯିବ । ସୂର୍ଯ୍ୟ ବିଛା ରାଶିରେ ଅବସ୍ଥାନ  କରିବା ସମୟ ମଧ୍ୟରେ ଆପଣ ସାହସିକ କାର୍ଯ୍ୟ କରିବାକୁ ପ୍ରେରଣା ପାଇବେ । ଦୂରଯାତ୍ରା  ଲାଭପ୍ରଦ ହୋଇପାରିବ । ଧନ,ଯଶ ପ୍ରାପ୍ତିର ସମ୍ଭାବନା ରହିଛି । ସଞ୍ଚିତ  ଧନ ବୃଦ୍ଧି ହେବ । ତେବେ ସାନଭାଇ-ଭଉଣୀଙ୍କ ସହ ବୁଝି ବିଚାରି  କଥାବାର୍ତ୍ତା କରିବା ଆବଶ୍ୟକ ।

ବିଛା: ସୂର୍ଯ୍ୟ ବିଛା ରାଶିର ସ୍ୱାମୀ ମଙ୍ଗଳ ଗ୍ରହଙ୍କର ମିତ୍ର  ଅଟନ୍ତି । ଏଣୁ ବିଛା ରାଶିର ବ୍ୟକ୍ତିଙ୍କ ଜୀବନରେ  ସୂର୍ଯ୍ୟ ସକାରାତ୍ମକ ପରିବର୍ତ୍ତନ ଆଣିବେ । ଏହି ସମୟରେ  ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ସ୍ୱାସ୍ଥ୍ୟରେ ଉତ୍ତମ ପରିବର୍ତ୍ତନ ନିଜେ  ଅନୁଭବ କରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହିତ  ବ୍ୟାବସାୟିକ କ୍ଷେତ୍ରରେ ବଡ଼ କାରାବାର କରିବା ସମ୍ଭାବନା ରହିଛି ।  ନୂଆ ଯୋଜନା ଫଳପ୍ରସୂ ହେବାର ସମ୍ଭାବନା ମଧ୍ୟ ବଢ଼ିଯିବ ।

କୁମ୍ଭ: ସୂର୍ଯ୍ୟ କୁମ୍ଭ ରାଶିର ୧୦ମ କ୍ଷେତ୍ରରେ ରହିବେ  । ଏଣୁ  ଏହା ପ୍ରଭାବରେ ପେସାଗତ ଜୀବନରେ ଉନ୍ନତି  ଆସିବ । ଚାକିରି କ୍ଷେତ୍ରରେ ଉଚ୍ଚ ପଦବି ସ୍ଥାନାନ୍ତରଣ ହୋଇପାରେ । ଧନକୁ  ନେଇ ସମସ୍ୟା ଦୂରେଇବ ଏବଂ ପାରିବାରିକ ସୁଖଶାନ୍ତି ପ୍ରାପ୍ତ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.