ଭୁବନେଶ୍ୱର ୧୮/୧୧: ଗ୍ରହରାଜ ସୂର୍ଯ୍ୟ  ପ୍ରତ୍ୟେକ ମାସରେ ନିଜର ରାଶି ପରିବର୍ତ୍ତନ କରିଥାନ୍ତି । ଏଥର ସୂର୍ଯ୍ୟ ମାର୍ଗଶୀର ଆରମ୍ଭ ନଭେମ୍ବର ୧୬ତାରିଖ ସକାଳ ୭ଟା  ୧୬ମିନିଟ୍‌ରେ ତୁଳା ରାଶିରୁ ଯାଇ ବିଛା ରାଶିରେ ପ୍ରବେଶ କରିବେ । ଏହି ରାଶିରେ  ଡିସେମ୍ବର ମଧ୍ୟ ଭାଗ ପର୍ଯ୍ୟନ୍ତ ସୂର୍ଯ୍ୟ ଅବସ୍ଥାନ କରିବେ । ବିଛା ରାଶିକୁ ସୂର୍ଯ୍ୟଙ୍କ ଏହି  ଗୋଚର କେତେକ ରାଶି ପାଇଁ ଶୁଭ ପ୍ରଭାବ ପକାଇବ । ଜ୍ୟୋତିଷ ବିଦ୍ୟା ଅନୁଯାୟୀ କେଉଁ  କେଉଁ ରାଶି ଲାଭବାନ୍‌ ହେବେ ଜାଣନ୍ତୁ - 

କର୍କଟ: ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ କର୍କଟ ରାଶିର ବ୍ୟକ୍ତିମାନଙ୍କ ପାଇଁ ଶୁଭଦାୟକ ହେବ । ଏହି ସମୟ  ମଧ୍ୟରେ ଏମାନେ ପେସାଗତ କ୍ଷେତ୍ରରେ ଉନ୍ନତି କରିବେ । ଆତ୍ମବିଶ୍ୱାସ ବଢ଼ିବ । ଧନ ଅର୍ଜନର  ମାର୍ଗ ପ୍ରଶସ୍ତ ହେବା ସହିତ ବିଦ୍ୟାର୍ଥୀଙ୍କ ଲାଗି ମଧ୍ୟ ସମୟ ଭଲ ରହିବ । କାହାଠାରୁ ଉଧାର ନେଇଥିଲେ ତାହା  ପରିଶୋଧ କରିବାକୁ ସକ୍ଷମ ହେବେ ।

କନ୍ୟା: କନ୍ୟାରାଶିର ବ୍ୟକ୍ତିମାନଙ୍କ ମଧ୍ୟରେ ନୂତନ ଉର୍ଜା ଭରିଯିବ । ସୂର୍ଯ୍ୟ ବିଛା ରାଶିରେ ଅବସ୍ଥାନ  କରିବା ସମୟ ମଧ୍ୟରେ ଆପଣ ସାହସିକ କାର୍ଯ୍ୟ କରିବାକୁ ପ୍ରେରଣା ପାଇବେ । ଦୂରଯାତ୍ରା  ଲାଭପ୍ରଦ ହୋଇପାରିବ । ଧନ,ଯଶ ପ୍ରାପ୍ତିର ସମ୍ଭାବନା ରହିଛି । ସଞ୍ଚିତ  ଧନ ବୃଦ୍ଧି ହେବ । ତେବେ ସାନଭାଇ-ଭଉଣୀଙ୍କ ସହ ବୁଝି ବିଚାରି  କଥାବାର୍ତ୍ତା କରିବା ଆବଶ୍ୟକ ।

ବିଛା: ସୂର୍ଯ୍ୟ ବିଛା ରାଶିର ସ୍ୱାମୀ ମଙ୍ଗଳ ଗ୍ରହଙ୍କର ମିତ୍ର  ଅଟନ୍ତି । ଏଣୁ ବିଛା ରାଶିର ବ୍ୟକ୍ତିଙ୍କ ଜୀବନରେ  ସୂର୍ଯ୍ୟ ସକାରାତ୍ମକ ପରିବର୍ତ୍ତନ ଆଣିବେ । ଏହି ସମୟରେ  ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ସ୍ୱାସ୍ଥ୍ୟରେ ଉତ୍ତମ ପରିବର୍ତ୍ତନ ନିଜେ  ଅନୁଭବ କରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହିତ  ବ୍ୟାବସାୟିକ କ୍ଷେତ୍ରରେ ବଡ଼ କାରାବାର କରିବା ସମ୍ଭାବନା ରହିଛି ।  ନୂଆ ଯୋଜନା ଫଳପ୍ରସୂ ହେବାର ସମ୍ଭାବନା ମଧ୍ୟ ବଢ଼ିଯିବ ।

କୁମ୍ଭ: ସୂର୍ଯ୍ୟ କୁମ୍ଭ ରାଶିର ୧୦ମ କ୍ଷେତ୍ରରେ ରହିବେ  । ଏଣୁ  ଏହା ପ୍ରଭାବରେ ପେସାଗତ ଜୀବନରେ ଉନ୍ନତି  ଆସିବ । ଚାକିରି କ୍ଷେତ୍ରରେ ଉଚ୍ଚ ପଦବି ସ୍ଥାନାନ୍ତରଣ ହୋଇପାରେ । ଧନକୁ  ନେଇ ସମସ୍ୟା ଦୂରେଇବ ଏବଂ ପାରିବାରିକ ସୁଖଶାନ୍ତି ପ୍ରାପ୍ତ ହେବ ।