ପ୍ରମୂଖ ଖବର
  • ଗଜପତିଙ୍କ ଛେରାପହଁରା ନୀତି ଆରମ୍ଭ, ଆଉ କିଛି ସମୟ ପରେ ରଥ ଟଣା
  • ||
  • ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି, ଘଣ୍ଟଘଣ୍ଟା ହରିବୋଲ ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜୁନ୍‌ ୩୦ ରେ ଜନଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ
  • ||
  • କେନ୍ଦୁଝର : ଟ୍ରାକ୍ଟର ତଳେ ଚାପି ହୋଇ ଚାଳକ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଭଦ୍ରକ : ବ୍ରିଜ୍ ଉପରୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍
  • ||
  • ନବରଙ୍ଗପୁର : ଝରିଗାଁ କାର୍‌ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
  • ||
  • ଲଘୁଚାପ ପ୍ରଭାବ: ଆସନ୍ତା ୨ ଯାଏ ବର୍ଷିବ, ଉତ୍ତରରେ ବେଶି, ରଥଯାତ୍ରାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା
  • ||

ଜର୍ମାନୀରେ ହାର୍ନିଆ ଅସ୍ତ୍ରୋପଚାର କରାଇଲେ ସୂର୍ଯ୍ୟକୁମାର, ଇନ୍‌ଷ୍ଟା ପୋଷ୍ଟରେ ଦେଲେ ସୂଚନା

Published By : Prameya | June 27, 2025 11:54 AM

ନୂଆଦିଲ୍ଲୀ,୨୭/୦୬:  ଭାରତୀୟ ଟି-ଟ୍ୱେଣ୍ଟି ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଜର୍ମାନୀର ମ୍ୟୁନିକ  ସ୍ଥିତ ଏକ ହସ୍ପିଟାଲ୍‌ରେ ସ୍ପୋର୍ଟ୍ସ ହାର୍ନିଆ  ଅସ୍ତ୍ରୋପଚାର କରାଇଛନ୍ତି । ସେ ସୋସିଆଲ୍‌ ମିଡିଆ ଇନ୍‌ଷ୍ଟାଗ୍ରାମ୍‌  ପୃଷ୍ଠାରେ ଏକ ଫଟୋ ଛାଡ଼ି ଏବିଷୟରେ ଜଣାଇଛନ୍ତି । 

ସେ ଲେଖିଛନ୍ତି, ମୁଁ ସ୍ପୋର୍ଟ୍ସ ହାର୍ନିଆ ଅସ୍ତ୍ରୋପଚାର କରାଇଛି । ଅସ୍ତ୍ରୋପଚାର ସଫଳ ହୋଇଛି । କ୍ରିକେଟ୍‌କୁ ମଇଦାନକୁ ଫେରିବାକୁ ଅପେକ୍ଷା କରିପାରୁନାହିଁ ।’ ସୂର୍ଯ୍ୟକୁମାର ଗତ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରିଥିଲେ । ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ  ସେ ୧୬ଟି ଇନିଂସ୍‌ ଖେଳି ୭୧୭ ରନ୍‌  ସଂଗ୍ରହ କରିଥିଲେ । ସେ ଟୁର୍ଣ୍ଣାମେଣ୍ଟରେ  ଦ୍ୱିତୀୟ ସର୍ବାଧିକ ସ୍କୋରର ରହିଥିଲେ ।  

ଗତ ଫେବ୍ରୁଆରୀ ମାସ ସେ ଇଂଲଣ୍ଡ  ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ଖେଳିଥିଲେ ।  ଭାରତୀୟ ଦଳ ଆଗାମୀ ଅଗଷ୍ଟରେ  ବାଂଲାଦେଶ ଗସ୍ତରେ ୩ମ୍ୟାଚ୍‌ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ ଖେଳିବ । ସେତେବେଳକୁ  ସୂର୍ଯ୍ୟକୁମାର ଫିଟ୍‌ ହୋଇସାରିଥିବେ ଏବଂ ଦଳର ନେତୃତ୍ୱ ନେବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.