ବୌଦ୍ଧ,୨୨/୧(ଆପ୍ର): ବୌଦ୍ଧ ଥାନା ଲକ୍ଷ୍ମୀପ୍ରସାଦ ଗ୍ରାମପଞ୍ଚାୟତ ଅନ୍ତର୍ଗତ କଉଡିଆତୋଳା ଗ୍ରାମର ସୁଶୀଲ ପ୍ରଧାନଙ୍କ ହତ୍ୟାକାଣ୍ଡ ଘଟଣାରେ ବୌଦ୍ଧ ପୁଲିସ ତିନି ଜଣଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଟ୍ରାକ୍ଟରକୁ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କଉଡିଆତୋଲା ଗ୍ରାମର ସନୋଜ ପ୍ରଧାନ ଓରଫ ସନ ( ୧୯) , ମନୋଜ ପ୍ରଧାନ ଓରଫ ମନ (୨୧) ଓ ରଂଜିତ ପ୍ରଧାନ ଓରଫ କାଳିଆ( ୪୦) । ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି । ପୂର୍ବ ଶତ୍ରୁତା ଓ ଜମିବାଡି ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ବୌଦ୍ଧଥାନା ଅଧିକାରୀ ନଳିନୀକାନ୍ତ ଦାସ ସୂଚନା ଦେଇଛନ୍ତି ।
ମଙ୍ଗଳବାର କଉଡିଆତୋଲା ଗ୍ରାମର ସୁଶୀଲ ପ୍ରଧାନ ନାରାୟଣନଗର ବଜାର ରୁ ସଉଦା ସାରି ସନ୍ଧ୍ୟାରେ ଏକ ବାଇକ ଯୋଗେ ଘରକୁ ଫେରୁଥିଲେ। ଅଭିଯୁକ୍ତମାନେ ପୂର୍ବ ଯୋଜନା ଅନୁଯାୟୀ ଓ ସଂଘବଦ୍ଧ ଭାବେ କଉଡିଆତୋଳା ଗ୍ରାମ ନିକଟ ରାସ୍ତାରେ ଏକ ଟ୍ରାକ୍ଟର ଦ୍ୱାରା ବାଇକକୁ ଧକ୍କା ଦେଇ ହତ୍ୟା କରିଥିଲେ । ଘଟଣା ସ୍ଥଳରେ ସୁଶିଲ ଗୁରୁତର ହେବା ସହ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥଲା ଓ ମେଡିକାଲରେ ସୁଶିଲର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଯାଇଥିଲା ।
ଏନେଇ ବୁଧବାର ମୃତ ସୁଶିଲର ପରିବାର ପକ୍ଷରୁ ବୌଦ୍ଧ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣା ପୂର୍ବ ଶତୃତା ଓ ଜମିବାଡି ବିବାଦ ଯୋଗୁଁ ହତ୍ୟା କରାଯାଇଥିବା ସୂଚନା ଦେଇଥିଲେ। ହତ୍ୟାକଣ୍ଡରେ ବ୍ୟବହ୍ୟତ ଟ୍ରାକ୍ଟରକୁ ଜବତ କରିଛି।ଗିରଫ ଅଭିଯୁକ୍ତମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ନଳିନୀକାନ୍ତ ଦାସ ସୂଚନା ଦେଇଥିଲେ।
ଆହୁରି ପଢନ୍ତୁ : ପ୍ରମେୟ ଡିଜିଟାଲର ସ୍ୱତନ୍ତ୍ର ଲାଇଭ୍ ସୋ ‘ମେଡିକାଲ ଆଷ୍ଟ୍ରୋ’: ଫୋନ୍ କରି ବାସ୍ତୁ ଓ ଆପଣଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଜାଣନ୍ତୁ