ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ବ୍ରହ୍ମପୁର ଟାଉନ ଥାନାରେ ସନ୍ଦିଗ୍ଧ ବ୍ୟକ୍ତି ଅଟକ, ଗାନ୍ଧୀ ନଗର ଛକରୁ କାବୁ କରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକେ

Published By : Rasmita Pradhan | April 28, 2025 3:07 PM

ବ୍ରହ୍ମପୁର, ୨୮/୪ : ଦେହରେ ଆର୍ମି ପୋଷାକ, ମୁଣ୍ଡରେ ଟୋପି। ପାଖରେ ଅଛି ନକଲି ଆଇଡି କାର୍ଡ। କେହି ପଚାରିଲେ କହୁଛନ୍ତି ୱାଘା ବର୍ଡରରୁ ଆସିଛି। ବ୍ରହ୍ମପୁର ଗାନ୍ଧୀ ନଗର ଛକରୁ ଏପରି ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ କାବୁ କରିଛନ୍ତି ସ୍ଥାନୀୟ ଲୋକେ। ଉକ୍ତ ବ୍ୟକ୍ତିଙ୍କୁ ପୋଲିସ ଜିମା ଦିଆଯାଇଛି। ପୋଲିସ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ପ୍ରଥମିକ ତଦନ୍ତରୁ ସେ ଜଣେ ମାନସିକ ଭିନ୍ନକ୍ଷମ ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ, ସୋମବାର ମଧ୍ୟାହ୍ନରେ ଜଣେ ବ୍ୟକ୍ତି ଆର୍ମି ପୋଷାକ ପିନ୍ଧି ଗାନ୍ଧୀ ନଗର ଛକରେ ବୁଲୁଥିଲେ। କେହି କିଛି ପଚାରିବାକୁ ଗଲେ, ତାଙ୍କୁ ବାଡେଇବାକୁ ଗୋଡାଉଥିଲା। କିଛି ଯୁବକ ତାଙ୍କୁ ପଚାରିବାରୁ ସେ ଗୁଜରାଟ ପୁଲିସ ଲୋଗୋ ଥିବା ଏକ ନକଲି କାର୍ଡ ଦେଖାଇଥିଲେ। ଏହାପରେ ପାକିସ୍ତାନୀ ସନ୍ଦେହରେ ଯୁବକମାନେ ତାଙ୍କୁ ଆଣି ଥାନାରେ ଜିମା ଦେଇଥିଲେ। ପ୍ରମେୟ ପ୍ରତିନିଧି ଉକ୍ତ ବ୍ୟକ୍ତିଙ୍କୁ ପଚାରିବାରୁ ସେ ନିଜ ନାମ ରାଜୁ ସନ୍ତ୍ରା ବୋଲି କହିଥିଲେ। ଏହା ସହ ସେ ୱାଘା ବର୍ଡରରୁ ଆସିଛନ୍ତି ବୋଲି କହିଥିଲେ। କେବଳ ସେତିକି ନୁହେଁ ତାଙ୍କ ପାଖରେ ଥିବା କାଗଜପତ୍ର ଗୁଜୁରାଟ ପୁଲିସ ନେଇ ନିକଟରେ ଥିବା ଆଇ କାର୍ଡ ଦେଇଥିବା କଥା କହିଥିଲେ। 

ରାଜୁ ଗୁଜରାଟରୁ ମେଳାରେ ମିଶି ବ୍ରହ୍ମପୁର ଆସିଥିବା କଥା କହିଛନ୍ତି। ଗତ ଗୁଡ ଫ୍ରାଇଡେରୁ ସେ ବ୍ରହ୍ମପୁରରେ ରହି ଆସୁଛନ୍ତି। ଗାନ୍ଧୀ ପାର୍କ ସମ୍ମୁଖରେ ଥିବା ଡିଭାଇଡର୍ ଉପରେ ଶୋଇ ରାତି କାଟୁଛନ୍ତି। ତାଙ୍କ ନିକଟରେ କିଛି ସିକ୍ୟୁରିଟି କର୍ମଚାରୀ ସୁନା ଦୋକାନ ଜଗୁଥିବା ସେ କହିଛନ୍ତି। ଅନ୍ୟପଟେ ରାଜୁଙ୍କ ନିକଟରେ ଥିବା ଦୁଇଟି ବ୍ୟାଗରୁ ବିଭିନ୍ନ ଜିନିଷ ଚୋରାଇ ନେବାକୁ ୩ ଯୁବକ ଆସିଥିଲେ। ବିରୋଧ କରିବାରୁ ରାଜୁଙ୍କୁ ଥାନାରେ ଦେଇ ଚାଲିଗଲେ ବୋଲି ସେ କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.