ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ସମୁଦ୍ରରୁ ଧରାହେଲା ସନ୍ଦିଗ୍ଧ ପାରା; ଗୋଡ଼ ଏବଂ ପରରେ ଲେଖା ଅଛି ‘ସିକ୍ରେଟ୍‌ କୋଡ୍‌’

Published By : Harapriya Sethi | October 19, 2024 2:28 PM

କେନ୍ଦ୍ରାପଡା, ୧୯/୧୦: ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ମିଳିଲା ସନ୍ଦିଗ୍ଧ ପାରା । ପାରାଟିର ଦୁଇ ଗୋଡରେ ଥିବା ଟ୍ୟାଗରେ ଇଂରାଜୀ ଅକ୍ଷରରେ ଲେଖାଥିବା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଅନ୍ତର୍ଗତ ଜମ୍ବୁ ଗ୍ରାମର ରତନ ଦାସ ନାମକ ଜଣେ ସତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିବା ବେଳେ ଏହି ପାରା ତାଙ୍କୁ ମିଳିଛି ।

ସୂଚନା ମୁତାବକ, ରତନ ଦାସ ମାଛ ଧରିବାକୁ ଯାଇଥିବା ବେଳେ ଏକ ପାରା ଗଭୀର ସମୁଦ୍ରରେ ଉଡିଆସି ରତନଙ୍କ ଭଗବତୀ ନାମକ ମାଛଧରା ବୋଟରେ ବସିଥିଲା । ବୋଟ୍‌ରେ ବସିବା ପରେ ରତନ ତାକୁ ଧରି ପକାଇଥିଲେ । ପାରାଟିର ଦୁଇଟି ଗୋଡ଼ରେ ଥିବା ଟ୍ୟାଗରେ ଇଂରାଜୀ ଅକ୍ଷରରେ କିଛି ଲେଖାଥିବା ସେ ଦେଖିଥିଲେ । ପାରା ଗୋଡରେ ଥିବା ଟ୍ୟାଗରେ CHN -19 - 2024 ମସିହା ଲେଖା ହୋଇଥିଲା । ଏହା ସହ 988822  ନାମକ ଏକ ନମ୍ୱର ମଧ୍ୟ ଲେଖା ହୋଇଥିଲା । କେବଳ ସେତିକି ନୁହେଁ ପାରାଟିର ପରରେ ମଧ୍ୟ କିଛି ଲେଖା ହୋଇଥିବାର ଦେଖିବାକୁ ମିଳିଥିଲା । ରତନ ଏହି   ପାରାକୁ ଜମ୍ବୁ ରେଞ୍ଜର ବନବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ । ପାରାଟିକୁ ବନବିଭାଗ ଦୁଇ ଦିନ ରଖିବା ପରେ ଛାଡି ଦେଇଥିବା ଜଣାପଡିଛି । ଏପରି ଏକ ସନ୍ଦିଗ୍ଧ ପାରା ଧରାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.