ବଲାଙ୍ଗୀର,୦୭/୦୭: ଆଇଟିଆଇ କଲେଜ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ବଲାଙ୍ଗୀର ସହରର ଏକ ଘରୋଇ ଆଇଟିଆଇ କଲେଜ କର୍ମଚାରୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗୀର ଖଳିଆପାଲି ରେଳ ଷ୍ଟେସନ ନିକଟ ରେଳଧାରଣାରୁ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ବଲାଙ୍ଗୀର ପୁଇଁନ୍ତଳା ଥାନା ଅନ୍ତର୍ଗତ ରାମସିଂଆ ଖଳିଆପାଲି ଗାଁର ଶ୍ରୀନିବାସ ଷଡଙ୍ଗୀ ।
ଗତକାଲି ରାତି ୩ ଟାରେ ଜିଆରପି ପୁଲିସ ପରିବାରଲୋକଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପରିବାର ଲୋକ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । ଶ୍ରୀନିବାସଙ୍କ ମୁଣ୍ଡରେ ଆଘାତ ଲାଗିଥିବା ବେଳେ ତାଙ୍କ ଗୋଟିଏ ଗୋଡ଼ ଭାଙ୍ଗିଯାଛି । କେହି ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକ ସନ୍ଦେହ କରିଥିଲେ । ବଲାଙ୍ଗୀର ଭିମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ମୃତଦେହ ବ୍ୟବଚ୍ଛେଦ କରାଯାଉଛି ।
ଶ୍ରୀନିବାସ ସହ କାହାର ନା ଶତ୍ରୁତା ନା ତାଙ୍କର କୌଣସି ଖରାପ ଅଭ୍ୟାସ ଥିଲା। ଟ୍ରେନକୁ ଡେଇଁକି ଆତ୍ମହତ୍ୟା କରିବାକୁ କେହି ବିଶ୍ୱାସ ବି କରିପାରୁନାହାନ୍ତି । ତାଙ୍କୁ ହତ୍ୟା କରି ଫିଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଘଟଣା ସତ୍ୟାସତ୍ୟ ବାହାର କରି ଶ୍ରୀନିବାସଙ୍କୁ ନ୍ୟାୟ ଦେବାକୁ ପରିବାର ପକ୍ଷରୁ ଦାବି ହୋଇଛି ।