ମୁମ୍ୱାଇ : ସୁଜୈନ ଖାନ ଅର୍ସଲାନ ଗୋନୀଙ୍କ ପ୍ରେମରେ ପାଗଳ ଏବଂ ଏହା ତାଙ୍କର ଲାଟେଷ୍ଟ ପୋଷ୍ଟରେ ଜଣାପଡ଼ିଛି। ଏଥିରେ ସେ ଖୁବ୍ ଖୋଲାଖାଲି ଭାବେ ନିଜ ପ୍ରେମକୁ ବ୍ୟକ୍ତ କରିଛନ୍ତି। ସୁଜୈନ ଏକ ସୁନ୍ଦର ପୋଷ୍ଟରେ ଅର୍ସଲାନଙ୍କୁ ଜନ୍ମଦିନର ଶୁଭକାମନା ଦେଇଛନ୍ତି। ଏଥିରେ ତାଙ୍କର ଓ ଅର୍ସଲାନଙ୍କର ଅନେକ ସୁନ୍ଦର ମୁହୂର୍ତ୍ତର ଫଟୋ ଅଛି। ଏହା ସହ ଲେଖିଛନ୍ତି , ଜୀବନରେ ତାଙ୍କ ବ୍ୟତୀତ ଆଉ କିଛି ଚାହୁଁ ନାହିଁ। ଉକ୍ତ ପୋଷ୍ଟରେ ହ୍ରିତିକ ରୋଶନଙ୍କର ମଧ୍ୟ କମେଣ୍ଟ ଆସିଛି ଏବଂ ତାଙ୍କର ପ୍ରଶଂସକମାନେ ଅଲଗା ଅଲଗା ପ୍ରତିକ୍ରିୟା ଦେଇଛନ୍ତି।
ସୁଜୈନ ପୋଷ୍ଟରେ ଲେଖିଛନ୍ତି, ଜୀବନରେ ମୁଁ ଯଦି କିଛି ବି ଚାହେଁ ତ ତାହା ହେଉଛ ତୁମେ। ହ୍ୟାପି ବାର୍ଥଡେ ମାଇ ଜାନ୍। ତୁମେ ମୋତେ ଏହି ପ୍ଲାନେଟ୍ର ସବୁଠୁ ଖୁସିର ମହିଳା କରି ଦେଇଛ। ପ୍ରତିଦିନ ମୁଁ ଏହି ପ୍ରାର୍ଥନା କରୁଛି ଏବଂ ଜାଣିଛି କି ଏବେ ଠାରୁ ତୁମର ସବୁଠୁ ଭଲ ସମୟ ଓ ଜୀବନର ସବୁଠୁ ଭଲ ଦିନ ଆରମ୍ଭ ହେଉ ଏବଂ ଏହି ଚିରତାଳ ପାଇଁ ଜାରି ରହୁ। ମୁଁ ତୁମକୁ ପାଗଳ ପରି ପ୍ରେମ କରୁଛି, ବହୁତ ଅଧିକ।
ଏହି ପୋଷ୍ଟରେ ହ୍ରିତିକ ରୋଶନ ଲେଖିଛନ୍ତି , ହ୍ୟାପି ବାର୍ଥଡେ ମୋ ବନ୍ଧୁ। ଅର୍ସଲାନ ମଧ୍ୟ ହ୍ରିତିକଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହି ପୋଷ୍ଟରେ ଅନେକ ସେଲେବ୍ରିଟ୍ ଅର୍ସଲାନଙ୍କୁ ୱିଶ୍ କରିଛନ୍ତି। ସେପଟେ ହ୍ରିତିକଙ୍କ ପ୍ରଶଂସକଙ୍କ ମଧ୍ୟ କମେଣ୍ଟ ଦେଖିବାକୁ ମିଳିଛି। ଜଣେ ଲେଖିଛନ୍ତି, ସେ କଣ ହ୍ରିତିକଙ୍କୁ ଜଳାଇବାକୁ ଏ ସବୁ କରୁଛନ୍ତି ? ଆଉ ଜଣେ ହ୍ରିତିକଙ୍କର କମେଣ୍ଟକୁ ନେଇ ଲେଖିଛନ୍ତି , ବହୁତ ବଡ଼ ହୃଦୟ ଦରକାର ଏମିତି କହିବା ପାଇଁ। ଆଉ ଏକ କମେଣ୍ଟରେ ଅଛି, ସେମାନେ ଏକ ଭଲ ରିଲେସନସିପ୍ରେ ଅଛନ୍ତି। ଆଉ କିଛି ଲେଖିଛନ୍ତି , ଅର୍ସଲାନ ହ୍ରିତିକଙ୍କ ଭଳି ଦେଖା ଯାଉଛନ୍ତି।