ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ସ୍ୱଚ୍ଛ ସର୍ବେକ୍ଷଣ ସର୍ଭେ-୨୦୨୪: ଶ୍ରେଷ୍ଠ ୨୦ ଭିତରେ ରହିବାକୁ ବିଏମ୍‌ସିର ଟାର୍ଗେଟ, ସିଟିଜେନ୍‌ ଫିଡ୍‌ବ୍ୟାକ୍‌ ପାଇଁ ଅପିଲ କଲେ ମେୟର

Published By : Prameya | March 20, 2025 11:42 AM

ଭୁବନେଶ୍ୱର ୨୦/୦୩: ରାଜଧାନୀରେ ଆରମ୍ଭ ହୋଇଛି ସ୍ୱଚ୍ଛ  ସର୍ବେକ୍ଷଣ ସର୍ଭେ । ବିଏମ୍‌ସି ଅଞ୍ଚଳରେ ବାସ  କରୁଥିବା ଜନସାଧାରଣଙ୍କୁ ସ୍ୱଚ୍ଛତା ନେଇ  ସିଟିଜେନ୍‌ ଫିଡ୍‌ବ୍ୟାକ୍‌ ଦେବାକୁ ଅପିଲ  କରିଛନ୍ତି ମେୟର ସୁଲୋଚନା ଦାସ । ସେ  କହିଛନ୍ତି, ରାଜଧାନୀ ଭୁବନେଶ୍ୱରକୁ ସ୍ୱଚ୍ଛ  ରଖିବା ପାଇଁ ସଫେଇ କର୍ମୀ, ବିଏମ୍‌ସି  କର୍ମଚାରୀ ଏବଂ ଅଧିକାରୀମାନେ ଦିନରାତି  ପରିଶ୍ରମ କରିଛନ୍ତି । ଭୁବନେଶ୍ୱର ମହାନଗର  ନିଗମ ସ୍ୱଚ୍ଛ ସର୍ବେକ୍ଷଣରେ ଭାଗ ନେଇଛି ।  ଆପାଣମାନଙ୍କ ମତାମତ ଭୁବନେଶ୍ୱରକୁ  ଶୀର୍ଷରେ ପହଞ୍ଚାଇ ପାରିବ । 

ସ୍ୱଚ୍ଛ ସର୍ବେକ୍ଷଣ ପୋର୍ଟାଲକୁ ଯାଇ ଭୋଟ  ଦେଇ ପାରିବେ ଭୁବନେଶ୍ୱର ବାସିନ୍ଦା ।  ମୋବାଇଲ ନମ୍ବର ଦେବା ପରେ ଓଟିପି  ଆସିବ । ଏହା ପରେ ରାଜ୍ୟ, ଜିଲ୍ଲା ଓ  ମହାନଗର ନିଗମର ସବିଶେଷ ତଥ୍ୟ  ଦେବା ପରେ ୧୦ଟି ପ୍ରଶ୍ନ ଆସିବ । ପ୍ରତିଦିନ  ଘର ଏବଂ ଦୋକାନରେ ଡୋର ଟୁ ଡୋର  ଅଳିଆ ସଂଗ୍ରହ ହେଉଛି କି ନାହିଁ । ରାସ୍ତା  ସଫେଇ, ଓଦା ଶୁଖିଲା ଓଳିଆ ସଂଗ୍ରହ,  ବାହାରେ ଶୌଚାଳୟ ଆଦି ଉପରେ ପ୍ରଶ୍ନ  ଆସିବ । ଏହି ସର୍ଭେରେ ସାଧାରଣଲୋକ  ଭାଗ ନେଇ ପାରିବେ ।  

ଭାରତ ସରକାରଙ୍କ ପକ୍ଷରୁ  ସହାରଞ୍ଚଳକୁ ସ୍ୱଚ୍ଛ ଓ ସବୁଜ ରଖିବାକୁ ସ୍ୱଚ୍ଛ  ଭାରତ ସର୍ବେକ୍ଷଣ-୨୦୨୪ ଆରମ୍ଭ ହୋଇଛି ।  ଏନେଇ ଦେଶର ବିଭିନ୍ନ ମହାନଗର  ନିଗମ, ବିଜ୍ଞାପିତ ପୌର ପରିଷଦ ଓ  ମୁନିସିପାଲିଟିରେ ସ୍ୱଚ୍ଛ ସର୍ବେକ୍ଷଣ ଆରମ୍ଭ  ହୋଇଛି । ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ବିଭିନ୍ନ  କାଟେଗୋରୀରେ ଭାଗ ନେଇଛି ବିଏମ୍‌ସି ।  ଡୋର ଟୁ ଡୋର ଅଳିଆ ସଂଗ୍ରହ ଉପରେ  ଅଧିକ ଫୋକସ କରିଛି ବିଏମସି । ସହରରେ  ୩୨ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (ଏମ୍‌ସିସି)  ଓ ଏମ୍‌ଆରଏଫ୍‌ ନିର୍ମାଣ ହୋଇଛି । ସହରକୁ  ଡଷ୍ଟବିନ୍‌ ଫ୍ରି ସିଟି କରାଯାଇଛି । ସୈନିକ ସ୍କୁଲ  ନିକଟ ଟିଟିଏସ୍‌ରେ ବିଏମ୍‌ସି ପକ୍ଷରୁ ପ୍ଲାଣ୍ଟ  ବସାଇ ଅଳିଆ ପ୍ରକ୍ରିୟାକରଣ କରାଯାଉଛି ।  

ସେହିପରି ପ୍ଲାଷ୍ଟିକ ଫ୍ରି ସିଟି ଉପରେ  ମଧ୍ୟ ଗୁରୁତ୍ୱ ଦେଇଛି ବିଏମ୍‌ସି । ସହରରେ  ପଲିଥିନ୍‌କୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।  କୋଇଲା ଚୁଲାକୁ ସମ୍ପୂର୍ଣ୍ଣ ଭାବେ ବ୍ୟାନ୍‌  କରିବାର ସହ ଫାଇନ୍‌ ବ୍ୟବସ୍ଥା ମଧ୍ୟ  କରାଯାଇଛି । ସବୁଜ ଅଳିଆ, କଠିନ ବର୍ଜ୍ୟବସ୍ତୁ  ପରିଚାଳନା କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ  ସଫଳତା ହାସଲ କରିଛି ବିଏମ୍‌ସି ।  

୨୦୨୧ ମସିହାରେ ଦେଶରେ ବିଏମ୍‌ସିର  ର‌୍ୟାଙ୍କ ଥିଲା ୧୪୪ । ୨୦୨୨ରେ ଉପରକୁ  ଉଠି ୮୦ରେ ପହଞ୍ଚିଥିଲା । ୨୦୨୩ ମସିହାରେ ୩୪ ନମ୍ବର ସ୍ଥାନକୁ ଉଠିଥିଲା । ହେଲେ  ଚଳିତ ବର୍ଷ ଏହି ର‌୍ୟାଙ୍କରେ ପରିବର୍ତ୍ତନ  ହେବ । ତଳକୁ ଯିବ ନା ଟପ୍‌ ୨୦ ଭିତରେ  ରହିବ ତାକୁ ନେଇ ଏବେଠୁ ଆକଳନ  ଆରମ୍ଭ ହୋଇଛି । ସିଟିଜେନ୍‌ ଫିଡବ୍ୟାକ୍‌ରେ  ଭୁବନେଶ୍ୱର ଭଲ ପ୍ରଦର୍ଶନ କରିଥିଲା ।  ମୋଟ ୬୦୦୦ ମାର୍କରୁ ୪୩୬୩.୩୭  ମାର୍କ ରଖିଥିଲା । କିନ୍ତୁ ଭୁବନେଶ୍ୱର କେବଳ  ପୂର୍ବାଞ୍ଚଳ ରାଜ୍ୟ ରାଜଧାନୀରେ ସମୀତ  ରହିଥିଲା । ଏଥର ସର୍ବ ଭାରତୀୟ ସ୍ତରରେ  ପ୍ରତିଯୋଗିତା କରିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.