ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମୁର୍ସିଦାବାଦ ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଟାର୍ଗେଟ କଲେ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ, କହିଲେ ଏଠାରେ ରାଷ୍ଟ୍ରପତି ଶାସନ ଆବଶ୍ୟକ…

Published By : Ladu Kishor | April 15, 2025 8:26 PM

ନୂଆଦିଲ୍ଲୀ: ଦେଶର କିଛି ରାଜ୍ୟରେ ୱାକଫ ସଂଶୋଧନ ଆଇନ ବିରୋଧରେ ପ୍ରତିବାଦ ଜାରି ରହିଛି । ଏହି କ୍ରମରେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଏବଂ ଦକ୍ଷିଣ ୨୪ ପ୍ରଗଣାରେ, ପ୍ରତିବାଦ ହିଂସାତ୍ମକ ରୂପ ନେଇଛି । ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ସୀମା ସୁରକ୍ଷା ବଳ (BSF), କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF), ରାଜ୍ୟ ସଶସ୍ତ୍ର ପୋଲିସ ଏବଂ ରାପିଡ୍ ଆକ୍ସନ୍ ଫୋର୍ସ (RAF) କର୍ମଚାରୀ ମାନଙ୍କୁ ବହୁ ସଂଖ୍ୟାରେ ମୁତୟନ କରାଯାଇଛି। ଏହି ହିଂସାକୁ ନେଇ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି।

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ,"ବେଙ୍ଗଲର ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା ଉଚିତ । କେନ୍ଦ୍ର ସରକାର ସେଠାକାର ପରିସ୍ଥିତି ଉପରେ ରାଜନୀତି କରିବାକୁ ଏବଂ ଫଟୋ ଉଠାଇବାକୁ ଚାହୁଁଛନ୍ତି। ସେ ଆହୁରି ପୁଣି କହିଛନ୍ତି ଯେ, ବେଙ୍ଗଲର ହିନ୍ଦୁ ମାନଙ୍କ ପାଇଁ ଏବେ ବି ସମୟ ଅଛି ଯେ, ସେମାନେ ଗୋ ମାତାଙ୍କୁ ସୁରକ୍ଷା ଦେବା ପାଇଁ ଏକାଠି ଠିଆ ହୁଅନ୍ତୁ ଏବଂ ଯେଉଁମାନେ ଗାଈକୁ ମାରିବାକୁ ଆସୁଛନ୍ତି ସେମାନଙ୍କୁ ହତ୍ୟା କରିବା ଆରମ୍ଭ କରନ୍ତୁ।"

ରାଜ୍ୟ ପୋଲିସ କହିଛି ଯେ ମୁର୍ଶିଦାବାଦର ଦଙ୍ଗା ପ୍ରଭାବିତ ଅଞ୍ଚଳ ଗୁଡ଼ିକରେ ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି । ଦୋକାନ ଖୋଲିବା ସହିତ ବିସ୍ଥାପିତ ପରିବାର ଗୁଡ଼ିକ ଫେରି ଆସୁଛନ୍ତି। ୱାକଫ ସଂଶୋଧନ ଆଇନକୁ ନେଇ ଶୁକ୍ରବାର ଏବଂ ଶନିବାର ଦିନ ସୁତି, ଧୂଲିଆନ୍ ଏବଂ ଜାଙ୍ଗିପୁର ସମେତ ଜିଲ୍ଲାର ଅନେକ ଅଞ୍ଚଳରେ ହିଂସାତ୍ମକ ପ୍ରତିବାଦ ଦେଖା ଦେଇଥିଲା। ଯେଉଁଥିରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.