ନୂଆଦିଲ୍ଲୀ : ମହାରାଷ୍ଟ୍ରର ଅନୁଶକ୍ତି ନଗର ବିଧାନସଭା ସିଟ୍ରୁ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ସ୍ୱାମୀ ଫହାଦ ଅହମ୍ମଦ ନିର୍ବାଚନ ହାରି ଯାଇଛନ୍ତି। ଏହାକୁ ନେଇ ସେ ଇଭିଏମ୍ରେ ଗଡ଼ବଡ଼ ହୋଇଥିବାର ଅଭିଯୋଗ ଲଗେଇଛନ୍ତି। ଏହାସହ , ଫହାଦ ନିର୍ବାଚନ ଆୟୋଗଙ୍କ ପାଖରେ ଆଉ ଥରେ ଭୋଟର ଗଣତି କରିବାକୁ ଦାବି ରଖିଛନ୍ତି। ଫହାଦ ଅହମ୍ମଦ ନିଜର ଏକ୍ସ ଆକାଉଣ୍ଟରେ ଭିଡ଼ିଓ ଜାରି କରି ଗୁରୁତର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ,ମୋ ନାଁ ଫହାଦ ଅହମ୍ମଦ। ମୁଁ ଶରଦ ପାୱାରଙ୍କ ଏନସିପି ପକ୍ଷରୁ ଅନୁଶକ୍ତି ନଗର ବିଧାନସଭା ସିଟ୍ରୁ ପ୍ରାର୍ଥୀ ଅଛି। ଭୋଟ ଗୁଡ଼ିକର ଗଣତି ବେଳେ ୧୭ତମ ରାଉଣ୍ଡ ଯାଏ ମୁଁ ଲଗାତାର ଆଗରେ ଯାଉଥିଲି। ଆପଣ ଏହାକୁ ଇଲେକ୍ସନ କମିଶନର ୱେବସାଇଟ୍ରେ ଦେଖି ଥିବେ।
ଫହାଦ ଅହମ୍ମଦ କହିଛନ୍ତି ଯେ ,ଅନୁଶକ୍ତି ନଗରରେ ମୋଟ ୧୯ ରାଉଣ୍ଡର ଗଣତି ହେବାର ଥିଲା। ସେ କହିଛନ୍ତି ,୧୭ତମ ରାଉଣ୍ଡ ପରେ ମିଷ୍ଟ୍ରୀ ଆରମ୍ଭ ହୁଏ। ଯେଉଁ ଇଭିଏମ୍ ସକାଳ ୭ଟା ସମୟରୁ ନେଇ ସନ୍ଧ୍ୟା ୬ଟା ଯାଏ ଚାଲୁଥିଲା, ଏହାର ୯୯ ପ୍ରତିଶତ ବ୍ୟାଟେରୀ ବାହାରି ଥାଏ। ଏମିତିରେ ଏଭିଏମ୍ରେ ମୋର ପ୍ରତିଦ୍ୱନ୍ଦୀ ସନା ମଲିକଙ୍କୁ ମୋ ଠାରୁ ଡବଲ ଭୋଟ ମିଳୁ ଥିଲା। ମୁଁ ଦେଖୁଛି କି ଯେଉଁ ଇଭିଏମ୍ର ବ୍ୟାଟେରୀ ୯୯ ପ୍ରତିଶତ , ଏଥିରେ ସନା ମଲିକ ଦୁଇ ଗୁଣା ଅନ୍ତରରେ ଚାଲୁଛି। ଏହା ଖୁବ୍ ଚିନ୍ତାଜନକ ବିଷୟ। ସେ କହିଛନ୍ତି କି, ମୁଁ ନିର୍ବାଚନ ଆୟୋଗଙ୍କୁ ପୁଣି ଥରେ ଗଣତି କରାଇବାକୁ ଲେଖିଛୁ। ମୋର ଆଶା କି ୯୯ ପ୍ରତିଶତ ବ୍ୟାଟେରୀକୁ ନେଇ ଯେଉଁ ବିବାଦ ଅଛି, ଏହାର ଯାଞ୍ଚ ହେବ। ମୁଁ ଏହା ମଧ୍ୟ ଆଶା କରୁଛି କି ଯାଞ୍ଚ ପୂର୍ବରୁ କୌଣସି ପ୍ରକାରର ରେଜଲ୍ଟ ଘୋଷଣା ହେବ ନାହିଁ।
ନିର୍ବାଚନ ଆୟୋଗର ୱେବସାଇଟ୍ ମୁତାବିକ , ଅନୁଶକ୍ତି ନଗର ବିଧାନସଭା ସିଟ୍ରୁ ନେଇ ୧୯ତମ ରାଉଣ୍ଡର ଗଣତି ଚାଲୁଛି, ଅଜିତ ପାୱାରଙ୍କର ଦଳ ଏନସିପି ପ୍ରାର୍ଥୀ ସନା ମଲିକ ୩୩୭୮ ଭୋଟରେ ଆଗୁଆ ଅଛନ୍ତି। ତାଙ୍କୁ ଏବେ ମୋଟ ୪୯୩୪୧ ଭୋଟ ମିଳିଛି। ଶରଦ ପାୱାରଙ୍କର ଏନସିପିର ପ୍ରାର୍ଥୀ ଫହାଦଙ୍କୁ ୪୫୯୬୩ ଭୋଟ୍ ମିଳିଛି। ଏହିପରି ଉଭୟଙ୍କ ମଧ୍ୟରେ ଭୋଟର ବ୍ୟବଧ୍ୟାନ ୩୩୭୮ ରହିଛି। ହେଲେ ନିର୍ବାଚନ ଆୟୋଗ ଏବେସୁଦ୍ଧା ହାର ହିତ୍ର ଘୋଷଣା କରି ନାହାନ୍ତି।