ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଇମ୍ୟୁନିଟି ଦୁର୍ବଳ ଥିଲେ ଶରୀରରେ ଦେଖାଯାଏ ଏହି ଲକ୍ଷଣ, ଜାଣନ୍ତୁ ସେସବୁ କ'ଣ...

Published By : Anindita Ratha | January 25, 2025 2:10 PM

ଆମ ଶରୀର ପାଇଁ ଇମ୍ୟୁନ ସିଷ୍ଟମ ବା ରୋଗ ପ୍ରତିରୋଧକ ଶକ୍ତି ବେଶ ଗୁରୁତ୍ବପୂର୍ଣ୍ଣ । ଏହା ଆମ ଶରୀରକୁ ବିଭିନ୍ନ ମାରାତ୍ମକ ରୋଗ, ସଂକ୍ରମଣରୁ ରକ୍ଷା କରିଥାଏ । ଏନେଇ ସମସ୍ତେ ନିଜର ଇମ୍ୟୁନିଟି ମଜଭୁତ କରିବା ଆବଶ୍ୟକ ଅଟେ। ଯଦି କୌଣସି କାରଣରୁ ଇମ୍ୟୁନ ସିଷ୍ଟମ ଦୁର୍ବଳ ହୁଏ, ତାହେଲେ ବିଭିନ୍ନ ପ୍ରକାର ଗମ୍ଭୀର ରୋଗ, ସଂକ୍ରମଣ ଗ୍ରାସ କରିଥାଏ ଯାହାକି ଆମର ଦୈନନ୍ଦିନ ଜୀବନକୁ ପ୍ରଭାବିତ କରେ । ତେବେ ଆସନ୍ତୁ ଜାଣିବା ଦୁର୍ବଳ ଇମ୍ୟୁନ ସିଷ୍ଟମର ଲକ୍ଷଣ କ'ଣ। 

ବାରମ୍ବାର ସଂକ୍ରମଣ: ସୁସ୍ଥ ଇମ୍ୟୁନ ସିଷ୍ଟମ ଶରୀରକୁ ସଂକ୍ରମଣରୁ ରକ୍ଷା କରେ । ହେଲେ ବାରମ୍ବାର ସଂକ୍ରମଣ ହେଉଥିଲେ ଏହା ଦୁର୍ବଳ ଇମ୍ୟୁନିଟିର ସଙ୍କେତ । 

କ୍ଷତ ଶୀଘ୍ର ନ ଶୁଖିବା:  ଶରୀରରେ କ୍ଷତ ହେଲେ ଇମ୍ୟୁନ ସିଷ୍ଟମ ଏହାକୁ ଶୀଘ୍ର ଶୁଖାଇବାରେ କାମ କରେ । ଯଦି କ୍ଷତ ଭରିବାକୁ ଅଧିକ ସମୟ ଲାଗେ, ତାହେଲେ ଆପଣଙ୍କ ଇମ୍ୟୁନିଟି କମ୍ ଥିବା ଜାଣିବେ । 

ବାରମ୍ବାର ଥଣ୍ଡା-ଜ୍ବର : ବାରମ୍ବାର ଥଣ୍ଡା ଜ୍ବର ହେଲେ ବା ନାକରୁ ପାଣି ବୋହିବା ଦୁର୍ବଳ ଇମ୍ୟୁନିଟିର ସଙ୍କେତ । ଜଣେ ସୁସ୍ଥ ବ୍ୟକ୍ତିକୁ ବର୍ଷକୁ ୨ରୁ ୩ ଥର ଥଣ୍ଡା, ଜ୍ବର ହୋଇପାରେ । ହେଲେ ଇମ୍ୟୁନ ସିଷ୍ଟମ ଦୁର୍ବଳ ଥିଲେ ବାରମ୍ବାର ହୋଇଥାଏ  । 

ଦୁର୍ବଳ ଲାଗିବା: ଇମ୍ୟୁନିଟି ଦୁର୍ବଳ ଥିଲେ ଲଗାତାର ଥକ୍କା ଓ ଦୁର୍ବଳ ଲାଗିଥାଏ । କିଛି କାମ କରିବାକୁ ଇଚ୍ଛା ହୁଏନି । ଆରାମ କରିବା ସତ୍ତ୍ବେ ଏହା ଠିକ୍ ହୋଇନଥାଏ ।

ପେଟ ସମସ୍ୟା: ଶରୀରର ପାଚନ ତନ୍ତ୍ର ଇମ୍ୟୁନ ସିଷ୍ଟମର ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । ଏଥିରେ ଗଡବଡ ହେଲେ ପେଟରେ ଭଲ ବ୍ୟାକ୍ଟେରିଆ କମିଯାଏ ଓ ପେଟ ସମସ୍ୟା ଦେଖାଦିଏ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.