ନୂଆଦିଲ୍ଲୀ,୮।୧୨: ସିରିଆରେ ବିଦ୍ରୋହୀମାନେ ରାଷ୍ଟ୍ରପତି ଅସଦଙ୍କ ଶାସନର ଅନ୍ତର ଘୋଷଣା କରିଛି। ଏଠାରେ ବିଦ୍ରୋହୀଙ୍କ ଭିତରେ ଏକ ନାଁ ଖୁବ୍ ଦ୍ରୁତ ଗତିରେ ବଢିବାରେ ଲାଗିଛି। ଏହି ନାଁ ହେଉଛି ମହମ୍ମଦ ଅଲ୍ ଜୋଲାନୀ। ସେ ହେଉଛନ୍ତି ହୟାତ ତହରିର ଅଲ୍‌ ଶାମ୍‌ର ମୁଖ୍ୟ। କେବେ ଇରାନର ଆମେରିକା ଜେଲ୍‌ରେ ଥିବା ଏହି ବ୍ୟକ୍ତି ଆଜି ମଧ୍ୟ ୧୦ ମିଲିୟନ ଡଲାରର ପୁରଷ୍କାର ରହିଛି। ୪୨ ବର୍ଷର ଜୋଲାନୀ ସିରିଆର ରାଷ୍ଟ୍ରପତି ରଣନୀତିରୁ ସମସ୍ତଙ୍କୁ ଚକିତ କରିଛି। ସେ ସିରିଆର ସିଭିଲ ଓ୍ବାରର ଗୁରୁତ୍ବପୂର୍ଣ୍ଣ ଚେହେରା ପାଲଟିଛନ୍ତି। ଆସନ୍ତୁ ଜାଣିବ କିଏ ଏହି ମହମ୍ମଦ ଅଲ୍ ଜୋଲାନୀ।

ଜୋଲାନୀଙ୍କ ଅସଲି ନାଁ ଅହମ୍ମଦ ଅଲ୍‌-ଶାରା। ତାଙ୍କର ଜନ୍ମ ୧୯୮୨ ରେ ସିରିଆରେ ହୋଇଛି। ଜୋଲାନିଙ୍କ କହିବା ଅନୁସାର, ତାଙ୍କ ପ୍ରାରମ୍ଭିକ ଜୀବନ ସଂଘର୍ଷରେ ବିତିସାରିଛି। ୧୯୬୭ ଯୁଦ୍ଧ ବେଳେ  ତାଙ୍କ ପରିବାକୁ ଘର ଛାଡିବାକୁ  ବାଧ୍ୟ ହେବାକୁ ପଡିଥିଲା।  ଏହାପରେ ସେମାନେ ନିଜର ପରିଚୟ ଲୁଚାଇ ବଞ୍ଚିଥିଲେ। ୨୦୨୧ ରେ ଏକ ଇଣ୍ଟରଭ୍ୟୁରେ ଜୋଲାନୀ କହିଛନ୍ତି ସେ ଦମାସକସରେ ରହୁଥିଲେ। ତାଙ୍କ ବାପା ଗ୍ରୋସରୀ ଷ୍ଟୋରରେ କାମ କରୁଥିଲେ, କିନ୍ତୁ ୧୧ ସେପ୍ଟେମ୍ବର ୨୦୦୧  ଆକ୍ରମଣ ପରେ ଯେତେବେଳେ ଆମେରିକାରେ ଆତଙ୍କବାଦ ବିରୋଧରେ ଯୁଦ୍ଧ ଆରମ୍ଭ କରାଯାଇଥିଲା ସେ ବାଗଦାମ୍‌ରେ ଆମେରିକା ବିରୋଧରେ ଲଢିବାକୁ ପହଁଞ୍ଚିଥିଲେ। ଏପରିକି ଅଲକାଏକା ଇରାନ ସହ ମିଶି ଆମେରିକା ସେନା ସହ ଲଢେଇ କରିଥିଲା। ୨୦୦୫ ରେ ଯେତେବେଳେ ଜେଲାଲାନୀଙ୍କ ବୟସ ପ୍ରାୟ ୨୩ ବର୍ଷ ଥିଲା ସେ ମୋସୁଲରୁ ଗିରଫ ହୋଇଥିଲେ। ଏହାପରେ ତାଙ୍କୁ କ୍ୟାମ୍ପ ବୁକ୍କାରେ ଆମେରିକା ଜେଲ୍‌ରେ ରଖାଯାଇଥିଲା। 

ଜୋଲାନୀ ଆମେରିକା କଷ୍ଟଡିରେ ୫ ବର୍ଷ ପରେ ମୁକ୍ତି ପାଇଥିଲେ। କଲକାଏଦା-ଇରାନରୁ ଅବୁ ବକର ବାଗଦାନୀ ନେତୃତ୍ବରେ ନିଜକୁ ଇସଲାମିକ୍ ଷ୍ଟେଟ୍ ଭାବରେ ସେ ଉପସ୍ଥାପିତ କରିଥିଲେ। ତେବେ ପରେ ବାଗଦାଦୀ ଓ ଜୋଲାନୀ ଭିତରେ ଶତ୍ରୁତା ହୋଇଯାଇଥିଲା, କିନ୍ତୁ ଗୋଟିଏ ସମୟରେ ଦୁହେଁ ଖୁବ୍ ଭଲ ବନ୍ଧୁଥିଲେ। ଗତ ୨୦୧୧ ରେ ଯେତେବେଳେ ସିରିଆରେ ଅସଦ ଗର୍ଭମେଣ୍ଟ ବିଦ୍ରୋହୀଙ୍କ ଉପରେ ଆରମ୍ଭ କରିଥିଲା, ତେଣୁ ଇସଲାମିକ୍ ଷ୍ଟେଟ୍‌ର ନେତା ଜୋଲାନୀ ସେଠାରେ ନିଜ ପ୍ରତିନୀଧି ଭାବରେ ପଠାଇଥିଲା। ସିରିଆନ ସିଭିଲ ଓ୍ବାର ଆରମ୍ଭ ହେବା ପରେ ଜୋଲାନୀ ଅଲକାଏଦାର ସହଯୋଗୀ ଭାବରେ ଜଭତ ଅଲ୍ ନସରାର ସ୍ଥାପନା କରିଥିଲା। ବହୁତ ଶୀଘ୍ର ଏହି ସଂଗଠନ ଖୁବ୍ ବିପଦଜନକ ପରିଚୟ ସୃଷ୍ଟି କରିଥିଲା।