ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

କ୍ରାନ୍ତିକାରୀ ଗୀତରେ ଗୁଞ୍ଜରିତ ହେଲା ଦମିଶକ, ଅସଦ ସରକାରଙ୍କ ପତ୍ତନର ଏକ ମାସ ପରେ ଲୋକେ ପାଳିଲେ ଉତ୍ସବ

Published By : Harapriya Biswal | January 11, 2025 8:09 PM

ନୂଆଦିଲ୍ଲୀ,୧୧।୧: ସିରିଆର ରାଜଧାନୀ ଦମିଶକରେ ଉତ୍ସବର ପରିବେଶ। ସିରିଆର ଲୋକେ କ୍ରାନ୍ତିକାରୀ ଗୀତ ସହ ଉତ୍ସବ ପାଳନ କରୁଛନ୍ତ। ଏହି ପର୍ବ ପୂର୍ବତନ ରାଷ୍ଟ୍ରପତି ବଶର ଅଲ୍ ଅସଦର ଶାସନର ପତନ ହେବାର ଏକ ମାସ ପୂରଣ ଅବସରରେ ପାଳନ କରାଯାଉଛି। ସେଭଳି ୧୩ ବର୍ଷର ନିର୍ବାଚନ ପରେ ଫେରିଥିବା ପ୍ରସିଦ୍ଧ ଗାୟକ ଭାସଫି ମାସରାନୀ ଏହି ସମୟରେ ସ୍ବତନ୍ତ୍ର ପ୍ରସ୍ତୁତି ଦେଇଥିଲେ।

ସିରିଆର ଛାତ୍ରଙ୍କ ପକ୍ଷରୁ ସ୍ଥାପିତ  ମୋଲହମ୍ ଓ୍ବାଲଟିୟାରିଂ ଟିମ୍ ପକ୍ଷରୁ ଆୟୋଜିତ ଏହି ସଙ୍ଗୀତ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ପୂର୍ବତନ ରାଷ୍ଟ୍ରପତି ବଶର ଅଲ୍-ଅସଦଙ୍କୁ ହଠାତ ବିଦ୍ରୋହ କାରଣରୁ କ୍ଷମତାରୁ ହଟାଯିବାର ଏକ ମାସ ପରେ ଏହାର ଆୟୋଜନ କରାଯାଇଛି। ୨୦୧୧ ରୁ ଆରମ୍ଭ ହୋଇଥିବା ପ୍ରାୟ ୧୪ ବର୍ଷର ବିଦ୍ରୋହ ଓ ନାଗରିକ ଯୁଦ୍ଧ ବେଳେ, ମାଓସରାନି ଓ ଅବଦେଲ ବାସେତ ସରୋତ ଭଳି କ୍ରାନ୍ତିକାରୀ ଗୀତ ସିରିୟାର ଲୋକଙ୍କୁ ଏକଜୁଟ୍ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଳେ। ସରୋତ୍‌ ଜଣେ ସିରିୟାର ଗାୟକ ଓ କର୍ମୀ ଥିଲେ, ଯାହାଙ୍କ ୨୦୧୯ ରେ ମୃତ୍ୟୁ ହୋଇଥିଲା। 

ଉଲ୍ଲେଖନୀୟ ଯେ, ଅସଦ ଶାସନକୁ ବିରୋଧ କରୁଥିବା ବହୁ ଲୋକ, ଯେପରିକି ମାଓସରାନୀ,ଦେଶ ଛାଡି ପଳାଇ ଯାଇଥିଲେ। ଏହା ସୁନିଶ୍ଚିତ ନଥିଲା ଯେ, ସେ କେବେ ଦେଶକୁ ଫେରିବେନୀ। ତେବେ ଅସଦ ଶାସନର ପତନ ପରେ କନସର୍ଟ ହଲ୍‌ରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଲୋକେ ଖୁସି ଗୀତ ଗାଉଥିବା ସହ ତାଳି ବଜାଇ ସିରିଆର ପତାକା ହଲାଉଥିବାର ଦେଖିବାକୁ ମିଳିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.