ନୂଆଦିଲ୍ଲୀ,୦୯/୦୨; ଆୟୋଜକ ଶ୍ରୀଲଙ୍କା ବିଜୟ ସହ ବିଶ୍ୱକପ୍‌ରେ ଅଭିଯାନ ଆରମ୍ଭ କରିଛି । ଗ୍ରୁପ୍-ବି’ର ଏକ ମ୍ୟାଚ୍‌ରେ ଦଳ ୨୦ ରନ୍‌ରେ ଆୟର୍ଲାଣ୍ଡକୁ ହରାଇ ବିଜୟ ହାସଲ କରଛି । ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୬/୧୬୩ରନ୍ ସଂଗ୍ରହ କରିଥିଲା । ଜବାବରେ ଆୟର୍ଲାଣ୍ଡ ୧୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୩ ରନ୍ କରିବାକୁ ସକ୍ଷମ ହୋଇଥିଲା । ୱାନିଣ୍ଡୁ ହସରଙ୍ଗା ୩ଟି ୱିକେଟ୍‌ ନେଇ ପାକିସ୍ତାନର ସାହିଦ୍ ଆଫ୍ରିଦିଙ୍କ ରେକର୍ଡ ଭାଙ୍ଗିଛନ୍ତି । ୪୪ ରନ୍‌ରେ ପାଳି ଖେଳଥିବା କାମିଣ୍ଡୁ ମେଣ୍ଡିସ୍ ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଆୟର୍ଲାଣ୍ଡ ଟସ୍ ଜିତି ଆୟୋଜକ ଶ୍ରୀଲଙ୍କାକୁ ବ୍ୟାଟିଂ ଆମନ୍ତ୍ରଣ ଜଣାଇଥିଲା । ଦୁଇ ଓପନର ପଥୁମ ନିଶଙ୍କା ଓ କାମିଲ ମିଶରା ୨୮ରନ୍ ସଂଗ୍ରହ କରିଥିଲେ । ମିଶରା ୧୪ରନ୍ କରି ପ୍ରଥମେ ଆଉଟ୍ ହୋଇଥିଲେ । ନିଶଙ୍କା ମଧ୍ୟ ୨୪ରନ୍ କରି ବିଦାୟ ନେଇଥିଲେ । ଏହାପରେ କୁଶଲ ମେଣ୍ଡିସ୍ ସତର୍କତାର ସହ ବ୍ୟାଟିଂ କରିଥିବାବେଳେ ଅନ୍ୟ ପଟରେ ଦଳ ସହଳ ଆଉ ୨ଟି ୱିକେଟ୍ ହରାଇ ଥିଲା । ପବନ ରତ୍ନାୟକେ ୫ ଓ ଦୁନିଥ୍ ୱେଲାଲଗେ ୧୦ରନ୍ କରି ପଛକୁ ପଛ ଫେରିଥିଲେ । ନିର୍ଭରଯୋଗ୍ୟ ବ୍ୟାଟର କାମିଣ୍ଡୁ ମେଣ୍ଡିସ୍ କ୍ରିଜ୍‌ରେ ଯୋଗଦେଇ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ସେ ୧୯ବଲ୍‌ରେ ଦ୍ରୁତ ୪୪ (୪ଚୌକା, ୨ଛକା) ରନ୍ କରି ଦଳୀୟ ସ୍କୋରକୁ ୧୫୩ରେ ପହଞ୍ଚାଇବା ପରେ ଆଉଟ୍ ହୋଇଥିଲେ । ଅଧିନାୟକ ଡାସୁନ ଶଣକା ଖାତା ଖୋଲି ପାରିନଥିଲେ । ମାତ୍ର ମେଣ୍ଡିସ୍ ଅପରାଜିତ ୫୬ (୫ଚୌକା) ଯୋଗ କରି ଦଳୀୟ ସ୍କୋରକୁ ୬/୧୬୩ରେ ପହଞ୍ଚାଇ ଥିଲେ ।

୧୬୪ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଆୟର୍ଲାଣ୍ଡ ୨୪ ରନ୍‌ରେ ଓପନର ପଲ୍ ଷ୍ଟର୍ଲିଂଙ୍କ (୬) ୱିକେଟ୍ ହରାଇଥିଲା । ଅନ୍ୟ ଓପନର ରସ୍ ଆଡେୟର ଓ ହ୍ୟାରୀ ଟେକ୍ଟର ଦଳୀୟ ସ୍କୋରକୁ ୫୬ ରନ୍ରେ ପହଞ୍ଚାଇ ଥିଲେ । ରସ୍ ୩୪ (୫ଚୌକା, ୧ଛକା) ରନ୍ କରି ଆଉଟ୍ ହୋଇଥିଲେ । ହ୍ୟାରୀ ଟେକ୍ଟର ଓ ଲୋର୍କାନ ଟକର ତୃତୀୟ ୱିକେଟରେ ୪୯ରନ୍ ଯୋଗ କରିଥିଲେ । ଦଳୀୟ ସ୍କୋର ୧୦୫ରେ ଟକର (୨୧)ଙ୍କ ୱିକେଟର ପତନ ଘଟିଥିଲା । ଏହାପରେ ଦଳ ନିୟମିତ ବ୍ୟବଧାନରେ ୱିକେଟ ହରାଇ ୧୪୩ରେ ଅଟକି ଯାଇଥିଲା । ଟେକ୍ଟର ୪୦, କର୍ଟିସ୍ କାମ୍ଫର ୧୩ ରନ୍ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ୱାନିଣ୍ଡୁ ହସରଙ୍ଗା ଓ ମହେଶ ତୀକ୍ଷଣା ପ୍ରତ୍ୟେକ ୩ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।

ଏହା ବି ପଢନ୍ତୁ...ପୁଣି ବାବରଙ୍କୁ ବେଜ୍ଜିତ !, ଦୟାକରି ଆମେରିକା ବିପକ୍ଷ ମ୍ୟାଚରେ ପ୍ଲେଇଂ ୧୧ରେ ରଖନି....

ହସରଙ୍ଗା ଭାଙ୍ଗିଲେ ଆଫ୍ରିଦିଙ୍କ ରେକର୍ଡ- ​​​​​​​ ହସଙ୍ଗା ସାହିଦ୍ ଆଫ୍ରିଦିଙ୍କ ରେକର୍ଡ ଭାଙ୍ଗିଛନ୍ତି । ହସରଙ୍ଗା ୪ ଓଭରରେ ୨୫ ରନ୍ ଦେଇ ୩ ୱିକେଟ ହାସଲ କରିଛନ୍ତି । ୨୦୨୧ ବିଶ୍ୱକପରୁ ଏବେ ଯାଏ ୪୦ଟି ୱିକେଟ ନେଇଛନ୍ତି ହସରଙ୍ଗା । ୨୦୦୭ରୁ ୨୦୧୬ ଯାଏ ୬ଟି ବିଶ୍ୱକପ ଖେଳି ସାହିଦି ଆଫ୍ରିଦି ଟୁର୍ଣ୍ଣାମେଣ୍ଟରେ ୩୯ଟି ୱିକେଟ୍ ନେଇଛନ୍ତି ।ୱାନିଣ୍ଡୁ ହସରଙ୍ଗା ୩ଟି ୱିକେଟ ନେଇ କେବଳ ଦଳକୁ ବିଜୟୀ କରିବାରେ ନୁହେଁ ଭୂମିକା ତୁଲାଇ ନଥିଲେ ବରଂ ଟି-ଟ୍ୱେଣ୍ଟି ବିଶ୍ୱକପ ଇତିହାସରେ ଦ୍ୱିତୀୟ ସର୍ବାଧିକ ସଫଳ ବୋଲର ହୋଇଛନ୍ତି । ହସ