ନୂଆଦିଲ୍ଲୀ ୦୮/୦୩: ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚ୍ ପୂର୍ବରୁ ଉଦଯାପନୀ ଉତ୍ସବ ଆୟୋଜିତ ହେବ। ଏହି ଉତ୍ସବରେ ଅନ୍ତର୍ଜାତୀୟ ତାରକାମାନେ ପ୍ରଦର୍ଶନ କରିବେ। ଆସିସି ପକ୍ଷରୁ ଉଦଯାପନୀ ଉତ୍ସବରେ ପ୍ରଦର୍ଶନ କରିବାକୁ ଥିବା କଳାକାରଙ୍କ ତାଲିକା ପ୍ରକାଶ ପାଇଛି। ଅନ୍ତର୍ଜାତୀୟ ଗାୟକ ରିକି ମାର୍ଟିନ ପ୍ରଦର୍ଶନ କରିବେ। ତାଙ୍କ ବ୍ୟତୀତ ଭାରତୀୟ ଗାୟକ ସୁଖବୀର ସିଂହ ଏବଂ ଫାଲଗୁନୀ ପାଠକ ମଧ୍ୟ ଉଦ୍‌ଯାପନୀରେ ସାମିଲ ହେବେ।

ଆଇସିସି ପକ୍ଷରୁ ଲେଖାଯାଇଛି ଯେ, ମଞ୍ଚ ଆହୁରି ବଡ଼ ହେଉଛି, ଟି-୨୦ ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ଉଦ୍‌ଯାପନୀ ଉତ୍ସବରେ ଗ୍ଲୋବାଲ ସୁପରଷ୍ଟାର୍ ରିକି ମାର୍ଟିନଙ୍କ ସହିତ ସଂଗୀତ କିମ୍ବଦନ୍ତୀ ସୁଖବରୀ ଏବଂ ଫାଲଗୁନୀ ପାଠକ ଯୋଗଦେବେ। ଫାଇନାଲ୍ ମ୍ୟାଚ୍ ସନ୍ଧ୍ୟା ୭ଟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆରମ୍ଭ ହେବ। ଉଦ୍‌ଯାପନୀ ଉତ୍ସବ ସନ୍ଧ୍ୟା ୫.୩୦ରେ ଆରମ୍ଭ ହେବ। ୩ ଜଣ ଗାୟକ ମଞ୍ଚରେ ରଙ୍ଗ ଭରିବେ।

ଆହୁରି ପଢ଼ନ୍ତୁ...ବିଶ୍ୱାସ ନା ଅନ୍ଧବିଶ୍ୱାସ…ଫାଇନାଲ୍ ପୂର୍ବରୁ କାହିଁକି ହୋଟେଲ ବଦଳାଇଲା ବିସିସିଆଇ