ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସଙ୍କଟରେ ହରିୟାଣା ବିଜେପି ସରକାର ! ସମର୍ଥନ ଫେରାଇ କଂଗ୍ରେସ ଆଡକୁ ଢଳିଲେ ୩ ସ୍ବାଧୀନ ବିଧାୟକ...

ନୂଆଦିଲ୍ଲୀହରିୟାଣାରେ ବିଜେପି ସରକାର ଉପରେ ଏକ ବଡ ସଙ୍କଟ ଦେଖାଦେଇଛି । ବିଜେପି ସରକାରକୁ ସମର୍ଥନ କରୁଥିବା ତିନି ଜଣ ସ୍ୱାଧୀନ ବିଧାୟକ ସେମାନଙ୍କ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି । ସେମାନଙ୍କ ସମର୍ଥନ ପ୍ରତ୍ୟାହାର ପରେ ହରିୟାଣାର ନାୟବ ସରକାର ସଂଖ୍ୟାଲଘୁ ହୋଇଯାଇଛନ୍ତି । ସମସ୍ତ ତିନିଜଣ ବିଧାୟକ ବର୍ତ୍ତମାନ କଂଗ୍ରେସକୁ ସମର୍ଥନ କରିଛନ୍ତି । ବିରୋଧୀ ଦଳର ନେତା ତଥା ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ହୁଡାଙ୍କ ଉପସ୍ଥିତିରେ ରୋହତକରେ ପାଣ୍ଡ୍ରିରୁ ସ୍ୱାଧୀନ ବିଧାୟକ ରଣନ୍ଧୀର ଗୋଲାନନିଲୋଖେଡୀରୁ ଧର୍ମପାଲ ଗୋଣ୍ଡାର ଏବଂ ଚରଖୀ ଦାଦ୍ରିରୁ ବିଧାୟକ ସୋମବୀର ସାଙ୍ଗୱାନ କଂଗ୍ରେସକୁ ସମର୍ଥନ ଜଣାଇଛନ୍ତି । ଏହି ତିନି ସ୍ୱାଧୀନ ବିଧାୟକ କହିଛନ୍ତି ଯେ ସେମାନେ ସରକାରଙ୍କ ନୀତିରେ ଖୁସି ନୁହଁନ୍ତି ଏବଂ ତେଣୁ ସେମାନେ ବିଜେପି ସରକାରଙ୍କ ସମର୍ଥନ ପ୍ରତ୍ୟାହାର କରୁଛନ୍ତି।

ସ୍ୱାଧୀନ ବିଧାୟକ ମାନେ ବିଜେପିରୁ ସମର୍ଥନ ପ୍ରତ୍ୟାହାର କରିବା ପରେ ହରିୟାଣାରେ ବହୁମତ ଗଣିତ ବିଗିଡି ଯାଇଛି । ୯୦ ଆସନ ବିଶିଷ୍ଟ ହରିୟାଣା ବିଧାନସଭାରେ ସଂଖ୍ୟା ଗରିଷ୍ଠତା ୪୬ । ବିଜେପି ପାଖରେ ୪୧ ଜଣ ବିଧାୟକ ଥିବାବେଳେ ୬ ଜଣ ସ୍ବାଧୀନ ବିଧାୟକଙ୍କ ସମର୍ଥନ ମଧ୍ୟ ରହିଥିଲା । ଏଥିମଧ୍ୟରୁ ତିନିଜଣ ବର୍ତ୍ତମାନ ସମର୍ଥନ ପ୍ରତ୍ୟାହାର କରିନେଇଛନ୍ତି । ଯଦି ଏହିପରି ଦେଖାଯାଏତେବେ ହରିୟାଣାର ସାଇନି ସରକାରରେ ବର୍ତ୍ତମାନ ମାତ୍ର ୪୪ ଜଣ ବିଧାୟକ ବାକି ଅଛନ୍ତି।

ହରିୟାଣାରେ ରାଜନୈତିକ ଅସ୍ଥିରତା ମଧ୍ୟରେ ସୂଚନା ମଧ୍ୟ ସାମ୍ନାକୁ ଆସୁଛି ଯେ ଏକଦା ହରିୟାଣାରେ ବିଜେପି ସରକାରର ସହଯୋଗୀ ଥିବା ଜନନାୟକ ଜନତା ପାର୍ଟି (ଜେଜେପି)ର ୧୦ଜଣ ବିଧାୟକଙ୍କ ମଧ୍ୟରୁ ୭ଜଣ ବର୍ତ୍ତମାନ ନିଜ ଦଳ ଉପରେ ଅସନ୍ତୁଷ୍ଟ ରହିଛନ୍ତି ଏବଂ ଭିତରେ ବିଜେପି ସହିତ ଯୋଗାଯୋଗରେ ଅଛନ୍ତି ।  

ତେବେ ବିଧାନସଭାରେ ବହୁମତ ସାବ୍ୟସ୍ତ ବେଳେଏହି ୭ ଜଣ ବିଧାୟକ କ୍ରସ୍ ଭୋଟ୍ ଦେଇ କିମ୍ବା ଭୋଟ୍ ଦେବା ଠାରୁ ଦୂରେଇ ରହି ବିଜେପିକୁ ସମର୍ଥନ କରିପାରନ୍ତି। ଆସ୍ଥା ଭୋଟ୍ ପାଇବା ପାଇଁ ବିଜେପି ପାଇଁ ଆବଶ୍ୟକ ବିଧାୟକଙ୍କ ସଂଖ୍ୟା ହ୍ରାସ କରିବାରେ ସେମାନେ ସାହାଯ୍ୟ କରିପାରନ୍ତି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.