ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଇନ୍ ଜାଲରେ ଫସିଲା ‘ ଜଲି ଏଲଏଲବି-୩ ’ , ସୁଟିଂ ବେଳେ ହିଁ ଆସିଲା ବଡ଼ ଅଭିଯୋଗ

ମୁମ୍ୱାଇ – ଜଲି ଏଲଏଲବି ର ପ୍ରଥମ ଓ ଦ୍ୱିତୀୟ ଭାଗ ସୁପରହିଟ୍ ରହିଛି। ଏବେ ଫିଲ୍ମର ୩ୟ ଭାଗର ସୁଟିଂ ଆରମ୍ଭ ହୋଇ ଯାଇଛି। ଅକ୍ଷୟ କୁମାର ଓ ଅରଶଦ ୱାରଶୀଙ୍କ ଅପକମିଂ ଫିଲ୍ମ ଜଲି ଏଲଏଲବି-୩ ର ସୁଟିଂରେ ବ୍ୟସ୍ତ ଅଛନ୍ତି ଏବଂ ଏପଟେ ପ୍ରଯୋଜକଙ୍କ ପାଇଁ ଏକ ଖରାପ ଖବର ସାମନାକୁ ଆସିଛି। ଉଭୟ ହିଁ ଷ୍ଟାର ଆଜମେରରେ ସୁଟିଂ କରୁଛନ୍ତି ଏବଂ ଏହି ମଧ୍ୟରେ ଫିଲ୍ମ ଆଇନ୍‌ ମାମଲାରେ ଫସିବାର ଜଣାପଡ଼ୁଛି । ଆଜମେର କୋର୍ଟରେ ଅଭିଯୋଗ ଆସିଛି କି, ଏହି ଫିଲ୍ମ ନ୍ୟାୟ ବ୍ୟବସ୍ଥାର ଅପମାନ କରୁଛି। ଖବର ରହିଛି ଯେ, ଅଭିଯୋଗରେ ଜଲି ଏଲଏଲବି ସିରିଜର ଏହି ସିକ୍ୱେଲ ଉପରେ ନ୍ୟାୟ ବ୍ୟବସ୍ଥାର ମଜାକ୍‌ ଉଡ଼ାଇବାର ଅଭିଯୋଗ ଲାଗିଛି।

ଅଜମେର ଜିଲ୍ଲା ବାର୍‌ ଆସୋସିଏସନର ଅଧ୍ୟକ୍ଷ ଚନ୍ଦ୍ରଭାନ ସିଂହ ରାଠୋର ପ୍ରଯୋଜକଙ୍କ ବିରୋଧରେ ଅଭିଯୋଗ ରୁଜୁ କରାଇଛନ୍ତି କି, ଫ୍ରାଞ୍ଚାଇଜ୍‌ ଭାରତୀୟ ନ୍ୟାୟପାଳିକା ପ୍ରଣାଳୀକୁ ଥଟ୍ଟା କରୁଛି। ଅଭିଯୋଗରେ କୁହାଯାଇଛି କି, ଏହି ଫିଲ୍ମ ଯୋଗୁଁ ଭାରତୀୟ ନ୍ୟାୟପାଳିକାର ଛବି ଖରାପ ହେଉଛି। ଚନ୍ଦ୍ରଭାନ ଓକିଲ ଓ ବିଚାରପତିଙ୍କ ଥଟ୍ଟା ପରିହାସ କରିବା ନେଇ ପ୍ରଡ୍ୟୁସର , ଡାଇରେକ୍ଟର ଓ ଅଭିନେତାଙ୍କ ବିରୋଧରେ ଅଭିଯୋଗ ରୁଜୁ କରିଛନ୍ତି। ଅଭିଯୋଗରେ ଦାବି କରାଯାଇଛି କି ଫିଲ୍ମଟି ଓକିଲ ଓ ବିଚାରପତିଙ୍କୁ ଭୁଲ୍‌ ଢଙ୍ଗରେ ଚିତ୍ରଣ କରୁଛି। 

କହି ରଖୁଛୁ କି , ଫିଲ୍ମ ଜଲି ଏଲଏଲବି ୨୦୧୩ ମସିହାରେ ଆସିଥିଲା ଏବଂ ପୁଣି ୨୦୧୭ରେ ଏହାର ସେକେଣ୍ଡ ପାର୍ଟ ଆସିଥିଲା। ପ୍ରଥମ ପାର୍ଟରେ ଯେଉଁଠି ଅରଶଦ ୱାରସି ଲିଡ୍‌ ରୋଲ୍‌ରେ ଥିଲେ , ସେପଟେ ଦ୍ୱିତୀୟ ପାର୍ଟରେ ଅକ୍ଷୟ କୁମାର ଲିଡ୍‌ ରୋଲ୍‌ ପ୍ଲେ କରିବା ଦେଖିବାକୁ ମିଳିଥିଲା। ଉଭୟ ପାର୍ଟ ସୁପରହିଟ୍‌ ରହିଥିଲା ଏବଂ ଏବେ ପ୍ରଶଂସକଙ୍କୁ ଏହାର ତୃତୀୟ ପାର୍ଟର ଅପେକ୍ଷା ରହିଥିଲା। ପ୍ରଯୋଜକମାନେ ୩ୟ ପାର୍ଟରେ ଅକ୍ଷୟ କୁମାର ଓ ଅରଶଦ ୱାରଶୀଙ୍କୁ ଏକାଠି ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଏହା ଦେଖିବାକୁ ରହିଲା କି ଫିଲ୍ମଟି ଲିଗାଲ୍‌ ସମସ୍ୟାକୁ ସାମ୍ନା କରି ଫିଲ୍ମ ହଲ୍‌ରେ ରିଲିଜ୍‌ ହୋଇ ପାରୁଛି ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.