ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପରିପକ୍ବ ନହେବା ଯାଏଁ ଆକାଶ ଆନନ୍ଦ ମୋ ଉତ୍ତରାଧିକାରୀ ନୁହେଁ: ମାୟାବତୀ

Image Courtesy: deccanherald

ନୂଆଦିଲ୍ଲୀ: ବିଏସପି ସୁପ୍ରିମୋ ମାୟାବତୀ ନିଜ ପୁତୁରା ଆକାଶ ଆନନ୍ଦଙ୍କୁ ଦଳର ଜାତୀୟ ସଂଯୋଜକ ପଦରୁ ହଟାଇ ଦେଇଛନ୍ତି । ଏହାସହ କହିଛନ୍ତି ଯେ, ଏବେ ଆକାଶ ଆନନ୍ଦ ମୋର ଉତ୍ତରାଧିକାରୀ ନୁହନ୍ତି । ଆକାଶ ଆନନ୍ଦଙ୍କ ପାଖରେ ରାଜନୈତିକ ପରିପକ୍ବତାର ଅଭାବ ରହିଛି । ମାୟାବତୀ ଏକ୍ସରେ ଏହି ଘୋଷଣା କରିଛନ୍ତି ।ମାୟାବତୀ ଏକ୍ସରେ ଏକ ଲମ୍ବା ପୋଷ୍ଟ ଲେଖି ଜଣାଇଛନ୍ତି ଯେ, ‘ବିଏସପି ଏକ ପାର୍ଟି ସହିତ ବାବା ସାହେବ ଭୀମରାଓ ଆମ୍ବେଦରକରଙ୍କ ଆତ୍ମ-ସମ୍ମାନ ଏବଂ ସାମାଜିକ ପରିବର୍ତ୍ତନର ଅଭିଯାନ । ଯେଉଁଥି ପାଇଁ କାଶୀରାମ ଜୀ ଏବଂ ମୁଁ ନିଜେ ପୂରା ଜୀବନକୁ ସମର୍ପିତ କରିଛୁ ଏବଂ ଏହାକୁ ଗତି ଦେବା ପାଇଁ ନୂଆ ପିଢିକୁ ମଧ୍ୟ ତିଆରି କରାଯାଉଛି ।’




 ସେ ଆହୁରି ଲେଖିଛନ୍ତି ଯେ, ପାର୍ଟିରେ ଅନ୍ୟ ଲୋକଙ୍କୁ ଆଗକୁ ବଢାଇବା ପାଇଁ ଆକାଶ ଆନନ୍ଦଙ୍କୁ ଜାତୀୟ ସଂଯୋଜକ ଏବଂ ନିଜ ଉତ୍ତରାଧିକାରୀ ଘୋଷଣା କରିଥିଲି । କିନ୍ତୁ ପାର୍ଟି ଏବଂ ଅଭିଯାନର ବ୍ୟାପକ ହିତରେ ପୂର୍ଣ୍ଣ ପରିପକ୍ବତା ଆସିବା ପର୍ଯ୍ୟନ୍ତ ତାଙ୍କୁ ଏହି ପଦରୁ ହଟାଇ ଦିଆଯାଇଛି । ଅନ୍ୟପଟେ ତାଙ୍କ ବାପା ଆନନ୍ଦ କୁମାର ପାର୍ଟି ଏବଂ ଅଭିଯାନରେ ନିଜ ଦାୟିତ୍ବ ପୂର୍ବ ପରି ଜାରି ରଖିବେ । ବିଏସପିର ନେତୃତ୍ବ ପାର୍ଟି ଏବଂ ଅଭିଯାନର ହିତ ଏବଂ ବାବା ସାହେବ ଆମ୍ବେଦକରଙ୍କ ଲକ୍ଷ୍ୟକୁ ଆଗକୁ ବଢିଇବା ନିମିତ୍ତ ସବୁ ପ୍ରକାର ତ୍ୟାଗ ଏବଂ ବଳିଦାନ ଦେବାରେ ପଛଘୁଞ୍ଚା ଦେବ ନାହିଁ ।

 ଉଲ୍ଲେଖଯୋଗ୍ୟ, ୧୦ ଡିସେମ୍ବର ୨୦୨୩ରେ ଦଳର ବରିଷ୍ଠ ନେତାଙ୍କ ଏକ ବୈଠକରେ ମାୟାବତୀ, ଆକାଶ ଆନନ୍ଦଙ୍କୁ ନିଜର ଉତ୍ତରାଧିକାରୀ ଭାବରେ ଘୋଷଣା କରିଥିଲେ । ତେବେ ଏହି ଘୋଷଣା ପୂର୍ବରୁ ବି  ଆନନ୍ଦ ନିଜ ପିଉସୀଙ୍କ ସହ ପାର୍ଟିର କାର୍ଯ୍ୟକ୍ରମରେ ନଜର ଆସୁଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.