ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୋନିଆଙ୍କ ଭିଡିଓ ବାର୍ତ୍ତା, କହିଲେ- ରାଜନୈତିକ ଲାଭ ପାଇଁ ପିଏମ୍ ମୋଦୀ ଘୃଣାର ଭାବନା ସୃଷ୍ଟି କରୁଛନ୍ତି

ନୂଆଦିଲ୍ଲୀ,୭।୫: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତୃତୀୟ ପର୍ଯ୍ୟାୟ ଭୋଟିଂ ଭିତରେ ଏକ ଭିଡିଓ ବାର୍ତ୍ତା ଜାରି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ଦଳ ବିଜେପି ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ମଙ୍ଗଳବାର ଜାରି ନିଜ ବାର୍ତ୍ତାରେ ଗାନ୍ଧୀ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ନିଜ ରାଜନୈତିକ ଲାଭ ପାଇଁ ଦେଶରେ ଘୃଣା ସୃଷ୍ଟି କରୁଛନ୍ତି ଓ ସମାଜକୁ ବହୁ ଭାଗରେ ଭାଙ୍ଗି ଦେଇଛନ୍ତି। ସେ କହିଛନ୍ତି, ସମ୍ବିଧାନ ଓ ଲୋକତନ୍ତ୍ର ବିପଦରେ ରହିବା ଓ ସମାଜକୁ ଦୁର୍ବଳ କରୁଥିବାରୁ ଦୁଃଖି ଅଛି। 

ଭିଡିଓ ବାର୍ତ୍ତାରେ ସୋନିଆ କହିଛନ୍ତି, କଂଗ୍ରେସ ଓ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ସମ୍ବିଧାନ ଏବଂ ଲୋକତନ୍ତ୍ରର ରକ୍ଷା ପାଇଁ ପ୍ରତିଶୃତିବଦ୍ଧ। ସେ ମିଛ ଓ ଘୃଣା ସୃଷ୍ଟିକାରୀଙ୍କୁ ଚୟନ ନକରି ସମସ୍ତଙ୍କ ଉଜ୍ବଳ ଭବିଷ୍ୟତ ପାଇଁ କଂଗ୍ରେସକୁ ଭୋଟ୍ ଦେବାକୁ ଅପିଲ କରିଛନ୍ତି। 

ସୋନିଆ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କାର୍ଯ୍ୟକାଳରେ ବେରୋଜଗାର, ମହିଳାଙ୍କ ବିରୋଧରେ ଅପରାଧ,ଦଳିତ, ଆଦିବାସୀ ଏବଂ ସଂଖ୍ୟାଲଘୁଙ୍କ  ବିରୋଧରେ ଭେଦଭାବ ଅଦ୍ଭୂତପୂର୍ବ ସ୍ତରରେ ପହଁଞ୍ଚି ଯାଇଛି। ସେ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପିର ଲକ୍ଷ୍ୟ କେବଳ ଶାସନ ହାସଲ କରିବା। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.